Advertisment

ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ମହିଳା କର୍ମଚାରୀ

ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି ଆନନ୍ଦ ବୋଷ ଅସଦାଚରଣ କରିଥିବା ନେଇ ରାଜଭବନର ଜଣେ ଅସ୍ଥାୟୀ ମହିଳା କର୍ମଚାରୀ ଅଭିଯୋଗ କରିଛନ୍ତି ।

bengal-governor-ananda-bose

bengal-governor-ananda-bose

Advertisment

ନିର୍ବାଚନୀ ଋତୁରେ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ନାଁରେ ଆସିଲା ସାଂଘାତିକ ଅଭିଯୋଗ । ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି ଆନନ୍ଦ ବୋଷ ଅସଦାଚରଣ କରିଥିବା ନେଇ ରାଜଭବନର ଜଣେ ଅସ୍ଥାୟୀ ମହିଳା କର୍ମଚାରୀ ଅଭିଯୋଗ କରିଛନ୍ତି । ଚାକିରିକୁ ସ୍ଥାୟୀ କରିଦେବାର ପ୍ରତିଶ୍ରୁତି ଦେଇ ରାଜ୍ୟପାଳ ତାଙ୍କ ସହ ଏପରି ଲଜ୍ଜାଜନକ କାଣ୍ଡ କରିଥିବା ମହିଳାଜଣକ ଅଭିଯୋଗ କରିଛନ୍ତି।

Advertisment

ମାତ୍ର ରାଜ୍ୟପାଳ ସି.ଭି ଆନନ୍ଦ ବୋଷ ଏପରି ଅଭିଯୋଗକୁ ସିଧାସଳଖ ଖଣ୍ଡନ କରିବା ସହ ଏହା ନିର୍ବାଚନୀ ଷଡଯନ୍ତ୍ର ବୋଲି କହିଛନ୍ତି। ଏହାକୁ ନେଇ ପଶ୍ଚିମବଙ୍ଗ ରାଜନୀତି ସରଗରମ ହୋଇ ଉଠିଛି।

ପୁଲିସ୍‌ ସୂଚନା ଅନୁଯାୟୀ, ଗତକାଲି ରାଜଭବନ ଶାନ୍ତି କକ୍ଷରେ କାର୍ଯ୍ୟରତ ଥିବା ଜଣେ ଅସ୍ଥାୟୀ ମହିଳା କର୍ମଚାରୀ ରାଜଭବନ ମଧ୍ୟରେ ଥିବା ପୁଲିସ୍‌ ପୋଷ୍ଟ ହାଉସରେ ପହଞ୍ଚିଥିଲେ। ସେଠାରେ ସେ ରାଜ୍ୟପାଳଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣି ତାଙ୍କୁ ସ୍ଥାୟୀ ଚାକିରିର ପ୍ରଲୋଭନ ଦେଖାଇ ଅଶାଳୀନ ବ୍ୟବହାର ପ୍ରଦର୍ଶନ ସହ ଟଣାଓଟରା କରିଥିବା ଅଭିଯୋଗ କରିଥିଲେ।

Advertisment

ଏନେଇ ପୋଷ୍ଟରେ ଥିବା ଅଧିକାରୀ ତୁରନ୍ତ ନିକଟସ୍ଥ ପୁଲିସ୍‌ ଷ୍ଟେଶନକୁ ଫୋନ୍‌ କରିଥିଲେ। ସେଠାରୁ ବରିଷ୍ଠ ଅଧିକାରୀ ଗଭର୍ଣ୍ଣର ହାଉସରେ ପହଞ୍ଚିଥିଲେ। ସେଠାରୁ ତୁରନ୍ତ ସମ୍ପୃକ୍ତ ମହିଳାଙ୍କୁ ପୁଲିସ୍‌ ଷ୍ଟେଶନ ନେଇ ପଚରାଉଚରା କରାଯିବା ପରେ ସେ ରାଜ୍ୟପାଳଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ।

ମାତ୍ର ରାଜ୍ୟପାଳ ବୋଷ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛନ୍ତି। ଶାସକ ଦଳ ନିଜ ସ୍ୱାର୍ଥ ପାଇଁ ନିର୍ବାଚନୀ ସମୟରେ ଏପରି ଷଡଯନ୍ତ୍ର କରିଥିବା ସେ କହିଛନ୍ତି। ଏଥିସହ ସେ କହିଛନ୍ତି, ମୋତେ ବଦନାମ କରି କିଛି ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ନିର୍ବାଚନୀ ଫାଇଦା ହାସଲ କରିବାକୁ ଅପଚେଷ୍ଟା ଚଳାଇଛନ୍ତି। ମୁଁ ଏହାକୁ ଡରିନି। ସତ ଦିନେ ନା ଦିନେ ସାମନାକୁ ଆସିବ । ଏପରି ଅପବାଦ ପଶ୍ଚିମବଙ୍ଗରେ ହେଉଥିବା ହିଂସା ଓ ଭ୍ରଷ୍ଟାଚାର ବିରୋଧରେ ମୋ’ ଲଢ଼େଇକୁ ରୋକି ପାରିବନି ବୋଲି ଦୃଢତାର ସହ କହିଛନ୍ତି ରାଜ୍ୟପାଳ ବୋଷା।

ଏନେଇ ପ୍ରତିକ୍ରିୟା ରଖି ପଶ୍ଚିମବଙ୍ଗ ବିଧାନସଭାର ବିପକ୍ଷ ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ଏହି ଆରୋପ ସତ ନା ଏହା ଏକ ଷଡଯନ୍ତ୍ର ତାହାର ତଦନ୍ତ ହେବା ଆବଶ୍ୟକ ।

West Bengal Governor West Bengal Misbehaviour Alligation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe