Advertisment

ତୁରନ୍ତ ଖାଲି କର ରାଜଭବନ…ପୁଲିସକୁ ନିର୍ଦ୍ଦେଶ ଦେଲେ ରାଜ୍ୟପାଳ

ରାଜଭବନରେ ନିୟୋଜିତ ପୁଲିସ ଅଧିକାରୀଙ୍କ ସମେତ ରାଜଭବନ ଭିତରେ ନିୟୋଜିତ ହୋଇଥିବା ଅଧିକାରୀଙ୍କୁ ମଧ୍ୟ ତୁରନ୍ତ ଘର ଖାଲି କରିବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି।

author-image
Madhupriya Mistry
CV Ananda Bose

CV Ananda Bose

'ତୁରନ୍ତ ଖାଲି କର ରାଜଭବନ ପରିସର।' ଆଜି କୋଲକାତା ପୁଲିସ କର୍ମଚାରୀଙ୍କୁ ଏଭଳି କିଛି ନିର୍ଦ୍ଦେଶ ଦେଇଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ। ଏନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

Advertisment

ସୂଚନା ମୁତାବକ, ବୋଷ ରାଜଭବନର ଉତ୍ତର ଫାଟକ ନିକଟରେ ଅବସ୍ଥିତ ପୁଲିସ ପୋଷ୍ଟକୁ ‘ଜନ ମଞ୍ଚ’ରେ ପରିଣତ କରିବାକୁ ଯୋଜନା କରୁଛନ୍ତି। ରାଜଭବନରେ ନିୟୋଜିତ ପୁଲିସ ଅଧିକାରୀଙ୍କ ସମେତ ରାଜଭବନ ଭିତରେ ନିୟୋଜିତ ହୋଇଥିବା ଅଧିକାରୀଙ୍କୁ ତୁରନ୍ତ ଘର ଖାଲି କରିବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି।

କିଛି ଦିନ ପୂର୍ବେ ପୁଲିସ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଓ ରାଜ୍ୟରେ ନିର୍ବାଚନ ପରବର୍ତ୍ତୀ ହିଂସାର ଶିକାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ବୋଷଙ୍କୁ ଭେଟିବା ପାଇଁ ରାଜ ଭବନରେ ପ୍ରବେଶ କରିବାକୁ ଅଟକାଇଥିଲା। ହେଲେ ରାଜ୍ୟପାଳ ସେମାନଙ୍କୁ ଭେଟିବା ପାଇଁ ଲିଖିତ ଅନୁମତି ଦେଇଥିଲେ ମଧ୍ୟ ପୁଲିସକୁ ଏହାକୁ ଖାତିର କରି ନଥିଲା। ଏହି ଘଟଣା ପରେ ରାଜ୍ୟପାଳଙ୍କ ତରଫରୁ ଏବେ ଏହି ଆଦେଶ ଆସିଛି। ତୁରନ୍ତୁ ପୁଲିସ କର୍ମଚାରୀଙ୍କୁ ସେ ରାଜଭବନ ଖାଲି କରିବାକୁ କହିଛନ୍ତି।

Advertisment

କହିରଖୁ ଯେ, ପୁଲିସ ଗୁରୁବାର ଧାରା ୧୪୪ ଜାରିା ଦ୍ୱାହି ଦେଇ ନିର୍ବାଚନ ପରବର୍ତ୍ତୀ ହିଂସାର ଶିକାର ହୋଇଥିବା ପୀଡିତଙ୍କୁ ରାଜଭବନରେ ପ୍ରବେଶ କରିବାକୁ ଅଟକାଇଥିଲା। ଏହା ପରେ ରାଜ୍ୟପାଳଙ୍କ ଘର ବାହାରେ ବହୁ ସଂଖ୍ୟାରେ ଲୋକେ ଏକାଠି ହେବାକୁ ମନା କରିଥିଲା। ଏହା ପରେ ବିଜେପି ଶୁଭେନ୍ଦୁ ଅଧିକାରୀ ଓ ଅନ୍ୟ ଜଣେ ବ୍ୟକ୍ତି କୋଲକାତା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଲିଖିତ ଅନୁମତି ଥିବା ସତ୍ତ୍ୱେ ପୁଲିସ ତାଙ୍କୁ ରାଜଭବନ ଭିତରକୁ ଛାଡି ନଥିବା ଅଭିଯୋଗ କରିଥିଲେ। 

West Bengal Governor CV Ananda Bose Kolkata Police