Advertisment

West Bengal: ନିର୍ବାଚନର ଠିକ ପୂର୍ବରୁ ଇସ୍ତଫା ଦେଲେ ବେଙ୍ଗଲ ରାଜ୍ୟପାଳ

ସେ ନିଜର ଇସ୍ତଫାପତ୍ର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଇ ଦେଇଛନ୍ତି। ହେଲେ ହଠାତ୍‌ ଶ୍ରୀ ବୋଷ କାହିଁକି ଇସ୍ତଫା ଦେଲେ, ସେକଥା ସ୍ପଷ୍ଟ ହୋଇନାହିଁ। ଶ୍ରୀ ବୋଷ ସାଢ଼େ ୩ ବର୍ଷ ହେଲା ବେଙ୍ଗଲର ରାଜ୍ୟପାଳ ଭାବେ କାମ କରୁଥିଲେ।

CV

ସିଭି ଆନନ୍ଦ ବୋଷ

Advertisment

ଆଉ କିଛି ମାସ ପରେ ପଶ୍ଚିମବଙ୍ଗରେ ହେବ ବିଧାନସଭା ନିର୍ବାଚନ। କିନ୍ତୁ ଏହାର ଠିକ ପୂର୍ବରୁ ବେଙ୍ଗଲର ରାଜ୍ୟପାଳ ସିଭି ଆନନ୍ଦ ବୋଷ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫାପତ୍ର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଇ ଦେଇଛନ୍ତି। ହେଲେ ହଠାତ୍‌ ଶ୍ରୀ ବୋଷ କାହିଁକି ଇସ୍ତଫା ଦେଲେ, ସେକଥା ସ୍ପଷ୍ଟ ହୋଇନାହିଁ। ଶ୍ରୀ ବୋଷ ସାଢ଼େ ୩ ବର୍ଷ ହେଲା ବେଙ୍ଗଲର ରାଜ୍ୟପାଳ ଭାବେ କାମ କରୁଥିଲେ। 

Advertisment

ଏହି ସାଢ଼େ ୩ ବର୍ଷ ଭିତରେ ଅନେକ ଥର ପଶ୍ଚିମବଙ୍ଗ ସରକାରଙ୍କ ସହ ତାଙ୍କର ତିକ୍ତତା ଲାଗି ରହିଥିବା ଦେଖିବାକୁ ମିଳିଥିଲା। ବିଭିନ୍ନ ସମୟରେ ବେଙ୍ଗଲ ସରକାରଙ୍କୁ ଶ୍ରୀ ବୋଷ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରିବାର ନଜିର ମଧ୍ୟ ରହିଛି। ଇସ୍ତଫା ପରେ ସେ ପିଟିଆଇକୁ କହିଛନ୍ତି ଯେ ଅଫିସରେ ସେ ଅନେକ ସମୟ ବିତାଇ ସାରିଛନ୍ତି। ଏବେ ତାଙ୍କୁ ଆଉ ଅଫିସରେ ରହିବାର ଇଚ୍ଛା ନାହିଁ। 

ଅନ୍ୟପକ୍ଷରେ ତାମିଲନାଡୁର ରାଜ୍ୟପାଳ ଆରଏନ ରବି ବେଙ୍ଗଲର ରାଜ୍ୟପାଳ ହେବେ ବୋଲି ଖୋଦ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ୍ସରେ ପୋଷ୍ଟ କରିଛନ୍ତି। ଏ ସମ୍ପର୍କରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ତାଙ୍କୁ ଅବଗତ କରାଯାଇଥିବା ମମତା ଦାବି କରିଛନ୍ତି। ବେଙ୍ଗଲ ଭଳି ତାମିଲନାଡୁରେ ମଧ୍ୟ ଖୁବଶୀଘ୍ର ବିଧାନସଭା ନିର୍ବାଚନ ହେବ। ସେଠାରେ ମଧ୍ୟ ଡିଏମକେ ସରକାରଙ୍କ ସହ ରାଜ୍ୟପାଳ ରବିଙ୍କ ତିକ୍ତତା ଲାଗି ରହିଛି। 

Advertisment

ମମତା କହିଛନ୍ତି ଯେ ସିଭି ଆନନ୍ଦ ବୋଷଙ୍କ ଅଚାନକ ଇସ୍ତଫାରେ ସେ ସ୍ତବ୍ଧ। ସେହିପରି ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ କଲ କରି ଆରଏନ ରବିଙ୍କୁ ବେଙ୍ଗଲ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିବା କହିଛନ୍ତି। ହେଲେ ରାଜ୍ୟପାଳଙ୍କ ନିଯୁକ୍ତି ପୂର୍ବରୁ ତାଙ୍କ ସହ ବିଚାର କରାଯାଇ ନଥିବାରୁ ମମତା ଅସନ୍ତୋଷ ପ୍ରକାଶ କରିଛନ୍ତି। 

West Bengal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe