Advertisment

ଗିରଫ ପରେ ସନ୍ଦୀପ ଘୋଷଙ୍କୁ ନିଲମ୍ବନ କଲେ ବେଙ୍ଗଲ ସରକାର

ଏହି ମାମଲାରେ ସିବିଆଇ ସନ୍ଦୀପଙ୍କୁ ଗିରଫ କରିଥିଲା। ତାଙ୍କ ସହ ଆଉ ୩ ଜଣଙ୍କୁ ମଧ୍ୟ ସିବିଆଇ ବାନ୍ଧଛି।

author-image
Hemant Lenka
sandip

sandip

ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆରଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ଡାକ୍ତର ସନ୍ଦୀପ ଘୋଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ପଶ୍ଚିମବଙ୍ଗ ସରକାର। ତାଙ୍କୁ ଆଜି ବେଙ୍ଗଲର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିଲମ୍ବିତ କରାଯାଇଛି। ତାଙ୍କ ବିରୋଧରେ ଆର୍ଥିକ ହେରଫେରର ଅଭିଯୋଗ ଆସିଥିଲା। ଏହି ମାମଲାରେ ସିବିଆଇ ସନ୍ଦୀପଙ୍କୁ ଗିରଫ କରିଥିଲା। ତାଙ୍କ ସହ ଆଉ ୩ ଜଣଙ୍କୁ ମଧ୍ୟ ସିବିଆଇ ବାନ୍ଧଛି।

Advertisment

ହସ୍ପିଟାଲରେ ସମ୍ଭାବ୍ୟ ଆର୍ଥିକ ହେରଫେରକୁ ନେଇ ସିବିଆଇ ତାଙ୍କ ବିରୋଧରେ ତଦନ୍ତ କରୁଥିଲା। ବିଶେଷ କରି ରୋଗୀଙ୍କ ସେବା ପାଇଁ କିଣା ଯାଉଥିବା ସାମଗ୍ରୀରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ଏହାର ତଦନ୍ତ କରି ସିବିଆଇ ସନ୍ଦୀପଙ୍କୁ ଗିରଫ କରିଛି। ଆଜି ତାଙ୍କୁ କୋର୍ଟରେ ହାଜର କରାଇ ୮ ଦିନ ପାଇଁ ରିମାଣ୍ତରେ ନେଇଛି। ସିବିଆଇ ତାଙ୍କୁ ରିମାଣ୍ତରେ ନେବା ପରେ ବେଙ୍ଗଲ ସରକାର ତାଙ୍କୁ ନିଲମ୍ବିତ କରିଛନ୍ତି। 

ଅଗଷ୍ଟ ୯ରେ ଆର ଜି କର ମେଡିକାଲ କଲେଜ ଓ ହସ୍ପିଟାଲର ସେମିନାର ରୁମରୁ ଜଣେ ମହିଳା ଡାକ୍ତରଙ୍କ କ୍ଷତାକ୍ତ ମୃତଦେହ ମଳିଥିଲା। ଏହାକୁ ନେଇ ପୂରା ଦେଶରେ ହଟଚମଟ ଦେଖାଯାଇଥିଲା। ଘଟଣାର ପରେ ସନ୍ଦୀପ ଘୋଷ ଅଗଷ୍ଟ ୧୨ରେ ପ୍ରିନ୍ସିପାଲ ପଦରୁ ଇସ୍ତଫା ଦେଇଥିଲେ।

Advertisment

ଡାକ୍ତର ସନ୍ଦୀପଙ୍କ ଗିରଫଦାରୀକୁ ନେଇ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ସୁକାନ୍ତ ମୁଜୁମଦାର କହିଛନ୍ତି ଯେ ସେ ପୂର୍ବରୁ ହିଁ ସନ୍ଦୀପ ଘୋଷ ଗିରଫ ହେବ ବୋଲି ଆଶା ରଖିଥିଲେ। ତାଙ୍କ ଗିରଫଦାରୀ ବେଙ୍ଗଲବାସୀ ଚାହୁଁଥିଲେ। ସେ କହିଛନ୍ତି।

Sandip Ghosh Ex-principal Sandip Ghosh Kolkata Doctor Rape And Murder Case