Advertisment

୭୫ ଲକ୍ଷ ଟଙ୍କାର ଲଟେରୀ ଜିତିବା ପରେ ଭୟରେ ପୁଲିସ୍‌ ପାଖକୁ ଦୌଡ଼ିଲେ ପ୍ରବାସୀ ଶ୍ରମିକ

ପ୍ରବାସୀ ଶ୍ରମିକ ଜଣଙ୍କ ୭୫ ଲକ୍ଷ ଟଙ୍କାର ଲଟେରୀ କେରଳରେ ଜିତିବା ପରେ ଭୟରେ ପୁଲିସ୍‌ ପାଖକୁ ଦୌଡ଼ିବା ଚର୍ଚ୍ଚାର ବିଷୟ ପାଲଟିଛି। ପୁଲିସ୍‌ ପାଖରେ ପହଞ୍ଚି ସେ ସୁରକ୍ଷା ପାଇଁ ନିବେଦନ କରିଛନ୍ତି।

 lottery

lottery

Advertisment

ଜଣେ ଶ୍ରମିକଙ୍କ ଭାଗ୍ୟ ବଦଳାଇ ଦେଇଛି ଲଟେରୀ ଟିକେଟ। ରାସ୍ତା କାମ କରି ନିଜ ପରିବାର ଓ ନିଜର ପେଟ ପୋଷୁଥିବା ଜଣେ ପ୍ରବାସୀ ଶ୍ରମିକ ଏବେ ଲକ୍ଷପତି ବନି ଯାଇଛନ୍ତି। ତେବେ ପ୍ରବାସୀ ଶ୍ରମିକ ଜଣଙ୍କ ୭୫ ଲକ୍ଷ ଟଙ୍କାର ଲଟେରୀ କେରଳରେ ଜିତିବା ପରେ ଭୟରେ ପୁଲିସ୍‌ ପାଖକୁ ଦୌଡ଼ିବା ଚର୍ଚ୍ଚାର ବିଷୟ ପାଲଟିଛି। ପୁଲିସ୍‌ ପାଖରେ ପହଞ୍ଚି ସେ ସୁରକ୍ଷା ପାଇଁ ନିବେଦନ କରିଛନ୍ତି।

Advertisment

ପଶ୍ଚିମବଙ୍ଗର ମୂଳବାସିନ୍ଦା ଏସକେ ବାଦେଶ କେରଳରେ ରହି କାମ କରନ୍ତି। ସେ ଅନେକ ଥର ଲଟେରୀ ଟିକେଟ କିଣି ନିଜର ଭାଗ୍ୟ ବଦଳାଇବାକୁ ଚେଷ୍ଟା କରିଥିଲେ ହେଁ ଏଯାଏ କେବେ ହେଲେ ସଫଳତା ପାଇ ନଥିଲେ। କିନ୍ତୁ ଏଥର ସେ କେରଳ ସରକାରଙ୍କ ଷ୍ଟ୍ରି ଶକ୍ତି ଲଟେରୀ ମାଧ୍ୟମରେ ୭୫ ଲକ୍ଷ ଟଙ୍କା ଜିତି ନେଇଛନ୍ତି। ଲଟେରୀ ଜିତିବା ପରେ ସେ ମଙ୍ଗଳବାର ରାତିରେ ହିଁ ମୁଭାଟ୍ଟୁପୁଝା ପୁଲିସ ଷ୍ଟେସନରେ ପହଞ୍ଚି ତାଙ୍କ ଟଙ୍କାର ସୁରକ୍ଷା ପାଇଁ ଅନୁରୋଧ କରିଛନ୍ତି।

ବାଦେଶ ଲଟେରୀ ଜିତିଥିଲେ ମଧ୍ୟ କେମିତି କାଗଜପତ୍ର କାମ କରିବାକୁ ହେବ, ସେକଥା ଜାଣି ନାହାନ୍ତି। ସେହିପରି ତାଙ୍କ ବିଜୟୀ ଟିକେଟକୁ କିଏ କାଳେ ଝାମ୍ପି ନେଇଯିବେ, ସେ ଭୟ ମଧ୍ୟ ତାଙ୍କୁ ଘାରିଛି। ତେଣୁ ସେ ପୁଲିସ୍‌ ପାଖରେ ପହଞ୍ଚି ସହଯୋଗ କରିବାକୁ ଅନୁରୋଧ କରିଥିଲେ। ପୁଲିସ୍‌ ତାଙ୍କୁ ସବୁ କଥା ବୁଝାଇବା ସହ ସୁରକ୍ଷା ଗ୍ୟାରେଣ୍ଟୀ ଦେଇଛି। 

Advertisment

ପୂର୍ବରୁ ଅନେକ ଥର ନିଜର ଭାଗ୍ୟ ପରୀକ୍ଷା କରିଥିଲେ ମଧ୍ୟ ବାଦେଶ କେବେ ହେଲେ ପୁରସ୍କାର ଜିତି ନଥିଲେ। ତେଣୁ ଏଥର ମଧ୍ୟ ସେ ସମାନ ସ୍ଥିତିର ସମ୍ମୁଖୀନ ହେବେ ବୋଲି ଆଶା କରି ଟିକେଟ ନମ୍ବରକୁ ଯାଞ୍ଚ କରିଥିଲେ। କିନ୍ତୁ ସୌଭାଗ୍ୟବଶତଃ ସେ ଲଟେରୀ ଟିକେଟରେ ୭୫ ଲକ୍ଷ ଟଙ୍କା ଜିତି ନେଇଛନ୍ତି।

ଏର୍ଣ୍ଣାକୁଲମର ଛୋଟ୍ଟାନିକାରା ଅଞ୍ଚଳରେ ବାଦେଶ ରାସ୍ତା ନିର୍ମାଣ କାମରେ ନିୟୋଜିତ ଥିଲେ। ଏହି ସମୟରେ ସେ ଉକ୍ତ ଲଟେରୀ ଟିକେଟ କିଣିଥିଲେ। ମାତ୍ର କିଛି ବର୍ଷ ତଳେ କେରଳ ଆସିଥିବା ବାଦେଶ ଠିକ ଭାବେ ମାଲାୟଲମ ଭାଷା ଜାଣି ନାହାନ୍ତି। ତେଣୁ ସେ ତାଙ୍କ ସାଙ୍ଗ କୁମାରଙ୍କ ସହଯୋଗ ଲୋଡ଼ିଛନ୍ତି।

ସରକାରଙ୍କ ଠାରୁ ଟଙ୍କା ମିଳିବା ପରେ ବାଦେଶ ବେଙ୍ଗଲ ସ୍ଥିତ ତାଙ୍କ ଘରକୁ ଫେରିଯିବେ। ସେଠାରେ ସେ ତାଙ୍କ ଘରକୁ ନବୀକରଣ କରିବେ ଓ ନିଜ ଚାଷ କାମର ସଂପ୍ରସାରଣ କରିବେ ବୋଲି କହିଛନ୍ତି।

West Bengal Kerala
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe