ସନ୍ଦେଶଖାଲିରେ କମାଣ୍ଡୋ, ସିବିଆଇ ତଦନ୍ତ ବିରୋଧରେ ସୁପ୍ରିମକୋର୍ଟରେ ବେଙ୍ଗଲ ସରକାର

ହାଇକୋର୍ଟ ସିବିଆଇ ତଦନ୍ତ ପାଇଁ ଦେଇଥିବା ରାୟକୁ ପଶ୍ଚିମବଙ୍ଗ ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। 

NSG

ଏନଏସଜି କମାଣ୍ଡୋ

Hemant Lenka
  • Published: Friday, 26 April 2024
  • Updated: 26 April 2024, 06:30 PM IST

Sports

Latest News

ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ଆଜି ସିବିଆଇ ଟିମ ଏନଏସଜି କମାଣ୍ଡୋମାନଙ୍କୁ ନେଇ ସର୍ଚ୍ଚ ଅପରେସନ କରିଛି। ଏହି ସମୟରେ ସନ୍ଦେଶଖାଲିରୁ ବିଦେଶୀ ବନ୍ଧୁକ ଓ ଗୁଳିଗୋଳା ମିଳିଛି। ଏହାକୁ ନେଇ ବିବାଦ ମଧ୍ୟ ବଢ଼ିବାରେ ଲାଗିଛି। 

ଜାନୁଆରୀ ୫ ତାରିଖ ଇଡି ଅଧିକାରୀଙ୍କ ଉପରେ ଏଠାରେ ଆକ୍ରମଣ ହୋଇଥିଲା। ଘଟଣାର ଅଭିଯୁକ୍ତ ଶେଖ ଶାହଜାହାଁ ଏବେ ସିବିଆଇ ହେପାଜତରେ ଅଛନ୍ତି। ସେ ସନ୍ଦେଶଖାଲିରେ ଦୀର୍ଘ ଦିନ ହେଲା ଗୁଣ୍ଡାରାଜ ଜାରି ରଖିବା ସହ ମହିଳାମାନଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଏହାର ତଦନ୍ତ ସିବିଆଇକୁ କଲିକତା ହାଇକୋର୍ଟ ହସ୍ତାନ୍ତର କରିଛନ୍ତି।

Also Read

ଏହି କ୍ରମରେ ସିବିଆଇ ଆଜି କମାଣ୍ଡୋମାନଙ୍କୁ ସନ୍ଦେଶୋଖାଲିରେ ମୁତୟନ କରି ତଦନ୍ତ ଆରମ୍ଭ କରିଛି। କିନ୍ତୁ ସିବିଆଇ ତଦନ୍ତ ବିରୋଧରେ ପଶ୍ଚିମବଙ୍ଗ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ହାଇକୋର୍ଟ ସିବିଆଇ ତଦନ୍ତ ପାଇଁ ଦେଇଥିବା ରାୟକୁ ପଶ୍ଚିମବଙ୍ଗ ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। 

ରାସନ ଓ ଜମି ଦୁର୍ନୀତି ମାମଲାରେ ଇଡି ଟିମ ଜାନୁଆରୀ ୫ରେ ରେଡ୍‌ କରିବାକୁ ସନ୍ଦେଶଖାଲି ଯାଉଥିବା ବେଳେ ସେମାନଙ୍କ ଉପରେ ଶାହଜାହାଁଙ୍କ ସମର୍ଥକମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ପରେ ଶାହଜାହାଁ ଫେରାର ହୋଇଯାଇଥିଲେ। ପ୍ରାୟ ୨ ମାସ ପରେ ପୁଲିସ୍‌ ତାଙ୍କୁ ଗିରଫ କରିଥିଲା। 

ଇଡି ମନିଲଣ୍ଡରିଂ ମାମଲର ତଦନ୍ତ କରୁଥିବା ବେଳେ ସିବିଆଇ ଆକ୍ରମଣ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୁଲିସ୍‌ ଠାରୁ ସିବିଆଇ ଶାହଜାହାଁଙ୍କୁ ମଧ୍ୟ ନିଜ ହେପାଜତକୁ ନେଇଥିଲା। ତେବେ ଶାହଜାହାଁ ଟିଏମସିର ସଦସ୍ୟ ହୋଇଥିବାରୁ ମମତା ସରକାର ତାଙ୍କୁ ଫେରାରରେ ସହାୟତା କରିଥିଲେ ବୋଲି ବିଜେପି ଅଭିଯୋଗ କରିଥିଲା। 

ସେହିପରି ସାଧାରଣ ନିର୍ବାଚନ ପୂର୍ବରୁ ଶାହାଜାହାଁଙ୍କ ଗିରଫଦାରୀକୁ ନେଇ ବେଙ୍ଗଲର କ୍ଷମତାସୀନ ଟିଏମସି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story