Advertisment

ଜୁଲାଇ ୮ରେ ବେଙ୍ଗଲ ପଞ୍ଚାୟତ ନିର୍ବାଚନ, କାଲିଠୁ ନାମାଙ୍କନ

ଜୁଲାଇ ୮ରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଜୁଲାଇ ୧୧ରେ ଗଣିତ ସହ ଫଳାଫଳ ପ୍ରକାଶ ପାଇବ।

Election

Election

Advertisment

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ଆସନ୍ତା ଜୁଲାଇ ୮ ତାରିଖରେ ଅନୁଷ୍ଠିତ ହେବ। ଏନେଇ ଆସନ୍ତାକାଲି ଠାରୁ ଜୁନ ୧୫ ଯାଏ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିପାରିବେ ବୋଲି ନିର୍ବାଚନ କମିଶନ ଘୋଷଣା କରିଛନ୍ତି।

Advertisment

ଜୁଲାଇ ୮ରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଜୁଲାଇ ୧୧ରେ ଗଣିତ ସହ ଫଳାଫଳ ପ୍ରକାଶ ପାଇବ। ନୂଆ କରି ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ହୋଇଥିବା ରାଜୀବ ସିହ୍ନା ଗୁରୁବାର ବେଙ୍ଗଲରେ ଅନୁଷ୍ଠିତ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତାରିଖ ଘୋଷଣା କରିଛନ୍ତି।

ପଶ୍ଚିମବଙ୍ଗର ରାଜ୍ୟ ନିର୍ବାଚନ କମିଶନ ଅଫିସରେ ଶ୍ରୀ ସିହ୍ନା କହିଛନ୍ତି, ଆଜି ଠାରୁ ହିଁ ନିର୍ବାଚନ ଆଚରଣ ବିଧି ରାଜ୍ୟରେ ଲାଗୁ କରାଯାଇଛି। ଦାର୍ଜିଲିଂ ଓ କାଲିମପୋଙ୍ଗରେ ଦୁଇ ସ୍ତରୀୟ ଓ ରାଜ୍ୟର ବାକି ସ୍ଥାନରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଲୋକମାନେ ଜୁଲାଇ ୮ରେ ଭୋଟ ଦେବେ। ନାମାଙ୍କନ ପ୍ରକ୍ରିୟା ଜୁନ ୯ରୁ ଆରମ୍ଭ ହୋଇ ଜୁନ ୧୫ ଯାଏ ଚାଲିବ।

Advertisment

ନିକଟରେ ରାଜ୍ୟପାଳ ସିଭି ଆନନ୍ଦ ବୋଷ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ବେଙ୍ଗଲର ପୂର୍ବତନ ମୁଖ୍ୟ ଶାସନ ସଚିବ ରାଜୀବ ସିହ୍ନାଙ୍କୁ ନିଯୁକ୍ତି ଦେଇଥିଲେ। ସେ ନିଯୁକ୍ତି ପାଇବା ମାତ୍ରେ ରାଜ୍ୟ ସରକାରଙ୍କ ବିଭିନ୍ନ ଅଧିକାରୀଙ୍କ ସହ ପଞ୍ଚାୟତ ନିର୍ବାଚନ ସମ୍ପର୍କରେ ଆଲୋଚନା କରିଥିଲେ। ଏହାପରେ ଆଜି ସେ ତାରିଖ ଘୋଷଣା କରିଛନ୍ତି।

ତାଙ୍କ ଘୋଷଣା ଅନୁଯାୟୀ, ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଜୁନ ୨୦ ରହିଛି। ଜୁଲାଇ ୮ ତାରିଖ ସକାଳ ୭ଟାରୁ ସନ୍ଧ୍ୟା ୫ଟା ଯାଏ ଭୋଟିଂ ହେବ। ନିର୍ବାଚନର ପ୍ରଚାର ବେଳେ ରାତି ୧୦ରୁ ସକାଳ ୮ଟା ଯାଏ କୌଣସି ପ୍ରକାରର ରାଲି କିମ୍ବା ବୈଠକ ହୋଇପାରିବ ନାହିଁ। ତେବେ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟରେ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ ହେବେ କି ନାହିଁ, ସେକଥା ଶ୍ରୀ ସିହ୍ନା କହି ନାହାନ୍ତି।

West Bengal Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe