Advertisment

ହିଟୱେଭ ପାଇଁ କାଲିଠାରୁ ସ୍କୁଲ ଛୁଟି

ମମତା ବନାର୍ଜୀ କହିଛନ୍ତି ଯେ ବିଗିତ କିଛି ଦିନ ହେଲାଣି ରାଜ୍ୟରେ ପ୍ରଚଣ୍ଡ ତାତି ଅନୁଭୂତ ହେଉଛନ୍ତି। ଏଥିଯୋଗୁ ସ୍କୁଲରୁ ଫେରିବା ପରେ ପିଲାମାନେ ମୁଣ୍ଡବିନ୍ଧା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟଗତ ସମସ୍ୟାରେ ପଡ଼ୁଛନ୍ତି।

author-image
Hemant Lenka
undefined

School

ଓଡ଼ିଶା ସମେତ ସମଗ୍ର ଦେଶର ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଖରାକୁ ଦେଖି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସନ୍ତା ସପ୍ତାହକ ଯାଏ ରାଜ୍ୟରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିଛନ୍ତି।

Advertisment

ମମତା ବନାର୍ଜୀ କହିଛନ୍ତି ଯେ ବିଗିତ କିଛି ଦିନ ହେଲାଣି ରାଜ୍ୟରେ ପ୍ରଚଣ୍ଡ ତାତି ଅନୁଭୂତ ହେଉଛନ୍ତି। ଏଥିଯୋଗୁ ସ୍କୁଲରୁ ଫେରିବା ପରେ ପିଲାମାନେ ମୁଣ୍ଡବିନ୍ଧା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟଗତ ସମସ୍ୟାରେ ପଡ଼ୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ସମସ୍ତ ସ୍କୁଲ ଓ କଲେଜକୁ ଆସନ୍ତା ସପ୍ତାହରେ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି।

କେବଳ ସରକାରୀ ନୁହେଁ, ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ମଧ୍ୟ ମମତା ନିୟମ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ସେ ଲୋକମାନଙ୍କୁ ଅତି ଜରୁରୀ କାମ ନଥିଲେ ଦିନ ୧୨ଟାରୁ ଅପରାହ୍ନ ୪ଟା ଯାଏ ଘରୁ ନ ବାହାରିବାକୁ କହିଛନ୍ତି।

Advertisment

ଏହାପୂର୍ବରୁ ପଶ୍ଚିମବଙ୍ଗ ସରକାର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲର ଖରା ଛୁଟି ୩ ସପ୍ତାହ ଆଗରୁ ଲାଗୁ କରି ଦେଇଛନ୍ତି। ପ୍ରକୃତରେ ମେ’ ୨ରୁ ଖରା ଛୁଟି ନିୟମ ଲାଗୁ ହେବା କଥା। ବର୍ତ୍ତମାନ ରାଜ୍ୟରେ ପାରଦ ଅଧିକାଂଶ ସ୍ଥାନରେ ୪୦ ଡିଗ୍ରୀ ଉପରେ ରହୁଛି।

ସେହିପରି ଏପ୍ରିଲ ୧୯ ଯାଏ ହିଟୱେଭ ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ତେଣୁ ସତର୍କତା ପଦକ୍ଷେପ ସ୍ୱରୂପ ସରକାର ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି।

West Bengal Heat Wave School