Advertisment

କୋର୍ଟଙ୍କ ପରାମର୍ଶ ମାନିଲେନି, ବେଙ୍ଗଲ ସରକାରଙ୍କ ପ୍ରସ୍ତାବକୁ ଗ୍ରହଣ କଲେନି

ସୋମବାର ସୁପ୍ରିମକୋର୍ଟ କୋଲକାତା ହରର ଶୁଣାଣି କରିବା ବେଳେ ଆନ୍ଦୋଳନ କରୁଥିବା ଡାକ୍ତରମାନଙ୍କୁ ୧୦ ତାରିଖ ଅପରାହ୍ନ ୫ଟା ସୁଦ୍ଧା କାର୍ଯ୍ୟରେ ଯୋଗ ଦେବାକୁ ପରାମର୍ଶ ଦେଇଥିଲେ।

Doctor

Doctor

Advertisment

କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ବିରୋଧରେ ମାସାଧିକ କାଳ ଆନ୍ଦୋଳନରେ ବସିଥିବା ଜୁନିୟର ଡାକ୍ତରଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛନ୍ତି ବେଙ୍ଗଲ ସରକାର। ଆନ୍ଦୋଳନ କରୁଥିବା ଡାକ୍ତରମାନଙ୍କ ସହ ଆଲୋଚନା କରିବାକୁ ସରକାର ଚାହୁଁଥିବା ବେଙ୍ଗଲ ସ୍ୱାସ୍ଥ୍ୟ ସଚିବ ଇ-ମେଲ ପଠାଇଛନ୍ତି। ହେଲେ ଏହାକୁ ଡାକ୍ତରମାନେ ଗ୍ରହଣ କରି ନାହାନ୍ତି। 

Advertisment

ଆନ୍ଦୋଳନ କରୁଥିବା ଡାକ୍ତରମାନେ କହିଛନ୍ତି ଯେ ସ୍ୱାସ୍ଥ୍ୟ ସଚିବ ଇ-ମେଲ ପଠାଇବା ଆମକୁ ହତାଶ କରିଛି। କାରଣ ଆମେ ଉଠାଇଥିବା ୫ ଦାବି ମଧ୍ୟରେ ସଚିବଙ୍କ ବରଖାସ୍ତ ମଧ୍ୟ ରହିଥିଲା। ସଚିବ ଓ ରାଜ୍ୟ ଡିଏମଇଙ୍କୁ ପଦରୁ ହଟାଯିବା ପାଇଁ ଆମେ ଦାବି କରୁଛୁ ବୋଲି ସେମାନେ କହିଛନ୍ତି।

ଏହାର ଅର୍ଥ ଆନ୍ଦୋଳନ କରୁଥିବା ଡାକ୍ତରମାନେ ଆଲୋଚନା କରିବା ପାଇଁ ଯିବେ ନାହିଁ ବୋଲି ସୂଚାଇ ଦେଇଛନ୍ତି। ସୋମବାର ସୁପ୍ରିମକୋର୍ଟ କୋଲକାତା ହରର ଶୁଣାଣି କରିବା ବେଳେ ଆନ୍ଦୋଳନ କରୁଥିବା ଡାକ୍ତରମାନଙ୍କୁ ୧୦ ତାରିଖ ଅପରାହ୍ନ ୫ଟା ସୁଦ୍ଧା କାର୍ଯ୍ୟରେ ଯୋଗ ଦେବାକୁ ପରାମର୍ଶ ଦେଇଥିଲେ। ହେଲେ ସେମାନେ ଏହାକୁ ଖାତିର କରି ନାହାନ୍ତି।

Advertisment

ଜଣେ ଡାକ୍ତର କହିଛନ୍ତି, “ଆମେ ସବୁବେଳେ ଆଲୋଚନା ପାଇଁ ପ୍ରସ୍ତୁତ। କିନ୍ତୁ ସ୍ୱାସ୍ଥ୍ୟ ସଚିବ ଇ-ମେଲ ପଠାଇବା ଅତ୍ୟନ୍ତ ଲଜ୍ଜାଜନକ। ଏହା ଆମକୁ କଷ୍ଟ ଦେଇଛି। ଆମେ ଏବେ ଭାବୁଛୁ ଯେ ଆଲୋଚନା ପାଇଁ କୌଣସି ସୁଯୋଗ ନାହିଁ। ସ୍ୱାସ୍ଥ୍ୟ ସଚିବଙ୍କ ବଦଳରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଇ-ମେଲ ଆସିଥିଲେ ଭଲ ହୋଇଥାଆନ୍ତା।

ଉକ୍ତ ଇ-ମେଲ ପାଇବା ପରେ ଆମେ ଆଲୋଚନାକୁ ଯିବୁ କି ନାହିଁ, ତା’ର ବିଚାର କରିଥାଆନ୍ତୁ। ଆମକୁ ନିରାଶ କରାଯାଇଛି। ତେଣୁ ଆମେ ଇ-ମେଲର ଜବାବ ଦେଇ ନାହୁଁ। ପ୍ରଥମେ ଉପଯୁକ୍ତ ମାଧ୍ୟମରେ ଇ-ମେଲ କିମ୍ବା ଯୋଗାଯୋଗ କରାଯାଉ। ଏହାପରେ ଆମେ ନିଶ୍ଚିତ ଭାବେ ଏହା ଉପରେ ବିଚାର କରିବୁ।”

ସ୍ୱାସ୍ଥ୍ୟ ସଚିବ ପଠାଇଥିବା ଇ-ମେଲ ଆନ୍ଦୋଳନରତ ଡାକ୍ତରଙ୍କ ୧୦ ଜଣିଆ ପ୍ରତିନିଧି ଦଳକୁ ଆଲୋଚନାକୁ ଡାକିଛନ୍ତି। ବେଙ୍ଗଲର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ କହିଛନ୍ତି, ଡାକ୍ତରମାନଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚ୍ୟାମ୍ବରରେ ଅପେକ୍ଷା କରିଥିଲେ। କିନ୍ତୁ କୌଣସି ଉତ୍ତର ମିଳିନାହିଁ। ଡାକ୍ତରମାନଙ୍କ ଠାରୁ କୌଣସି ଜବାବ ନ ମିଳିବାରୁ ମୁଖ୍ୟମନ୍ତ୍ରୀ ବେଙ୍ଗଲ ସଚିବାଳୟ ଛାଡ଼ିଥିଲେ ବୋଲି ସେ କହିଛନ୍ତି।

Kolkata Kolkata Police Kolkata Doctor Rape And Murder Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe