Advertisment

ପରକୀୟାପ୍ରୀତିକୁ ନେଇ ସର୍ବସମ୍ମୁଖରେ ମହିଳାଙ୍କୁ ମାଡ଼, ଆତ୍ମହତ୍ୟା କଲେ ପୀଡିତା

ଜଣେ ମହିଳାଙ୍କୁ ଦଳେ ମହିଳା ମିଶି ସର୍ବସମ୍ମୁଖରେ ଗାଳିଗୁଲଜ କରିବା ସହ ନିର୍ଧୁମ ମାଡ଼ ମାରିବା ପରେ ସେ ଆତ୍ମହତ୍ୟା କରିଛନ୍ତି।

Suicide

Suicide

Advertisment

ପରକୀୟାପ୍ରୀତି ହେଲା କାଳ। ସର୍ବ ସମ୍ମୁଖରେ ମହିଳାଙ୍କୁ ମାଡ଼ ମାରିଲେ ଦଳେ ମହିଲା। ଏହାକୁ ସହି ନପରି ବିଷ ପିଇ ଆତ୍ମହତ୍ୟା କଲେ ପୀଡିତା। ପଶ୍ଚିମବଙ୍ଗର କୁଚବିହାର ମାମଲା ପରେ ପୁଣି ଥରେ ମଙ୍ଗଳବାର ଜଲପାଇଗୁଡିରେ ଘଟିଛି ଏଭଳି କିଛି ଭୟାନକ ଘଟଣା।

Advertisment

ପରକୀୟା ପ୍ରୀତିକୁ ନେଇ ପଶ୍ଚିମବଙ୍ଗର ପୁଣି ବସିଲା କଙ୍ଗାରୁ କୋର୍ଟ। ଜଲପାଇଗୁରି ଜିଲ୍ଲାର ଜଣେ ମହିଳାଙ୍କୁ ଦଳେ ମହିଳା ମିଶି ଗାଳିଗୁଲଜ କରିବା ସହ ନିର୍ଧୁମ ମାଡ଼ ମାରିବା ପରେ ସେ ଆତ୍ମହତ୍ୟା କରିଛନ୍ତି। ଏନେଇ ପୀଡିତାଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏହି ମାମଲରରେ ୪ ଜଣଙ୍କୁ ଗିରଫ କରିଛି।

ଅଭିଯୋଗ ମୁତାବକ, ପୀଡିତା ଏକ ସପ୍ତାହରେ ଧରି ନିଖୋଜ ଥିଲେ। ସ୍ଥାନୀୟ ମହିଳାମାନେ ତାଙ୍କ ଚରିତ୍ର ଉପରେ ସନ୍ଦେହ କରି ଜଣେ ଯୁବକଙ୍କ ସହ ପରକୀୟାପ୍ରୀତି ହେତୁ ସେ ଘର ଛାଡି ଚାଲିଯାଇଥିବା କହିଥିଲେ। ସୋମବାର ଦିନ ଜାଲପାଇଗୁଡିର ଡାବଗ୍ରାମ-ଫୁଲବାରି ଅଞ୍ଚଳରେ ଥିବା ତାଙ୍କ ଘରକୁ ପୀଡିତା ଫେରିବା ପରେ ଏହି ଘଟଣା ଘଟିଛି। ମହିଳାମାନେ ତାଙ୍କ ସ୍ତ୍ରୀ ସହ ଅସଦାଚରଣ କରିବା ସହ ତାଙ୍କୁ ମାଡ଼ ମାରିଥିବା ସେ କହିଛନ୍ତି।

Advertisment

ସୂଚନା ଅନୁସାରେ ଗାଁର କିଛି ମହିଳା ପୀଡିତାଙ୍କୁ ଅଶାଳୀନ ଭାଷା କହିବା ସହ ଶାରୀରିକ ନିର୍ଯାତନା ଦେଇଥିଲେ। ତାଙ୍କ ସ୍ୱାମୀ ଏଥିରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିଲା। ପରେ ଏହାକୁ ସହିନପାରି ରାତିରେ ପୀଡିତା କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

କହିରଖୁ ଯେ, ନିକଟରେ ପରକୀୟା ପ୍ରୀତି ପାଇଁ ରାଜ୍ୟର ଉତ୍ତର ଦିନାଜପୁର ଜିଲ୍ଲାରେ ରାସ୍ତା ମଝିରେ ବସିଥିବା କଙ୍ଗାରୁ କୋର୍ଟ। ବିଚ୍‌ ରାସ୍ତାରେ ମହିଳା ମାଡ଼ ମାରୁଥିବାର ଏକ ଭିଡିଓ ଭାଇରାଲ୍‌ ହୋଇଥିଲା। ସ୍ଥାନୀୟ ତ୍ରୁଣମୂଳ କଂଗ୍ରେସ (ଟିଏମ୍‌ସି) ନେତା ତାଜିମୁଲ ହକଙ୍କ ନିର୍ଦ୍ଦେଶରେ ଏହି ଆକ୍ରମଣ ହୋଇଥିବା କୁହାଯାଉଛି।

West Bengal Suicide Extra Marital Affair
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe