Advertisment

ରାସ୍ତା ମଝିରେ ଅଭିନେତ୍ରୀଙ୍କୁ ଆଟାକ୍‌, ଭାଙ୍ଗି ଦେଲେ କାର୍‌ର କାଚ

ଅଭିନେତ୍ରୀଙ୍କୁ ଆକ୍ରମଣ ବେଳର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଅଦ୍ୟତନ ହୋଇଛି
Actress Heckled by biker

Actress Heckled by biker

Advertisment

କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଦିନକୁ ଦିନ ପ୍ରତିବାଦ ବଢ଼ିବାରେ ଲାଗିଛି। ଏହି ମାମଲାକୁ ନେଇ ପୂରା ଦେଶରେ ନିଆଁ ଜଳୁଛି। ଏହାରି ଭିତରେ ପଶ୍ଚିମବଙ୍ଗରେ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବିଚ୍‌ ରାସ୍ତାରେ ଜଣେ ଫେମସ୍‌ ଅଭିନେତ୍ରୀଙ୍କୁ ଆକ୍ରମଣ ହୋଇଛି। ଅଭିନେତ୍ରୀ ପାୟଲ ମୁଖାର୍ଜୀଙ୍କ କାର୍‌ ଉପରେ ଜଣେ ବାଇକ୍‌ ଚାଳକ ଆଟାକ୍ କରିଛନ୍ତି। ଏହି ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଶୁକ୍ରବାର ସନ୍ଧ୍ୟାରେ ଦକ୍ଷିଣ କୋଲକାତାର ସାଉଥ ଆଭେନ୍ୟୁରେ ଜଣେ ବାଇକ୍‌ ଚାଳକ ବଙ୍ଗୀୟ ଅଭିନେତ୍ରୀ ପାୟଲ ମୁଖାର୍ଜୀଙ୍କ କାର୍‌ ଉପରକୁ ଆକ୍ରମଣ କରିଛନ୍ତି। ବାଇକ୍‌ ଚାଳକ ଜଣକ ପ୍ରଥମେ ରଡ୍‌ରେ ଓ ପରେ ମୁଥ ମାରି ତାଙ୍କ କାର୍‌ର କାଚ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି।

ଅଭିନେତ୍ରୀଙ୍କ କାର୍‌ ଏବଂ ବାଇକ ଆରୋହୀଙ୍କ ମଧ୍ୟରେ ପ୍ରଥମେ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ବାଇକ୍‌ ଚାଳକ ଜଣକ ରାଗି ଯାଇଥିଲେ।ଏହାପରେ ସେ ଅଭିନେତ୍ରୀଙ୍କ କାର୍‌କୁ ଅଟକାଇ ପାଟିତୁଣ୍ଡ କରିଥିଲେ। ପରେ କାର୍‌ର ଝରକା କାଚ ଭାଙ୍ଗି ଅଭିନେତ୍ରୀଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।

Advertisment

ଏହି ପୂରା ଘଟଣାର ଲାଇଭ୍‌ ଷ୍ଟ୍ରିମିଂ ଅଭିନେତ୍ରୀ ପାୟଲ ନିଜ ଫେସ୍‌ବୁକ୍‌ରେ କରିଛନ୍ତି। ଏଥିରେ ସେ ତାଙ୍କ ସହ ଘଟିଥିବା ଏହି ଭୟଙ୍କର ଘଟଣା ବିଷୟରେ କାନ୍ଦି କାନ୍ଦି ବଖାଣିଛନ୍ତି। କେବଳ ସେତିକି ନୁହେଁ ସୋସିଆଲ୍ ମିଡିଆ ଜରିଆରେ ସାହାଯ୍ୟ ବି ମାଗିଛନ୍ତି। ସେ ଏହି ଭିଡିଓକୁ କୋଲକାତା ପୁଲିସକୁ ଟ୍ୟାଗ୍ ମଧ୍ୟ କରିଛନ୍ତି। ଯାହା ଭାଇରାଲ ହେବାରେ ଲାଗିଛି।

ଘଟଣା ପରେ ଟଲିଗଞ୍ଜ ପୁଲିସ ଷ୍ଟେସନରେ ଏନେଇ ଏକ ଲିଖିତ ଅଭିଯୋଗ କରିଛନ୍ତି ପାୟଲ। ଏହାପରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି। ଏଥିସହ ତାଙ୍କ ବାଇକ୍‌କୁ ମଧ୍ୟ ଜବତ କରିଛି। ଅଭିଯୁକ୍ତ ଜଣକ କୋଲକାତା କମାଣ୍ଡ ହସ୍ପିଟାଲର ଜଣେ ଜୁନିଅର କମିଶନ ଅଧିକାରୀ ବୋଲି ସୂଚନା ମିଳିଛି।

Kolkata Car Vandalised Bengali Actress Payel Mukherjee Attack On Actress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe