Advertisment

ଅଟୋ ବୁକ୍‌ ବାତିଲ କରିଦେଲେ ମହିଳା, ଡ୍ରାଇଭର କଲେ ଟଣାଓଟରା

ଗତକାଲି ସକାଳେ ଜଣେ ମହିଳା ବାଙ୍ଗାଲୁରୁର ହ୍ୱାଇଟଫିଲ୍ଡ ଅଞ୍ଚଳରୁ ଟୁବାରାହାଲି ଅଞ୍ଚଳକୁ ଯିବା ନିମନ୍ତେ ଏକ ଅଟୋ ବୁକ୍‌ କରିଥିଲେ। ମାତ୍ର ଅଟୋରେ ପହଞ୍ଚିବା ପରେ ସେ ନିଜ ବୁକ୍‌କୁ ବାତିଲ କରି ଦେଇଥିଲେ।

author-image
Niharika Rout
Auto

Auto

ପ୍ରଥମେ ଯାତ୍ରା ନିମନ୍ତେ ଏକ ଅଟୋ ବୁକ୍‌ କରି ପରେ ତାହାକୁ କ୍ୟାନସଲ୍‌ କରି ହଟହଟା ହେଲେ ଜଣେ ମହିଳା। ପାସେଞ୍ଜରଜଣକ ଯାତ୍ରା କ୍ୟାନସଲ୍‌ କରିବାରୁ ଅଟୋ ଡ୍ରାଇଭରଜଣକ ହିତାହିତ ଜ୍ଞାନ ହରାଇ ବସି ତାଙ୍କୁ ଟଣାଓଟରା କରିବାକୁ ପଛାଇଲେ ନାହିଁ। ଏପରି ଏକ ଘଟଣା ବାଙ୍ଗାଲୁରୁରେ ଘଟିଥିବା ବେଳେ ଏହାର ସିସିଟିଭି ଫୁଟେଜ ଭାଇରାଲ ହେବାରେ ଲାଗି।

Advertisment

ଗତକାଲି ସକାଳେ ଜଣେ ମହିଳା ବାଙ୍ଗାଲୁରୁର ହ୍ୱାଇଟଫିଲ୍ଡ ଅଞ୍ଚଳରୁ ଟୁବାରାହାଲି ଅଞ୍ଚଳକୁ ଯିବା ନିମନ୍ତେ ଏକ ଅଟୋ ବୁକ୍‌ କରିଥିଲେ। ମାତ୍ର ଅଟୋରେ ପହଞ୍ଚିବା ପରେ ସେ ନିଜ ବୁକ୍‌କୁ ବାତିଲ କରି ଦେଇଥିଲେ।

ଏହାଦେଖି ଅଟୋ ଡ୍ରାଇଭରଜଣକ ଉତ୍ତ୍ୟକ୍ତ ହୋଇ ମହିଳାଙ୍କୁ ଟଣା ଓଟରା କରିଥିଲେ। ଏପରିକି ଜବରଦସ୍ତ ସେ ତାଙ୍କୁ ଅଟରେ ବସାଇବାକୁ ଚେଷ୍ଟା କରିଥିଲେ। ମାତ୍ର ମହିଳାଜଣକ ବାହାରକୁ ଚାଲି ଆସି ଚିତ୍କାର କରିବାରୁ ଅଟୋ ଚାଳକ ଘଟଣାସ୍ଥଳରୁ ପଳାଇଥିଲେ।

Advertisment

ମହିଳାଜଣକ ଏହାର ଭିଡିଓ ସୋଶାଲ ମିଡିଆରେ ପୋଷ୍ଟ କରିବା ପରେ ଏ ସମ୍ପର୍କରେ ପୁଲିସ୍‌କୁ ଅବଗତ କରିଥିଲେ। ଏହାପରେ ପୁଲିସ୍‌ ଘଟଣାର ତନାଘନା କରି ସିସିଟିଭି ଫୁଟେଜ ଆଧାରରେ ଅଟୋ ଚାଳକଙ୍କୁ ବାନ୍ଧିଛି।

Bengaluru