Advertisment

ବେଙ୍ଗାଲୁରୁ ଯାଉଥିବା ବିମାନ ତାମିଲନାଡୁରେ କଲା ଜରୁରୀ ଅବତରଣ

ବିମାନକୁ ତିରୁଚିରାପାଲ୍ଲୀ ଏୟାରପୋର୍ଟକୁ ଡାଇଭର୍ଟ କରାଯାଇଥିଲା ଓ ଯାତ୍ରୀମାନଙ୍କ ଅସୁବିଧା ପାଇଁ ଆମେ ଦୁଃଖିତ ବୋଲି ଏୟାର ଇଣ୍ଡିଆ ଏକ୍ସପ୍ରେସ କହିଛି।

author-image
Hemant Lenka
Air India

Air India

ବେଙ୍ଗାଲୁରୁ ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ତାମିଲନାଡୁରେ ଜରୁରିକାଳୀନ ଅବତରଣ କରିଛି। ବିମାନରେ ୧୩୭ ଜଣ ଯାତ୍ରୀ ରହିଥିଲେ। ବୈଷୟିକ ତ୍ରୁଟି ଯୋଗୁ ବିମାନକୁ ଏମର୍ଜେନ୍ସି ଲ୍ୟାଣ୍ଡିଂ କରାଯାଇଥିଲା ବୋଲି ଏୟାରଲାଇନ ପକ୍ଷରୁ କୁହାଯାଇଛି।

Advertisment

ବିମାନକୁ ତିରୁଚିରାପାଲ୍ଲୀ ଏୟାରପୋର୍ଟକୁ ଡାଇଭର୍ଟ କରାଯାଇଥିଲା ଓ ଯାତ୍ରୀମାନଙ୍କ ଅସୁବିଧା ପାଇଁ ଆମେ ଦୁଃଖିତ ବୋଲି ଏୟାର ଇଣ୍ଡିଆ ଏକ୍ସପ୍ରେସ କହିଛି।

କମ୍ପାନୀର ମୁଖପାତ୍ର କହିଛନ୍ତି, “ବିମାନଟି ଥିରୁଅନନ୍ତପୁରମରୁ ଉଡ଼ାଣ ଭରିଥିଲା। ଏହା ବେଙ୍ଗାଲୁରୁ ଯିବାର ଥିଲା। କିନ୍ତୁ ଅଧା ରାସ୍ତାରେ ବିମାନରେ ବୈଷୟିକ ତ୍ରୁଟି ଦେଖାଯିବାରୁ ଏହାରୁ ତିରୁଚିରାପାଲ୍ଲୀକୁ ଡାଇଭର୍ଟ କରାଯାଇଥିଲା। ବିମାନଟି ସେଠାରେ ସୁରକ୍ଷିତ ଭାବେ ଲ୍ୟାଣ୍ଡ କରିଥିଲା। ଏହାପରେ ବେଙ୍ଗାଲୁରୁ ରୁଟ ପାଇଁ ବିକଳ୍ପ ବିମାନର ବ୍ୟବସ୍ଥା ହୋଇଥିଲା।

Advertisment

ଉକ୍ତ ବିମାନରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କୁ କମ୍ପାନୀ ପକ୍ଷରୁ ସବୁ ପ୍ରକାରର ବ୍ୟବସ୍ଥା ଯୋଗା ଦିଆଯାଇଛି। ତଥାପି ସେମାନେ ଭୋଗିଥିବା ଅସୁବିଧା ପାଇଁ ଆମେ ଦୁଃଖିତ।”

ଶୁକ୍ରବାର ସନ୍ଧ୍ୟାରେ ବେଙ୍ଗାଲୁରୁ ଯାଉଥିବା ଏୟାର ଇଣ୍ଡିଆର ଗୋଟିଏ ବିମାନରେ ନିଆଁ ଆତଙ୍କ ଯୋଗୁ ଏହା ଦିଲ୍ଲୀରେ ଲ୍ୟାଣ୍ଡ କରିଥିଲା। ଏଥିରେ ୧୭୫ ଜଣ ଯାତ୍ରୀ ଥିଲେ। ସମସ୍ତେ ସୁରକ୍ଷିତ ରହିଥିଲେ।

Air India Air India Flight