air India
ଲୋକଙ୍କୁ ଧରି ବେଙ୍ଗାଲୁରୁ ଯାଉଥିଲା ଏୟାର ଇଣ୍ଡିଆର ଗୋଟିଏ ବିମାନ। ତେବେ ଅଧା ବାଟରେ ଘଟିଥିଲା ଅଘଟଣ। ବିମାନର ଏସି ୟୁନିଟରେ ନିଆଁ ଲାଗିଥିବା ଆଶଙ୍କା କରିଥିଲେ ପାଇଲଟ।
ତେଣୁ ସେ ବିମାନକୁ ତୁରନ୍ତ ଦେଶର ରାଜଧାନୀ ଦିଲ୍ଲୀରେ ଜରୁରୀ ଅବତରଣ କରାଇଛନ୍ତି। ଫଳରେ ୧୭୫ ଜଣ ଲୋକ ଏକ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଏଆଇ ୯୦୭ ବିମାନଟି ସନ୍ଧ୍ୟା ୬.୪୦ରେ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସୁରକ୍ଷିତ ଭାବେ ଲ୍ୟାଣ୍ଡ କରିଛି। ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି। ଏସି ୟୁନିଟରେ ନିଆଁ ଲାଗିଥିବା ଆଶଙ୍କା କରି ବିମାନକୁ ଏମର୍ଜେନ୍ସି ଲ୍ୟାଣ୍ଡିଂ କରାଯାଇଥିଲା।
ଏହାପରେ ଯାତ୍ରୀମାନଙ୍କୁ ଆଉ ଏକ ବିମାନରେ ବେଙ୍ଗାଲୁରୁ ପଠାଯାଇଥିବା ଜଣାପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/air_India_1715957242.jpg)