Advertisment

ବେଙ୍ଗାଲୁରୁ କାଫେ ବିସ୍ଫୋରଣ: ମାରାଥନ ରେଡ୍ ପରେ ଧରାପଡ଼ିଲା ମୁଖ୍ୟ ସନ୍ଦିଗ୍ଧ

ମାର୍ଚ୍ଚ ୧ରେ କା‍ଫେରେ ଆଇଇଡି ଦ୍ୱାରା ବିସ୍ଫୋରଣ ହୋଇଥିଲା। ଏଥିରେ ୧୦ ଜଣ ଆହତ ହୋଇଥିଲେ।

author-image
Hemant Lenka
Rameshwaram

Rameshwaram

ବେଙ୍ଗାଲୁରୁର ରାମେଶ୍ୱରମ କାଫେରେ ହୋଇଥିବା ବିସ୍ଫୋରଣ ଘଟଣାରେ ଆଜି ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ମୁଖ୍ୟ ସନ୍ଦିଗ୍ଧକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲା ମୁଜାମ୍ମିଲ ଶରୀଫ।

Advertisment

ତାକୁ ସହ ଷଡ଼ଯନ୍ତ୍ରକାରୀ ଭାବେ ଦର୍ଶାଇ ଏନଆଇଏ ନିଜ ହେପାଜତକୁ ନେଇଛି। ଗିରଫଦାରୀ ପୂର୍ବରୁ ଏନଆଇଏର ଟିମ କର୍ଣ୍ଣାଟକାର ୧୨, ତାମିଲନାଡୁର ୫ ଓ ଉତ୍ତର ପ୍ରଦେଶର ଗୋଟିଏ ସ୍ଥାନରେ ରେଡ୍‌ କରିଥିଲା।

ମାର୍ଚ୍ଚ ୧ରେ କା‍ଫେରେ ଆଇଇଡି ଦ୍ୱାରା ବିସ୍ଫୋରଣ ହୋଇଥିଲା। ଏଥିରେ ୧୦ ଜଣ ଆହତ ହୋଇଥିଲେ। ମାର୍ଚ୍ଚ ୩ରୁ ଏନଆଇଏ ଘଟଣାର ତଦନ୍ତ କରୁଛି। ତଦନ୍ତ ବେଳେ ବିସ୍ଫୋରଣକୁ କାର୍ଯ୍ୟକାରୀ କରିଥିବା ମୁଖ୍ୟ ଖଳନାୟକ ମୁସାବି ଶାଜୀବକୁ ଚିହ୍ନଟ କରିଥିଲା। ସେହିପରି ଆଉ ଜଣେ ଷଡ଼ଯନ୍ତ୍ରକାରୀ ହେଲା ଅବଦୁଲ ମାଥୀନ ତାହା। ତେବେ ଏହି ଦୁଇ ଜଣଙ୍କୁ ଏଯାଏ ଏନଆଇଏ ଠାବ କରିପାରି ନାହିଁ।

Advertisment

ଏବେ ଗିରଫ ହୋଇଥିବା ଶରୀଫ ସମ୍ପର୍କରେ ଏନଆଇଏ କହିଛି ଯେ ସେ ଉପରୋକ୍ତ ଅଭିଯୁକ୍ତମାନଙ୍କୁ ଲଜିଷ୍ଟିକାଲ ସମର୍ଥନ ଯୋଗାଇ ଦେଇଥିଲା। କେମିତି ଆଇଇଡି କାଫେରେ ରହିବ, ତା’ର ମଧ୍ୟ ବ୍ୟବସ୍ଥା ଶରୀଫ କରିଥିଲା।

ବୁଧବାର(ମାର୍ଚ୍ଚ ୧୭) ଏନଆଇଏ ୩ ଚିହ୍ନଟ ଅଭିଯୁକ୍ତଙ୍କ ଘର ସମେତ ଆଉ କିଛି ଅଭିଯୁକ୍ତଙ୍କ ବାସଭବନ ଓ ଦୋକାନରେ ଛାନଭିନ କରିଥିଲା। ସର୍ଚ୍ଚ ଅପରେସନ ବେଳେ ଏକାଧିକ ଡିଜିଟାଲ ଯନ୍ତ୍ର ଓ କ୍ୟାଶ ଜବତ ହୋଇଥିଲା।

ବିସ୍ଫୋରଣ କରିଥିବା ବ୍ୟକ୍ତି ଘଟଣା ଦିନ ଟୋପି ଓ ମାସ୍କ ପିନ୍ଧିଥିଲା। ସେ କାଫେକୁ ଗ୍ରାହକ ଭାବେ ଯାଇ ସେଠାରେ ଆଇଇଡି ଖଞ୍ଜି ଥିଲା। ଏହାପରେ ଏହାକୁ ବିସ୍ଫୋରଣ କରି ଚମ୍ପଟ ମାରିଥିଲା। ତାକୁ ଧରିବା ପାଇଁ ଏନଆଇଏ ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି। କିନ୍ତୁ ଏଯାଏ ତା’ର କୌଣସି ପତ୍ତା ମିଳିନାହିଁ।

Rameshwaram Cafe Blast Case NIA Investigation