Advertisment

Bribe Case: କାହିଁକି ଏମିତି ଚିତ୍କାର କରୁଛନ୍ତି ଏ ପୁଲିସ୍‌ ବାବୁ? ଭିଡିଓ ହେଉଛି ଭାଇରାଲ୍‌

ସେ ଖାକି ପୋଷାକରେ ଲଗାଇଛନ୍ତି ଦାଗ। ଲାଞ୍ଚୁଆ ଓ ବେଆଇନ କାମ କରୁଥିବା ଲୋକଙ୍କୁ ଧରିବା ବଦଳରେ ଏ ବାବୁ ନିଜେ ଧମକଚମକଟ ଦେଇ ଅନ୍ୟମାନଙ୍କ ଠାରୁ ଆଦାୟ କରୁଥିଲେ ଟଙ୍କା। ଆଉ ମୋଟା ଅଙ୍କର ଲାଞ୍ଚ ନେଲାବେଳେ ଲୋକାୟୁକ୍ତଙ୍କ ହାତରେ ଧରାପଡ଼ି ଏପରି ଡ୍ରାମା କରୁଛନ୍ତି।

Police

ଧରା ପଡ଼ିଥିବା ପୁଲିସ ବାବୁ

Advertisment

ସାମ୍ନାକୁ ଆସିଛି ଗୋଟିଏ ଚିକିତ କରିବା ଭଳି ଭିଡିଓ। ଏହାକୁ ଦେଖିଲେ ଜଣେ ଭାବିବ ଯେ ସମ୍ଭବତଃ ପୁଲିସ୍‌ ପୋଷାକରେ ଥିବା ବାବୁ ଜଣଙ୍କ ଅନେକ କିଛି ହରାଇଛନ୍ତି। ଦୁଃଖରେ ଭାଙ୍ଗିପଡ଼ି ବୋଧେ ପୁଲିସ ବାବୁ ଜଣଙ୍କ ଏମିତି ଚିତ୍କାର କରୁଛନ୍ତି। ତାଙ୍କ ଆଖପାଖରେ ଥିବା ଅଧିକାରୀମାନେ ହୁଏତ ତାଙ୍କୁ ଆଶ୍ୱଃସନା ଦେବାକୁ ଧରିଛନ୍ତି। କିନ୍ତୁ ଏଠି ଘଟଣା ପୂରା ଓଲଟା। ଏ ବାବୁ ଜଣକ ସିନା ପୁଲିସ ଅଧିକାରୀ, କିନ୍ତୁ ତାଙ୍କ କାମ କୌଣସି ଡକାୟତଙ୍କ ଠାରୁ କମ ନୁହେଁ।

Advertisment

ସେ ଖାକି ପୋଷାକରେ ଲଗାଇଛନ୍ତି ଦାଗ। ଲାଞ୍ଚୁଆ ଓ ବେଆଇନ କାମ କରୁଥିବା ଲୋକଙ୍କୁ ଧରିବା ବଦଳରେ ଏ ବାବୁ ନିଜେ ଧମକଚମକଟ ଦେଇ ଅନ୍ୟମାନଙ୍କ ଠାରୁ ଆଦାୟ କରୁଥିଲେ ଟଙ୍କା। ଆଉ ମୋଟା ଅଙ୍କର ଲାଞ୍ଚ ନେଲାବେଳେ ଲୋକାୟୁକ୍ତଙ୍କ ହାତରେ ଧରାପଡ଼ି ଏପରି ଡ୍ରାମା କରୁଛନ୍ତି। ବାବୁ ଜଣଙ୍କ ଲକ୍ଷେ କି ଦୁଇ ଲକ୍ଷ ନୁହେଁ, ସିଧା ୪ ଲକ୍ଷ ଟଙ୍କାର ଲାଞ୍ଚ ନେଉଥିବାବେଳେ ରଙ୍ଗେହାତ ଧରାପଡ଼ିଛନ୍ତି। 

ଧରା ପଡ଼ିବା ପରେ ସେ ଚମ୍ପଟ ମାରିବାକୁ ମଧ୍ୟ ଚେଷ୍ଟା କରୁଥିଲେ। ହେଲେ ଲୋକାୟୁକ୍ତ ଅଧିକାରୀମାନେ ତାଙ୍କୁ କାବୁ କରି ନେବାରୁ ସେ କେବଳ ଚିତ୍କାର କରିବାରେ ଲାଗିଛନ୍ତି। ଏସବୁ ଦୃଶ୍ୟକୁ ଜଣେ ଲୋକାୟୁକ୍ତ ଅଧିକାରୀ ନିଜ ମୋବାଇଲରେ ରେକର୍ଡ କରିଥିଲେ। ଏବେ ଏହା ବେଶ ଭାଇରାଲ ହେବାରେ ଲାଗିଛି। 

Advertisment

ଭିଡିଓରେ ପୁଲିସ୍‌ ପୋଷାକରେ ଚିତ୍କାର କରୁଥିବା ବାବୁ ଜଣକ ହେଉଛନ୍ତି ଇନ୍ସପେକ୍ଟର ଗୋବିନ୍ଦରାଜୁ। ସେ ବେଙ୍ଗାଲୁରୁର କେପି. ଅଗ୍ରହାରା ପୁଲିସ୍‌ ଷ୍ଟେସନରେ ନିଯୁକ୍ତ ଥିଲେ। ଜାନୁଆରୀ ୨୯ ତାରିଖରେ ମହମ୍ମଦ ଆକବର ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେବା ବେଳେ ଧରା ପଡ଼ିଛନ୍ତି।

କେପି ଅଗ୍ରହାରା ପୁଲିସ୍‌ ଷ୍ଟେସନରେ ଗୋବିନ୍ଦରାଜୁ କାମ କରୁଥିବାରୁ ସେଠାରେ ଆକବରଙ୍କ ନାଁରେ ଠକେଇ ମାମଲା ରୁଜୁ କରିବାର ଧମକ ଦେଇଥିଲେ। ମାମଲାରୁ ବର୍ତ୍ତିବା ପାଇଁ ସେ ଆକବରଙ୍କୁ ୫ ଲକ୍ଷ ଟଙ୍କାର ଲାଞ୍ଚ ମାଗିଥିଲେ। ଆକବର ୧ ଲକ୍ଷ ଟଙ୍କା ଦେବା ସହ ଏ ସମ୍ପର୍କରେ ଲୋକାୟୁକ୍ତରେ ଜଣାଇଥିଲେ। 


ଏ ଅଭିଯୋଗ ପାଇବା ପରେ ଲୋକାୟୁକ୍ତ ପକ୍ଷରୁ ଗୋବିନ୍ଦରାଜୁଙ୍କୁ ରଙ୍ଗେ ହାତ ଧରିବାର ଯୋଜନା କରାଯାଇଥିଲା। ଯୋଜନା ଅନୁସାରେ ଗତ ବୁଧବାର ଆକବର ବାକି ଥିବା ୪ ଲକ୍ଷ ଟଙ୍କା ଗୋବିନ୍ଦରାଜୁଙ୍କୁ ଦେଉଥିବା ବେଳେ ଲୋକାୟୁକ୍ତ ଅଧିକାରୀମାନେ ତାଙ୍କୁ ମାଡ଼ି ବସିଥିଲେ।

ଏହି ସମୟରେ ସେ ଗିରଫଦାରୀକୁ ବିରୋଧ କରିବାକୁ ଯାଇ କେବଳ ଚିତ୍କାର କରୁଥିଲେ। ବୁଧବାର ତାଙ୍କୁ ଗିରଫ କରାଯାଇଥିବା ବେଳେ ଶୁକ୍ରବାର ଏ ଭିଡିଓ ସୋଶାଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।

Bribe
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe