Advertisment

୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ଗଲେ ପ୍ରଜ୍ଜ୍ୱଳ ରେଭାନ୍ନା

ହାସନ ଲୋକସଭା ଆସନର ପୂର୍ବତନ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନା ଅନେକ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।

JDS

JDS

Advertisment

ଜେଡିଏସରୁ ନିଲମ୍ବିତ ହୋଇଥିବା ପୂର୍ବତନ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କୁ ବେଙ୍ଗାଲୁରୁର ଗୋଟିଏ କୋର୍ଟ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଯୌନ ନିର୍ଯାତନା ଓ ଦୁଷ୍କର୍ମ ମାମଲାରେ ରେଭାନ୍ନାଙ୍କୁ ଗିରଫ କରାଯାଇଥିଲା।

Advertisment

ହାସନ ଲୋକସଭା ଆସନର ପୂର୍ବତନ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନା ଅନେକ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଘଟଣା ପରେ ସେ ଜର୍ମାନୀ ପଳାଇଥିଲେ। ମାସାଧିକ କାଳ ସେଠାରେ ରହିବା ପରେ ସେ ମେ’ ୩୦ରେ ଭାରତ ଫେରିଥିଲେ। ସେ କେମ୍ପେଗୌଡା ଏୟାରପୋର୍ଟରେ ଓହ୍ଲାଇବା କ୍ଷଣି କର୍ଣ୍ଣାଟକା ପୁଲିସ୍‌ର ଏସ୍‌ଆଇଟି ତାଙ୍କୁ ଗିରଫ କରିଥିଲା।

୩୩ ବର୍ଷୀୟ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କୁ ଗିରଫ କରିବା ପରେ ପୁଲିସ୍‌ ତାଙ୍କୁ ସିଆଇଡି ଅଫିସ ନେଇଥିଲା। ସେଠାରେ ଜେରା କରାଯିବା ପରେ ତାଙ୍କୁ କୋର୍ଟରେ ହାଜର କରି ପୁଲିସ୍‌ରେ ରିମାଣ୍ଡରେ ନେଇଥିଲା। ପରବର୍ତ୍ତୀ ଅବସ୍ଥାରେ ସେ ବିଚାର ବିଭାଗୀୟ ହାଜତରେ ରହିଥିଲେ। ଏହି ଅବଧି ପର୍ଯ୍ୟାୟକ୍ରମେ ବୃଦ୍ଧି ପାଇବାରେ ଲାଗିଛି।

Advertisment

ପ୍ରଜ୍ଜ୍ୱଳ ରେଭାନ୍ନା ହେଉଛନ୍ତି ଜେଡିଏସ୍‌ର ପ୍ରତିଷ୍ଠାତା ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେ ଗୌଡ଼ାଙ୍କ ନାତି। ୨୦୨୪ ଲୋକସଭା ନିର୍ବାଚନରେ ମଧ୍ୟ ପ୍ରଜ୍ଜ୍ୱଳ ରେଭାନ୍ନା ହାସନ ଆସନରୁ ମଧ୍ୟ ପ୍ରାର୍ଥୀ ହୋଇଥିଲେ। କିନ୍ତୁ ତାଙ୍କୁ ପରାସ୍ତ ହେବାକୁ ପଡ଼ିଛି। ଏଠାରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। 

କର୍ଣ୍ଣାଟକାରେ ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ସେକ୍ସ ଭିଡିଓ ଭାଇରାଲ ହୋଇଥିଲା। ସେ ଶହଶହ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ଆସିବା ପରେ ସେ ଦେଶ ଛାଡ଼ି ଜର୍ମାନୀ ଚାଲି ଯାଇଥିଲେ।

ତାଙ୍କ ଘରେ କାମ କରୁଥିବା ଜଣେ ଘରୋଇ ସହାୟକ ମଧ୍ୟ ପ୍ରଜ୍ଜ୍ୱଳ ରେଭାନ୍ନା ଓ ତାଙ୍କ ବାପା ଏଚ୍‌ଡି ରେଭାନ୍ନାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ। ଏହାପରେ ଏଚ୍‌ଡି ରେଭାନ୍ନାଙ୍କୁ ଗିରଫ କରାଯାଇଥିଲା।

Prajwal Revanna Prajwal Revanna Sex Scandal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe