Advertisment

ସ୍ତ୍ରୀ ମରିବା ପର୍ଯ୍ୟନ୍ତ ତଣ୍ଟିରେ ଛିଡ଼ା ହେଲେ ସ୍ୱାମୀ

ଉଭୟ ସ୍ୱାମୀସ୍ତ୍ରୀ ବିଟେକ୍ କରି ବେଙ୍ଗାଲୁରୁରେ ଚାକିରି କରୁଥିଲେ।

author-image
Jitendra Garnayak
Harish and Padmaja

Harish and Padmaja

ସ୍ତ୍ରୀଙ୍କୁ ତଳେ ପକାଇ ସେ ମଲା ପର୍ଯ୍ୟନ୍ତ ତାଙ୍କ ତଣ୍ଟିରେ ଛିଡ଼ା ହୋଇରହିଲେ ସ୍ୱାମୀ। ପାରିବାରିକ କଳହର ଏମିତି ଏକ କରୁଣ ପରିସ୍ଥିତି ଦେଖିବାକୁ ମିଳିଛି କର୍ଣ୍ଣାଟକାର ରାଜଧାନୀ ବେଙ୍ଗାଲୁରୁରେ।

Advertisment

ମୃତ ମହିଳାଙ୍କ ନାଁ ପଦ୍ମଜା। ତାଙ୍କ ସ୍ୱାମୀ ତଥା ଅଭିଯୁକ୍ତଙ୍କ ନାଁ ହରିଶ କୁମାର। ସେମାନଙ୍କ ଘର କର୍ଣ୍ଣାଟକାର ଶ୍ରୀନିବାସପୁରରେ। ଉଭୟ ଇଞ୍ଜିନିୟର। ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ସେମାନେ ବେଙ୍ଗାଲୁରୁରେ ଚାକିରି କରୁଥିଲେ।

ହରିଶ ଓ ପଦ୍ମଜାଙ୍କର ଦୁଇ ଜଣ ସନ୍ତାନ ଅଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟ ପ୍ରତିଦିନ ହରିଶ ଓ ପଦ୍ମଜାଙ୍କ ମଧ୍ୟରେ ଝଗଡ଼ା ହୁଏ। ଗତକାଲି ରାତିରେ ମଧ୍ୟ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସେହି ସମୟରେ ହରିଶ ଉତକ୍ଷିପ୍ତ ହୋଇ ପଦ୍ମଜାଙ୍କୁ ତଳେ ପକାଇ ତାଙ୍କ ତଣ୍ଟି ଉପରେ ଚଢ଼ି ଯାଇଥିଲେ। ପଦ୍ମଜାଙ୍କ ମୃତ୍ୟୁ ହେବା ପର୍ଯ୍ୟନ୍ତ ସେ ତାଙ୍କ ତଣ୍ଟି ଉପରେ ଗୋଟିଏ ଗୋଡ଼କୁ ଚାପି ରଖିଥିଲେ।

Advertisment

ପୁଲିସ ହରିଶଙ୍କୁ ଗିରଫ କରିଛି। ତାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ପଚରାଉଚରା ବେଳେ ହରିଶ ପୁଲିସ ଆଗରେ ତାଙ୍କର ଦୋଷ ସ୍ୱୀକାର କରିଛନ୍ତି। ତେବେ କେଉଁ କଥାକୁ ନେଇ ଗତକାଲି ସେମାନଙ୍କ ମଧ୍ୟରେ ଏତେ ଝଗଡ଼ା ହୋଇଥିଲା, ସେ ନେଇ କିଛି ଜଣାପଡ଼ିନାହିଁ।