Advertisment

ବୟଫ୍ରେଣ୍ତ ସାଜିଲା ସଇତାନ୍, ପ୍ରେମିକାଙ୍କ ଫଟୋକୁ ଅଶ୍ଳୀଳ କରି ଭାଇରାଲ୍ କଲା

ସଞ୍ଜୟ କୁମାର ତାଙ୍କ ପ୍ରେମିକାଙ୍କ ବ୍ୟକ୍ତିଗତ ଫଟୋକୁ ଅଶ୍ଳୀଳ ଭାବେ ତିଆରି କରି ଟେଲିଗ୍ରାମ୍ ଏବଂ ଇନଷ୍ଟାଗ୍ରାମ୍ ଭଳି ସୋଶାଲ୍ ମିଡିଆରେ ଅପଲୋଡ୍ କରିଥିଲେ। ପରେ ଫଟୋଗୁଡ଼ିକ ଭାଇରାଲ ହେବାରେ ଲାଗିଥିଲା।

author-image
Manoj Swain
ଅଦ୍ୟତନ ହୋଇଛି
representative photo

representative photo

ସଇତାନ୍ ସାଜିଲା ବୟଫ୍ରେଣ୍ତ। ଜଣେ ୨୬ ବର୍ଷୀୟ ଯୁବକ ନିଜ ଲିଭ୍ ଇନ୍ ପାର୍ଟନରଙ୍କ ଫଟୋକୁ ଅଶ୍ଳୀଳ ଭାବେ ଦର୍ଶାଇ ବିଭିନ୍ନ ସୋଶାଲ୍ ମିଡିଆରେ ଭାଇରାଲ୍ କରି ଗିରଫ ହୋଇଛି।

Advertisment

ବେଙ୍ଗାଲୁରୁର ସଞ୍ଜୟ କୁମାର ନିଜର ୨୪ ବର୍ଷୀୟ ପ୍ରେମିକାଙ୍କ ସହ ଲିଭ୍ ଇନ୍ ସର୍ମ୍ପକରେ ରହୁଥିଲେ। ଦୁହେଁ ତାମିଲନାଡୁର ଭେଲୋର ଅଞ୍ଚଳର ହୋଇଥିବା ବେଳେ ଦଶମ ଶ୍ରେଣୀରୁ ଦୁହେଁ ପରସ୍ପରକୁ ଜାଣିଥିଲେ। ତେବେ ଦୁହେଁ ବିବାହ କରିବାକୁ ମଧ୍ୟ ଯୋଜନା କରୁଥିଲେ।

ପୁଲିସ ମୁତାବକ, ଏହି ଯୁବକ ଜଣକ ତାଙ୍କ ପ୍ରେମିକାଙ୍କ ଭାଇରାଲ କରିଥିବା ଫଟୋ ତଳେ ପୋଷ୍ଟ କରାଯାଇଥିବା କମେଣ୍ଟ୍ ପଢ଼ି ଖୁସି ହଉଥିଲେ। ପ୍ରେମିକାଙ୍କ ଅଭିଯୋଗ ଅଧାରରେ, ସଞ୍ଜୟ କୁମାର ତାଙ୍କ ବ୍ୟକ୍ତିଗତ ଫଟୋକୁ ଟେଲିଗ୍ରାମ୍ ଏବଂ ଇନଷ୍ଟାଗ୍ରାମ୍ ଭଳି ସୋଶାଲ୍ ମିଡିଆରେ ଅପଲୋଡ୍ କରିଥିଲେ। ପରେ ଫଟୋ ଗୁଡ଼ିକ ଭାଇରାଲ ହେବାରେ ଲାଗିଥିଲା।

Advertisment

ପୁଲିସ ଅଧିକାରୀଙ୍କ ଅନୁଯାଇ, ଯୁବତୀଙ୍କ ଅଭିଯୋଗ ଆଧାରରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୪୨୦ (ଠକେଇ ଏବଂ ଅସାଧୁ ଉପାୟରେ ସମ୍ପତ୍ତି ହସ୍ତାନ୍ତର) ଏବଂ ସୂଚନା ପ୍ରଯୁକ୍ତି ଆଇନର ଅନ୍ୟାନ୍ୟ ପ୍ରାସଙ୍ଗିକ ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଛି।

ବର୍ତ୍ତମାନ ପୁଲିସ ତଦନ୍ତକାରୀମାନେ ଭାଇରାଲ ଫଟୋଗୁଡ଼ିକୁ ହଟାଇବା ପାଇଁ ସମ୍ପୃକ୍ତ ସୋଶାଲ ମିଡିଆ ପ୍ଲାଟଫର୍ମ ସହିତ ଯୋଗାଯୋଗ କରୁଛନ୍ତି। ତେବେ ତଦନ୍ତ ସମୟରେ ଏହା ଜଣାପଡ଼ିଥିଲା ଯେ ପ୍ରକୃତରେ ତାଙ୍କ ବୟଫ୍ରେଣ୍ଡ ହିଁ ସବୁ ଫଟୋ ପୋଷ୍ଟ କରିଥିଲେ।

ଅଭିଯୁକ୍ତକୁ ପଚରାଉଚରା ବେଳେ ସେ ନିଜ ଦୋଷ ସ୍ୱୀକାର କରିଛି। ତେବେ ତଦନ୍ତ ସମୟରେ ଆହୁରି ଜଣାପଡ଼ିଥିଲା ଯେ ଯୁବକ ଜଣକ ନିଜ ବନ୍ଧୁ ଓ ସମ୍ପର୍କୀୟଙ୍କ ଫଟୋକୁ ମଧ୍ୟ ଏଭଳି ଅଶ୍ଳୀଳ ଭାବେ କରି ସୋଶାଲ ମିଡିଆରେ ପୋଷ୍ଟ କରୁଥିଲେ।