Advertisment

ରାହୁଲ ଗାନ୍ଧିଙ୍କ ବିରୋଧରେ ଟ୍ୱିଟ କରିବା ମହଙ୍ଗା ପଡ଼ିଲା, ବିଜେପି ନେତାଙ୍କ ନାଁରେ ମାମଲା

ରାହୁଲ ଗାନ୍ଧିଙ୍କ ବିରୋଧରେ ଟ୍ୱିଟ କରିଥିବା ବିଜେପିର ବେଙ୍ଗାଲୁରୁର ଆଇଟି ମୁଖ୍ୟ ଅମିତ ମାଲଭିୟାଙ୍କ ବିରୋଧରେ ରୁଜୁ ହେଲା ମାମଲା। ଏହା ରାଜନୈତିକ ପ୍ରଣୋଦିତ ବୋଲି ବିଜେପି କହୁଥିବା ବେଳେ ଆଇନର ସମ୍ମୁଖୀନ ହେଲେ ବିଜେପି ବିଳିବିଳେଇ ଉଠେ ବୋଲି କହିଛି କଂଗ୍ରେସ ।

Polticians

Polticians

Advertisment

ରାହୁଲ ଗାନ୍ଧିଙ୍କ ବିରୋଧରେ ଟ୍ୱିଟ କରିଥିବା ବିଜେପିର ବେଙ୍ଗାଲୁରୁର ଆଇଟି ମୁଖ୍ୟ ଅମିତ ମାଲଭିୟାଙ୍କ ବିରୋଧରେ ରୁଜୁ ହେଲା ମାମଲା। ଏହା ରାଜନୈତିକ ପ୍ରଣୋଦିତ ବୋଲି ବିଜେପି କହୁଥିବା ବେଳେ ଆଇନର ସମ୍ମୁଖୀନ ହେଲେ ବିଜେପି ବିଳିବିଳେଇ ଉଠେ ବୋଲି କହିଛି କଂଗ୍ରେସ ।

Advertisment

ଅମିତ ମାଲଭିୟା କରିଥିବା ଟ୍ୱିଟରେ ରାହୁଲ ଗାନ୍ଧି ବିପଦପୂର୍ଣ୍ଣ ହୋଇଥିବା ବେଳେ ସେ ସାଂଘାତିକ ଗେମ୍‌ ଖୁଳୁଥିବା ଉଲ୍ଲେଖ କରିଛନ୍ତି। ଏହାକୁ ମାଲଭିୟା ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ବେଙ୍ଗାଲୁରୁର କଂଗ୍ରେସ ବିଧାୟକ ରମେଶ ବାବୁ ଏହାକୁ ନେଇ ଆପତ୍ତି ଉଠାଇଥିବା ବେଳେ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଏହାକୁ ନେଇ ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏଥିରେ ପ୍ରତିକ୍ରିୟା ଦେବାକୁ ଯାଇ ବିଜେପି ନେତା ତେଜସ୍ୱୀ ସୂର୍ଯ୍ୟା କହିଛନ୍ତି, ଏହି ଏଫଆଇଆର ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ଉକ୍ତ ଟ୍ୱିଟରେ ସେପରି କିଛି ନ ଥିବା ବେଳେ ତାହାକୁ ନେଇ କାହିଁକି ମାମଲା ରୁଜୁ କରାଯାଇଛି ତାହା ବୁଝା ପଡ଼ୁନି। ଆମେ ଏହାକୁ ଉପର କୋର୍ଟରେ ଚ୍ୟାଲେଞ୍ଜ କରିବୁ ବୋଲି ସେ କହିଛନ୍ତି।

Advertisment

ଏହାର ଜବାବ ଦେବାକୁ ଯାଇ କର୍ଣ୍ଣାଟକାର ମନ୍ତ୍ରୀ ପ୍ରିୟଙ୍କ ଖଡଗେ କହିଛନ୍ତି, ଦେଶର ଆଇନ୍‌ ବ୍ୟବସ୍ଥା ପ୍ରତି ବିଜେପିର ତିଳେ ବି ସମ୍ମାନ ନାହିଁ। ହେଲେ ଆଇନ୍‌ ଜାଲରେ ଛନ୍ଦି ହେଲେ ସେମାନେ ଆଖିରୁ ଲୁହ ଗଡ଼ାନ୍ତି। ଆଇନ ବିଶେଷଜ୍ଞଙ୍କ ପରାମର୍ଶ ନେବା ପରେ ଆମେ ମାମଲା ରୁଜୁ କରିଛୁ। ତେଣୁ ଏହାର କେଉଁ ଅଂଶ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସେମାନେ ଭାବୁଛନ୍ତି ତାହା ଉଲ୍ଲେଖ କରିବାକୁ କହିଛନ୍ତି ପ୍ରିୟଙ୍କ ଖଡଗେ ।

ଉକ୍ତ ଭିଡିଓରେ ରାହୁଲ ଗାନ୍ଧିଙ୍କ ଚରିତ୍ରକୁ କାର୍ଟୁନ କରାଯାଇ ତାହାକୁ ନକରାତ୍ମକ ଭାବେ ଚିତ୍ରଣ କରାଯାଇଛି। ଏପରିକି ଉଭ୍ତ ଭିଡିଓରେ ରାହୁଲ ଗାନ୍ଧି ଦେଶକୁ ବିଭକ୍ତ କରିବାକୁ ଚେଷ୍ଟା ଚଳାଇଥିବା କୁହାଯାଉଛି। ଏପରିକି ସେ ବିଦେଶୀ ଶକ୍ତିଙ୍କ ସହ ହାତ ମିଶାଇ ଭାରତକୁ ଭାଗ ଭାଗ କରିବାକୁ କୁଚକ୍ରାନ୍ତ କରୁଥିବା ଦର୍ଶାଯାଇଛି। ସଂଖ୍ୟାଲଘୁଙ୍କ ପାଇଁ ଭାରତ ନିରାପଦ ସ୍ଥାନ ନୁହେଁ ବୋଲି ରାହୁଲ ଗାନ୍ଧି କହୁଥିବା ଭିଡିଓରେ ଦେଖିବାକୁ ମିଳିଛି।

ଏହାକୁ ନେଇ କଂଗ୍ରେସ ତୀବ୍ର ଆପତ୍ତି ଉଠାଇଥିବା ବେଳେ ଏହାଦ୍ୱାରା ରାହୁଲ ଗାନ୍ଧିଙ୍କ ଛବିକୁ ମଳିନ କରିବାକୁ ଚେଷ୍ଟା କରାଯାଉଥିବା ଅଭିଯୋଗ ଆଣି ଥାନାରେ ମାମଲା ରୁଜୁ କରିଛି।

Bjp Congress Rahul Gandhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe