Advertisment

ରେବ୍‌ ପାର୍ଟିରେ ଚଢ଼ାଉ: ଅଭିନେତ୍ରୀଙ୍କ ସମେତ ୮ ଜଣଙ୍କୁ ନୋଟିସ୍‌

ନିକଟରେ ସିସିବିର ଆଣ୍ଟି-ନାର୍କୋଟିକ୍ସ ୱିଙ୍ଗ ବେଙ୍ଗାଲୁରୁର ଇଲେକ୍ଟ୍ରୋନିକ୍ସ ସିଟି ନିକଟ ଜିଏମ୍‌ ଫାର୍ମହାଉସରେ ଚାଲିଥିବା ଏକ ରେବ୍‌ ପାର୍ଟି ଉପରେ ଚଢ଼ାଉ କରିଥିଲା।

Rave Party

Rave Party

Advertisment

କିଛି ଦିନ ତଳେ କର୍ଣ୍ଣାଟକ ପୁଲିସ ଏକ ରେବ୍‌ ପାର୍ଟି ଉପରେ ଚଢ଼ାଉ କରି ଏହାର ପର୍ଦ୍ଦାଫଶ କରିଥିଲା। ଏହି ମାମଲାରେ ଏବେ ଜଣେ ଅଭିନେତ୍ରୀ ଫଶିଥିବା ସୂଚନା ମିଳିଛି। କର୍ଣ୍ଣାଟକ ପୁଲିସ ଜଣେ ତେଲୁଗୁ ଅଭିନେତ୍ରୀଙ୍କ ସମେତ ୮ ଜଣଙ୍କୁ ଏହି ରେବ୍‌ ପାର୍ଟି ମାମଲାରେ ନୋଟିସ୍‌ ଜାରି କରିଛି। ଏମାନଙ୍କ ରକ୍ତ ନମୂନା ନିଶା ଦ୍ରବ୍ୟ ମିଳିବା ପରେ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

Advertisment

ନିକଟରେ ସିସିବିର ଆଣ୍ଟି-ନାର୍କୋଟିକ୍ସ ୱିଙ୍ଗ ବେଙ୍ଗାଲୁରୁର ଇଲେକ୍ଟ୍ରୋନିକ୍ସ ସିଟି ନିକଟ ଜିଏମ୍‌ ଫାର୍ମହାଉସରେ ଚାଲିଥିବା ଏକ ରେବ୍‌ ପାର୍ଟି ଉପରେ ଚଢ଼ାଉ କରିଥିଲା। ଏହି ସମୟରେ ଘଟଣା ସ୍ଥଳରୁ ଅନେକ ନିଶାଜାତ ଦ୍ରବ୍ୟ ଜବତ ହୋଇଥିଲା। ଏହି ମାମଲାରେ ପୁଲିସ ଏବେ ତେଲୁଗୁ ଅଭିନେତ୍ରୀ ହିମାଙ୍କ ସମେତ ୮ ଜଣଙ୍କୁ ନୋଟିସ୍‌ ଜାରି କରି ହାଜର ହେବାକୁ ନିର୍ଦ୍ଦେଶ ଦେଇଛି।

ତେଲୁଗୁ ଅଭିନେତ୍ରୀଙ୍କ ସୁରକ୍ଷା ପାଇଁ ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦ୍ୱାରା ଚାପ ପ୍ରୟୋଗ କରାଯାଉଛି ବୋଲି ପୁଲିସ ସୂତ୍ରରୁ ପ୍ରକାଶ ପାଇଛି। ସୂତ୍ରରୁ ପ୍ରକାଶ, ଅଭିନେତ୍ରୀ ପ୍ରଥମ ନୋଟିସକୁ ଜବାବ ଦେବେ ବୋଲି ପୁଲିସ ଆଶା କରୁନାହିଁ। ଯଦି ସେ ଦ୍ୱିତୀୟ ନୋଟିସକୁ ମଧ୍ୟ ଜବାବ ନ ଦିଅନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି।

Advertisment

ମେ' ୨୦ ତାରିଖରେ 'ସନ୍‌ସେଟ୍‌ ଟୁ ସନ୍‌ରାଇଜ ଭିକ୍ଟ୍ରି' ନାମକ ରେବ୍‌ ପାର୍ଟି ଉପରେ ପୁଲିସ ଚଢ଼ାଉ କରିଥିଲା। ଏଥିରେ ଟେକ୍ନିକାଲ ବିଶେଷଜ୍ଞ, ତେଲୁଗୁ ଅଭିନେତ୍ରୀ ଓ ପ୍ରାୟ ୧୦୦ ଲୋକ ଯୋଗ ଦେଇ ଥିଲେ। ପାର୍ଟିରେ ସାମିଲ ହୋଇଥିବା ଲୋକେ କଥିତ ରୂପେ MDMA, କୋକେନ୍, ଗଞ୍ଜେଇ, ଚରସ ଏବଂ ଅନ୍ୟାନ୍ୟ ନିଶା ଜାତ ପଦାର୍ଥ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା।

ଏହାପରେ ପୁଲିସ ଉକ୍ତ ରେବ୍‌ ପାର୍ଟିରେ ଯୋଗ ଦେଇଥିବା ପ୍ରାୟ ୯୮ ଲୋକଙ୍କ ରକ୍ତ ନମୂନା ସଂଗ୍ରହ କରିଥିଲା। ତେବେ ପରୀକ୍ଷା ପରେ ୮୬ ଜଣ ରକ୍ତରୁ ଡ୍ରଗ୍ସର ଉପସ୍ଥିତି ମିଳିଛି। ଏବେ ଆଣ୍ଟି ନାର୍କୋଟିକ୍ସ ୱିଙ୍ଗ ଏମାନଙ୍କୁ ପର୍ଯ୍ୟାୟକ୍ରମେ ପଚରାଉଚରା ପାଇଁ ଡାକିବାକୁ ଯୋଜନା ଚଳାଇଛି। ସେପଟେ ଏହି ମାମଲାରେ ପୂର୍ବରୁ ପୁଲିସ ୫ ଜଣଙ୍କୁ ଗିରଫ କରିସାରିଛି। ସେହିପରି କାର୍ଯ୍ୟରେ ଅବହେଳା ଅଭିଯୋଗରେ ୩ ଜଣ ପୁଲିସକର୍ମୀଙ୍କୁ ନିଲମ୍ବିତ ମଧ୍ୟ କରାଯାଇଛି।

Notice To Telugu Actress Bengaluru Rave Party
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe