shopkeeper assaulted
ନମାଜ ପାଠ ବେଳେ ଭଜନ ବାଜିବାରୁ ଜଣେ ଦୋକାନୀଙ୍କୁ କିଛି ଲୋକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ବେଙ୍ଗାଲୁରୁରେ।
ରବିବାର ବେଙ୍ଗାଲୁରୁର ସିଦ୍ଧାନ୍ନା ଅଞ୍ଚଳରେ ଥିବା ଏକ ମସଜିଦରେ ନମାଜ ପାଠ ଚାଲିଥିଲା। ସେହି ସମୟରେ ପାଖରେ ଥିବା ଏକ ଔଷଧ ଦୋକାନରେ ଭଜନ ବାଜିଥିଲା। ଏହାକୁ ବିରୋଧ କରି ୫ରୁ ୬ ଜଣ ଯୁବକ ତାଙ୍କ ଦୋକାନକୁ ଆସିଥିଲେ। ସେମାନେ ଭଜନ ବନ୍ଦ କରିବାକୁ ଦୋକାନୀଙ୍କୁ କହିଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ କଥା କଟାକଟି ଓ ମାରପିଟ ହୋଇଥିଲା। ଉକ୍ତ ଯୁବକମାନେ ଦୋକାନୀଙ୍କୁ ରାସ୍ତା ଉପରକୁ ଟାଣି ନେଇ ପିଟି ଥିଲେ। ଏହି ପୂରା ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ଓ ଏହା ସୋଶାଲ ମିଡିଆରେ ଭାଇରାଲ ହେଉଛି।
#WATCH | Karnataka: An altercation occurred between a group of people and a shopkeeper last evening during 'Azaan' time when a shopkeeper played a song loudly near Siddanna Layout, in Bengaluru. A few Muslim youths questioned him, and an argument ensued, leading to them hitting… pic.twitter.com/L0f0rxlfSR
ଔଷଧ ଦୋକାନୀ ଜଣଙ୍କ କହିଛନ୍ତି ଯେ, ପୂର୍ବରୁ ଏହି ଯୁବକମାନେ ବହୁ ବାର ତାଙ୍କ ଦୋକାନକୁ ବଟି ମାଗିବା ପାଇଁ ଆସିଥିଲେ। କିନ୍ତୁ ସେ ଟଙ୍କା ଦେଇ ନଥିବାରୁ ବିବାଦ ଉପୁଜିଥିଲା। ଘଟଣା ଦିନ ଭଜନ ବଜାଇବାକୁ ନେଇ ସେମାନେ ଆପତ୍ତି ଉଠାଇଥିଲେ। ଏହାପରେ କଥା କଟାକଟି ହୋଇଥିଲା ଓ ସେମାନେ ତାଙ୍କୁ ମାଡ଼ ମାରିଥିଲେ।
ଏହି ଘଟଣାକୁ ନେଇ ହାଲାସୁରୁ ଗେଟ୍ ଥାନା ଅଞ୍ଚଳରେ ଏଫ୍ଆଇଆର୍ ରୁଜୁ ହୋଇଥିଲା। ସିସିଟିଭି ଫୁଟେଜ ଆଧାରରେ ପୁଲିସ ୫ ଜଣ ଯୁବକଙ୍କୁ ଚିହ୍ନଟ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ଗିରଫ ହୋଇଛନ୍ତି। ଅନ୍ୟ ଦୁଇ ଜଣ ଏବେ ବି ଫେରାର ଅଛନ୍ତି। ସେମାନଙ୍କୁ ଖୋଜା ଚାଲିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1710759384.jpg)