Advertisment

ଭାଷା ବିବାଦ: ଦୋକାନୀଙ୍କୁ ସରକାରଙ୍କ ‘୬୦% କନ୍ନଡ’ ନିର୍ଦ୍ଦେଶ

ବୃହତ୍ତ ବେଙ୍ଗାଲୁରୁ ମହାନଗର ପାଳିକାର ମୁଖ୍ୟ କମିଶନର ତୁଷାର ଗିରି ନାଥ କହିଛନ୍ତି ଯେ ପୌରପାଳିକା ଅଧୀନରେ ଥିବା ବ୍ୟବସାୟିକ ସଂସ୍ଥାଗୁଡ଼ିକ ପାଇଁ ୬୦% କନ୍ନଡ ନିର୍ଦ୍ଦେଶ ଲାଗୁ ହେବ।

author-image
Hemant Lenka
Karnataka

Karnataka

ଆଞ୍ଚଳିକ ଭାଷା ବିବାଦ ମଧ୍ୟରେ ବେଙ୍ଗାଲୁରୁ ପୌରପାଳିକା ବିଭିନ୍ନ ସଂସ୍ଥା ଓ ଦୋକାନଗୁଡ଼ିକ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି କରିଛି। ବେଙ୍ଗାଲୁରୁରେ ଥିବା ସମସ୍ତ ସାଇନବୋର୍ଡରେ ୬୦% କନ୍ନଡ ଭାଷାକୁ ସ୍ଥାନ ଦେବାକୁ ପୌରପାଳିକା ନିର୍ଦ୍ଦେଶ ଦେଇଛି। କର୍ଣ୍ଣାଟକାରେ ପୂର୍ବରୁ ହିନ୍ଦୀ ବନାମ କନ୍ନଡ ବିବାଦ ଚାଲିଥିବା ବେଳେ ଏପରି ନିର୍ଦ୍ଦେଶ ନୂଆ ଟ୍ୱିଷ୍ଟ ଆଣିଛି।

Advertisment

ବୃହତ୍ତ ବେଙ୍ଗାଲୁରୁ ମହାନଗର ପାଳିକାର ମୁଖ୍ୟ କମିଶନର ତୁଷାର ଗିରି ନାଥ କହିଛନ୍ତି ଯେ ପୌରପାଳିକା ଅଧୀନରେ ଥିବା ବ୍ୟବସାୟିକ ସଂସ୍ଥାଗୁଡ଼ିକ ପାଇଁ ୬୦% କନ୍ନଡ ନିର୍ଦ୍ଦେଶ ଲାଗୁ ହେବ। ଯଦି କେହି ସାଇନବୋର୍ଡ ନିର୍ଦ୍ଦେଶନାମା ନିୟମ ଉଲ୍ଲଙ୍ଘନ କରିବେ, ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

କନ୍ନଡ ଭାଷାକୁ ଗୁରୁତ୍ୱ ଦେଉଥିବା କର୍ଣ୍ଣାଟକା ରକ୍ଷଣ ଭେଦିକେ(କେଆରଭି) ନାମକ ଗୋଟିଏ ସଂଗଠନ ସହ ବୈଠକ କରିବା ପରେ ନାଥ ଏପରି କହିଛନ୍ତି। ସେ କହିଛନ୍ତି, “ସହରରେ ୧୪ଶହ କିମି ଗଳି ଓ ଉପ ଗଳି ରହିଛି। ଏହି ସବୁ ଗଳିରେ ଥିବା ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ସର୍ଭେ ଜୋନ ୱାରୀ ହେବ। ସର୍ଭେ ପରେ ଯେଉଁ ସବୁ ଦୋକାନର ସାଇନ ବୋର୍ଡରେ ୬୦% କନ୍ନଡ ଭାଷା ନଥିବ, ସେମାନଙ୍କୁ ନୋଟିସ ଦିଆଯିବ।

Advertisment

ସେମାନଙ୍କୁ ଫେବୃଆରୀ ୨୮ ଯାଏ କନ୍ନଡ ଭାଷାକୁ ବ୍ୟବହାର କରିବା ପାଇଁ ସମୟ ଦିଆଯିବ। ଏଥିସହ କନ୍ନଡ ଭାଷାର ବ୍ୟବହାର ସେମାନେ କରିଛନ୍ତି ବୋଲି ଜୋନ କମିଶନରମାନଙ୍କୁ ଜଣାଇବେ।

ଫେବୃଆରୀ ୨୮ ସୁଦ୍ଧା ଯଦି କୌଣସି ପ୍ରତିଷ୍ଠାନ କନ୍ନଡ ନେମପ୍ଲେଟ ଲଗାଇବେ ନାହିଁ, ତା’ହେଲେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେମାନଙ୍କ ବ୍ୟବସାୟିକ ଲାଇସେନ୍ସ ମଧ୍ୟ ରଦ୍ଦ କରି ଦିଆଯିବ।”

କେଆରଭି ସମର୍ଥକମାନେ ବେଙ୍ଗାଲୁରୁରେ ଦୋକାନ କରିଥିବା ଲୋକଙ୍କୁ ଧମକ ଦେଉଥିବା ବେଳର ଭିଡିଓ ସାମ୍ନାକୁ ଆସିଥିଲା। ଜଣେ ମହିଳା ମାଇକ୍ରୋଫୋନ ଧରି ମାରୱାଡୀ ଦୋକାନୀମାନଙ୍କୁ କନ୍ନଡ ଭାଷାର ପ୍ରଚଳନ କରିବାକୁ କହୁଥିବା ଦେଖିବାକୁ ମିଳିଥିଲା।

ସେ ଧମକ ଦେଇ କହିଥିଲେ ଯେ “ଏହା କର୍ଣ୍ଣାଟକା। କାନ୍ନାଡିଗାସ ହେଉଛନ୍ତି ରାଜ୍ୟର ଗର୍ବ। ତୁମମାନେ ଚାଲି ଯାଅ ଓ ତୁମ ରାଜ୍ୟରେ ନିଜର ଗର୍ବ ଦେଖାଅ। ମାରୱାଡୀମାନେ ଭଲ ଭାବେ ଶୁଣି ରଖ, ଯଦି ତୁମେମାନେ କନ୍ନଡ ଜାଣି ନାହଁ ବୋଲି କହିବ, ତା’ହେଲେ ତୁମମାନଙ୍କୁ ଟାର୍ଗେଟ କରାଯିବ।”

ବେଙ୍ଗାଲୁରୁର ଅଧିକାଂଶ ଦୋକାନର ସାଇନବୋର୍ଡରେ କନ୍ନଡ ଭାଷାର ବ୍ୟବହାର ହୋଇଛି। ଉକ୍ତ ସାଇନ ବୋର୍ଡରେ ହିନ୍ଦୀ ଓ ଇଂଲିଶ ଭାଷାର ମଧ୍ୟ ବ୍ୟବହାର ହୋଇଛି।

Karnataka Kannada Film