Advertisment

ରାହୁଲଙ୍କୁ କାଠଗଡ଼ାକୁ ଟାଣିଥିଲା ବିଜେପି, ମିଳିଲା ଜାମିନ

ରାହୁଲ ଗାନ୍ଧିଙ୍କୁ ମିଳିଲା ଆଶ୍ୱସ୍ତି । କର୍ଣ୍ଣାଟକା ବିଜେପି ପକ୍ଷରୁ ରାହୁଲଙ୍କ ବିରୋଧରେ ରୁଜୁ ହୋଇଥିବା ମାନହାନୀ ମାମଲାରେ ତାଙ୍କୁ ଜାମିନ ମିଳିଛି

Rahul Gandhi

Rahul Gandhi

Advertisment

ରାହୁଲ ଗାନ୍ଧିଙ୍କୁ ମିଳିଲା ଆଶ୍ୱସ୍ତି । କର୍ଣ୍ଣାଟକା ବିଜେପି ପକ୍ଷରୁ ରାହୁଲଙ୍କ ବିରୋଧରେ ରୁଜୁ ହୋଇଥିବା ମାନହାନୀ ମାମଲାରେ ତାଙ୍କୁ ଜାମିନ ମିଳିଛି। ବାଙ୍ଗାଲୁରୁ କୋର୍ଟ ରାହୁଲଙ୍କୁ ଜାମିନ ପ୍ରଦାନ କରିଛନ୍ତି।

Advertisment

କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ପକ୍ଷରୁ ଗଣମାଧ୍ୟମରେ ପ୍ରଦର୍ଶୀତ ବିଜ୍ଞାପନରେ ବିଜେପି ଦୁର୍ନୀତିରେ ଲିପ୍ତ ଥିବା ଦର୍ଶାଯାଇଥିଲା। ଏପରିକି ନିଜ ଶାସନ କାଳ ସମୟରେ ୨୦୧୯ରୁ ୨୦୨୩ ମସିହା ପର୍ଯ୍ୟନ୍ତ ବିଜେପି ରାଜ୍ୟରେ ବିଭିନ୍ନ ଦୁର୍ନୀତିରେ ଲିପ୍ତ ଥିବା କୁହାଯାଇଥିଲା। ବିଭିନ୍ନ ନିର୍ମାଣ କାର୍ଯ୍ୟ ନିମନ୍ତେ ବିଜେପି ନେତା ୪୦% କମିଶନ ଖାଉଥିବା କଂଗ୍ରେସ ଅଭିଯୋଗ ଆଣିଥିଲା। ଏହି ପରିପ୍ରେକ୍ଷୀରେ କଂଗ୍ରେସ ଏକ ଦୁର୍ନୀତି ରେଟ୍‌ କାର୍ଡ ବି ସାର୍ବଜନୀନ କରିଥିଲା। ।

ବିଜେପି ବିଧାୟକ ତଥା ଜେନେରାଲ ସେକ୍ରେଟାରୀ କେଶବ ପ୍ରସାଦ ଏହି ମାମଲାରେ କଂଗ୍ରେସ ନେତାଙ୍କୁ କାଠଗଡ଼ାକୁ ଟାଣିଥିଲେ। ଏପରିକି ମିଥ୍ୟା ବିଜ୍ଞାପନ ଦେଇ ବିଜେପିର ଛବି ମଳିନ କରିବା ସହ ସାଧାରଣ ଜନତାଙ୍କୁ ଭ୍ରମିତ କରିବା ନେଇ ସେ ଡି.କେ ଶିବକୁମାର, ସିଦ୍ଧରମୈୟା ଓ ରାହୁଲ ଗାନ୍ଧିଙ୍କ ବିରୋଧରେ ଅଭିଯୋଗ କରିଥିଲେ।

Advertisment

ଗତ ୧ ତାରିଖରେ ବାଙ୍ଗାଲୁରୁ କୋର୍ଟ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାରଙ୍କୁ ଜାମିନ ପ୍ରଦାନ କରିଥିଲେ। ମାତ୍ର ଉକ୍ତ ଦିନ ରାହୁଲ କୋର୍ଟରେ ହାଜର ନ ହେବାରୁ ତାଙ୍କ ବିରୋଧରେ ଜାମିନ - ବିହୀନ ଗିରଫ ପରୱାନା ଜାରି କରିବାକୁ ବିଜେପି ପକ୍ଷରୁ ଦାବି କରାଯାଇଥିଲା।

ଏହାପରେ କୋର୍ଟ ପକ୍ଷରୁ ତାଙ୍କୁ ଆଜି ହାଜର ହେବାକୁ କୁହାଯାଇଥିଲା। ଆଜି ରାହୁଲ କୋର୍ଟରେ ହାଜର ହୋଇଥିବା ବେଳେ ସେଠାରେ ମାମଲାର ଶୁଣାଣି ପରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି। ଏହାପରେ ରାହୁଲ କୋର୍ଟରୁ ବାହାରି ଯାଉଥିବା ଦେଖିବାକୁ ମିଳିଥିଲା।

Bangalore Rahul Gandhi Bjp Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe