Advertisment

ଶୁଣିଲେନି ସରକାର: ରାସ୍ତାର ଖାଲ ମରାମତି ପାଇଁ ୨.୭ ଲକ୍ଷର ଋଣ ଆଣିଲେ ଯୁବକ

ସେ ବ୍ୟାଙ୍କରୁ ୨.୭ ଲକ୍ଷ ଟଙ୍କାର ଋଣ ମଧ୍ୟ ଏଥିପାଇଁ ଆଣିଛନ୍ତି। ଯୁବକଙ୍କୁ ଏହି କାମରେ ତାଙ୍କ ଦ୍ୱାରା ତିଆରି ହୋଇଥିବା ‘ସିଟିଜେନ୍ସ ଗ୍ରୁପ, ପୂର୍ବ ବେଙ୍ଗାଲୁରୁ’ ପୂରା ସହଯୋଗ କରିଛି।

author-image
Hemant Lenka
Road

Road

ବାରମ୍ବାର ସରକାରଙ୍କୁ ଅନୁରୋଧ କରିଥିଲେ ମଧ୍ୟ କିଛି ଲାଭ ମିଳିଲା ନାହିଁ। ରାସ୍ତାରେ ହୋଇଥିବା ଖାଲକୁ ମରାମତି ପାଇଁ ସରକାର କୌଣସି ପଦକ୍ଷେପ ନେଲେ ନାହିଁ। ସରକାରଙ୍କ ଏପରି ଅବହେଳାରେ ଅତିଷ୍ଠ ହୋଇ ଅଭିନବ ଢଙ୍ଗରେ ରାସ୍ତା ମରାମତି କରିଛନ୍ତି ଜଣେ ଯୁବକ।

Advertisment

ସେ ବ୍ୟାଙ୍କରୁ ୨.୭ ଲକ୍ଷ ଟଙ୍କାର ଋଣ ମଧ୍ୟ ଏଥିପାଇଁ ଆଣିଛନ୍ତି। ଯୁବକଙ୍କୁ ଏହି କାମରେ ତାଙ୍କ ଦ୍ୱାରା ତିଆରି ହୋଇଥିବା ‘ସିଟିଜେନ୍ସ ଗ୍ରୁପ, ପୂର୍ବ ବେଙ୍ଗାଲୁରୁ’ ପୂରା ସହଯୋଗ କରିଛି। ସଂଗଠନ ପକ୍ଷରୁ ବିକାଶ ନାହିଁ ତ ଟିକସ ନାହିଁ ନାଁରେ ଗୋଟିଏ ପ୍ରଚାର ଅଭିଯାନ ଆରମ୍ଭ କରାଯାଇଛି। ସରକାରୀ ସମ୍ପତ୍ତି ବାବଦରେ ଲୋକମାନେ ଦେଉଥିବା ଟିକସ ଆଉ ନ ଦେବାକୁ ଗ୍ରୁପ ପକ୍ଷରୁ ଆହ୍ୱାନ ଦିଆଯାଇଛି।

ଗତ ସପ୍ତାହରେ ଗ୍ରୁପ୍‌ର ସଦସ୍ୟମାନେ ଏକାଠି ହୋଇଥିଲେ ଓ ୬ କିମି ରାସ୍ତାରେ ହୋଇଥିବା ଖାଲକୁ ତିଆରି ପାଇଁ ଟଙ୍କା ମଧ୍ୟ ଦେଇଥିଲେ। ହାଲାନାୟାକାନାହାଲ୍ଲି, ମୁନେଶ୍ୱରା ଲେ’ଆଉଟ ଓ ଚୋଡାଦସାନ୍ଦ୍ରା ମଧ୍ୟରେ ହୋଇଥିବା ଖାଲଗୁଡ଼ିକୁ ସଂଗଠନର ସଦସ୍ୟମାନେ ମରାମତି କରିଛନ୍ତି।

Advertisment

ଗ୍ରୁପ୍‌ର ପ୍ରତିଷ୍ଠାତା ସଦସ୍ୟ ତଥା ସଫ୍ଟୱେୟାର ଇଞ୍ଜିନିୟର ଆରିଫ ମୁଡଗଲ(୩୨) ଖାଲ ମରାମତି ପାଇଁ ୨.୭ ଲକ୍ଷର ଋଣ ମଧ୍ୟ ଆଣିଛନ୍ତି। ହୋସା ରାସ୍ତାରେ ଖାଲ ଯୋଗୁ ସେ ଦୁଇ ଦୁଇଟି ଭୟଙ୍କର ସଡ଼କ ଦୁର୍ଘଟଣା ଦେଖିଥିଲେ। ଏଥିପାଇଁ ସେ ଋଣ ଆଣି ସେଗୁଡ଼ିକୁ ମରାମତି କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି, “ମୋ ଆପାର୍ଟମେଣ୍ଟ ନିକଟରେ ରହୁଥିବା ଜଣେ ମହିଳା କିଛି ଦିନ ତଳେ ଅଟୋରେ ଆସୁଥିଲେ।

କିନ୍ତୁ ରାସ୍ତାରେ ଥିବା ଖାଲରେ ଅଟୋ ଡ୍ରାଇଭର ଧକ୍କା ହୋଇ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଏହା ଓଲଟି ପଡ଼ିଥିଲା। ଏଥିରେ ମହିଳା ଓ ଅଟୋ ଡ୍ରାଇଭର ଗୁରୁତର ଆହତ ହୋଇଥିଲେ। ଅଗଷ୍ଟ ୧୪ରେ ଜଣେ ଡେଲିଭରୀ ଏଜେଣ୍ଟ ମଧ୍ୟ ଖାଲରେ ପଡ଼ି ଲହୁ ଲୁହାରଣ ହୋଇଥିଲେ। ତାଙ୍କ ବାଇକ ଗୋଟିଏ କାର୍‌ ସହ ଧକ୍କା ହୋଇଥିଲା। ତାଙ୍କ ଗୋଡ଼ ମଧ୍ୟ ଭାଙ୍ଗି ଯାଇଥିଲା। ମାଣ୍ଡ୍ୟାର ଏହି ଯୁବକ ଜଣଙ୍କ ତାଙ୍କ ପରିବାରର ଏକମାତ୍ର ଆୟକାରୀ ଥିଲେ। ତାଙ୍କ ଗୋଡ଼ ଭାଙ୍ଗି ଯିବାରୁ ପୂରା ପରିବାର ଚିନ୍ତାରେ ଅଛନ୍ତି। ଏହା ଅତ୍ୟନ୍ତ ଯନ୍ତ୍ରଣାଦାୟକ।”

ତାଙ୍କ କହିବା କଥାରେ ଯେ ସିଟେଜନ୍ସ ଗ୍ରୁପ୍‌କୁ ସେ ଓ ଆଉ କିଛି ଯୁବକ ମିଳିତ ଭାବେ ୫ ବର୍ଷ ତଳେ ତିଆରି କରିଥିଲେ। ପୂର୍ବରୁ ମଧ୍ୟ ସଂଗଠନର ସଦସ୍ୟମାନେ ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ଅନେକ ସ୍ଥାନରେ ରାସ୍ତାର ଖାଲକୁ ମରାମତି କରିଛନ୍ତି। ଏବେ କିନ୍ତୁ ସେମାନଙ୍କ ପାଖରେ ଆବଶ୍ୟକ ଟଙ୍କା ନାହିଁ। ତେଣୁ ଆରିଫ ବାଧ୍ୟ ହୋଇ ଋଣ କରିଥିବା କହିଛନ୍ତି।

Karnataka Bengaluru Road Accident