Advertisment

ତଦନ୍ତ ଆଳରେ ଉଲଗ୍ନ କଲା ପୁଲିସ, ଆତ୍ମହତ୍ୟା କରିଦେଲେ ମହିଳା

ମହିଳା ଜଣକ ଛାଡିଯାଇଥିବା ସୁସାଇଡ୍‌ ନୋଟ୍‌ ଅନୁଯାୟୀ, ପୁଲିସ ଅଧିକାରୀ ତାଙ୍କୁ ସମସ୍ତଙ୍କ ସାମ୍ନାରେ ଡ୍ରେସ୍‌ ଖୋଲିବାକୁ କହିବା ସହ ୨୫ ଲକ୍ଷ ଟଙ୍କା ଲାଞ୍ଚ ମଧ୍ୟ ମାଗିଥିଲେ।

ଅଦ୍ୟତନ ହୋଇଛି
Suicide

Suicide

Advertisment

ତଦନ୍ତ ଆଳରେ ସର୍ବସମ୍ମୁଖରେ ଉଲଗ୍ନ କଲା ପୁଲିସ। କେବଳ ସେତିକି ନୁହେଁ ୨୫ ଲକ୍ଷ ଟଙ୍କା ଲାଞ୍ଚ ମଧ୍ୟ ମାଗିଲା। ସହିପାରିଲେ ପୁଲିସର ଏଭଳି ଅକଥନୀୟ ଅତ୍ୟାଚାର। ଶେଷରେ ଜୀବନ ହାରିଲେ ମହିଳା। ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ବେଙ୍ଗାଲୁରୁରେ।

Advertisment

ବେଙ୍ଗାଲୁରୁର ଜଣେ ମହିଳା ପୁଲିସ୍‌ ଦ୍ୱାରା ଅତ୍ୟାଚାରର ଶିକାର ହୋଇ ନିଜ ଜୀବନ ହାରି ଦେଇଥିବା ଅଭିଯୋଗ ହୋଇଛି। ପୀଡ଼ିତା ଜଣକ ଆତ୍ମହତ୍ୟା କରିବା ସହ ଏକ ୧୧ ପୃଷ୍ଠା ବିଶିଷ୍ଟ ‘ସୁଇସାଇଡ୍‌ ନୋଟ୍’ ମଧ୍ୟ ଛାଡ଼ି ଯାଇଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି କି କିପରି ମହିଳା ପୁଲିସ୍‌ ଜଣକ ସମସ୍ତଙ୍କ ସମ୍ମୁଖରେ ତାଙ୍କ କପଡ଼ା ଖୋଲିବା ସହ ୨୫ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ।

ମୃତ ମହିଳା ଜଣକ ହେଲେ ୩୩ ବର୍ଷୀୟ ଏସ୍‌ ଜିଭା। ସେ ପେସାରେ ଜଣେ ବ୍ୟବସାୟୀ ହବା ସହ ଜଣେ ଆଇନଜୀବୀ ମଧ୍ୟ ଥିଲେ। ଶୁକ୍ରବାର ତଥା ନଭେମ୍ବାର ୨୨ ତାରିଖରେ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି। ଭଉଣୀ ଏସ୍‌ ସଙ୍ଗୀତା ଡିଏସ୍‌ପି କନକଲକ୍ଷ୍ମୀଙ୍କୁ ଏସ୍‌ ଜିଭାଙ୍କ ମୃତ୍ୟୁ ପାଇଁ ଦାୟୀ କରିଛନ୍ତି। ସେ ତାଙ୍କୁ ଆତ୍ମହତ୍ୟା କରିବାକୁ ଉସକାଇଥିବା ସେ ଅଭିଯୋଗ ଆଣିଛନ୍ତି।

Advertisment

ଏହାପରେ ବେଙ୍ଗାଲୁର ପୁଲିସ୍‌ ଅଭିଯୁକ୍ତ ସୁପରିଟେଣ୍ଡେଣ୍ଟ୍‌ ଇନ୍‌ ପୁଲିସ୍‌ କନକଲକ୍ଷ୍ମୀଙ୍କ ନାମରେ ମାମଲା ରୁଜୁ କରି ଦତନ୍ତ ଆରମ୍ଭ କରିଛି। ଏଥସହ ଏସ୍‌ ଜିଭା ଛାଡି ଯାଇଥିବା ସୁସାଇଡ୍‌ ନୋଟ୍‌କୁ ମଧ୍ୟ ଜବତ କରିଛି। ଏଥିରେ ପୁଲିସ ଅଧିକାରୀ ତାଙ୍କୁ କିଭଳି ହଇରାଣ କରିଥିଲେ ତାହା ଉଲ୍ଲେଖ କରିଛନ୍ତି।

ସୂଚନା ମୁତାବକ, ଏସ୍‌ ଜିଭା କର୍ଣ୍ଣାଟକ ଭୋବି ବିକାଶ ନିଗମ ଦୁର୍ନୀତିର ଅନ୍ୟତମ ଅଭିଯୁକ୍ତ ଥିଲେ। ଯେଉଁଥିରେ ଚାକିରି ଯୋଜନା ଅନ୍ତର୍ଗତ ଭୋଭି ସମ୍ପ୍ରଦାୟର ସଦସ୍ୟମାନଙ୍କୁ ଋଣ ଦେବା ପାଇଁ ଦିଆଯାଇଥିବା ଅର୍ଥ ହେରଫେର ମାମଲା ଜଡିତ ଥିଲା। ଏହି ମାମଲାର ତଦନ୍ତ ସିବିଆଇଡିକୁ ସିଆଇଡି ହସ୍ତାନ୍ତର କରାଯାଇଥିଲା।

ନଭେମ୍ବର ୧୪ରୁ ୨୩ ମଧ୍ୟରେ ଭିଡିଓ କନଫରେନ୍ସିଂ ଜରିଆରେ ଏସ୍ ଜିଭାଙ୍କୁ ପଚରାଉଚରା କରିବା ପାଇଁ କର୍ଣ୍ଣାଟକ ହାଇକୋର୍ଟ ସିଆଇଡିକୁ ଅନୁମତି ଦେଇଥିଲେ। କିନ୍ତୁ ସିଆଇଡି ତାଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲା।

୧୪ ନଭେମ୍ବରରେ ଏସ୍‌ ଜିଭା ସିଆଇଡି କାର୍ଯ୍ୟଳୟରେ ହାଜର ହୋଇଥିଲେ। ତେବେ ଏଠାରେ ତାଙ୍କୁ ତଦନ୍ତ ଆଳରେ ହଇରାଣ କରାଯାଇଥିଲା। ତାଙ୍କୁ ଡ୍ରେସ୍‌ ଓହ୍ଲାଇବାକୁ କୁହାଯାଇଥିଲା। ସେ ଛାଡିଯାଇଥିବା ସୁସାଇଡ୍‌ ନୋଟ୍‌ ଅନୁଯାୟୀ, ପୁଲିସ ଅଧିକାରୀ ୨୫ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। କେବଳ ସେତିକି ନୁହେଁ ଜିଭା ଦାଖଲ କରିଥିବା ଦଲିଲକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ। ପରବର୍ତ୍ତୀ କିଛି ଦିନ ଧରି ଏହି ନିର୍ଯ୍ୟାତନା ଜାରି ରହିଥିଲା। ଏଫଆଇଆର ଅନୁଯାୟୀ ପୁଲିସ ଅଧିକାରୀ ଏସ.ଜିଭାଙ୍କୁ ତାଙ୍କ ଦୋକାନରେ ଭେଟି ତାଙ୍କ କର୍ମଚାରୀଙ୍କ ସାମ୍ନାରେ ଅପମାନିତ କରିଥିଲେ।

Bhovi Development Corporation Scam Woman Suicide Bengaluru
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe