Advertisment

ଚଳନ୍ତା କାରରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ଜଣେ ଯୁବତୀଙ୍କୁ ୪ ଜଣ ଅପହରଣ କରି ଏକ କାରରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

author-image
Tapas Behera
undefined

Stop Rape

ବେଙ୍ଗାଲୁରୁରେ ଏକ ଚଳନ୍ତା କାରରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଜଣେ ଯୁବତୀଙ୍କୁ ୪ ଜଣ ଅପହରଣ କରି ଏକ କାରରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଶୁକ୍ରବାର ପୁଲିସ ଅଧିକାରୀ ଏ ବିଷୟରେ ପିଟିଆଇକୁ ସୂଚନା ଦେଇଛନ୍ତି। ପୁଲିସ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ଏବଂ ତଦନ୍ତ ଚାଲିଛି।

Advertisment

ମହିଳା ଜଣକ କୋରାମଙ୍ଗାଲାର ନ୍ୟାସନାଲ ଗେମ୍ସ ଗ୍ରାମ ପାର୍କରେ ବସିଥିବା ବେଳେ ମାର୍ଚ୍ଚ ୨୫ ଦିନ ପ୍ରାୟ ୧୦ଟା ସମୟରେ ଚାରିଜଣ ଦୁର୍ବୃତ୍ତ ଆସି କାର ଭିତରକୁ ନେଇ ଅପହରଣ କରିନେଇଥିଲେ। ପୁଲିସର ସୂଚନାନୁସାରେ, ସେମାନେ ଚଳନ୍ତା କାରରେ ତାଙ୍କୁ ଦୁଷ୍କର୍ମ କରିଥିଲେ।

ମାର୍ଚ୍ଚ ୨୬ରେ ସେମାନେ ତାଙ୍କୁ ତାଙ୍କ ଘର ନିକଟରେ ଛାଡି ଦେଇଥିଲେ । ଛାଡ଼ିଲା ବେଳେ ପୀଡ଼ିତାଙ୍କୁ ଧମକ ଦେଇଥିଲେ।

Advertisment

ଯଦି ପୁଲିସକୁ ଏହି ଘଟଣା ଜଣାନ୍ତି ତେବେ ତାଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଧମକ ଦେଇଥିଲେ।

ପୋଲିସ ଆହୁରି କହିଛି ଯେ, ପୀଡିତା ଚିକିତ୍ସିତ ହୋଇ ଥାନାରେ ଅଭିଯୋଗ କରିଥିଲେ। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, "ଆମେ ଏହି ଘଟଣାର ତଦନ୍ତ କରୁଛୁ। ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ସେମାନଙ୍କୁ ପଚରାଉଚରା କରାଯାଉଛି।

India