Woman Peels Veggies While Stuck In Traffic
ଜଳବାୟୁ କ୍ଷେତ୍ରରେ ଦେଖିବାକୁ ଗଲେ ବେଙ୍ଗାଲୁରୁ ସହରକୁ ଏକ ଭଲ ସହର ଭାବେ ବିବେଚନା କରାଯାଏ। ହେଲେ ଟ୍ରାଫିକ୍ ସମସ୍ୟା ପାଇଁ ଏହି ସହରର କୁଖ୍ୟାତି ରହିଛି। ସାମାନ୍ୟ ଦୂର ଯିବା ପାଇଁ ଏଠାରେ ଟ୍ରାଫିକରେ ଘଣ୍ଟା ଘଣ୍ଟା ଅଟକି ରହିବାକୁ ପଡେ। ଗ୍ରୀନପିସ୍ ଇଣ୍ଡିଆର ସର୍ବଶେଷ ରିପୋର୍ଟ ଅନୁସାରେ, ଏହି ସହରରେ ୧୦ କିଲୋମିଟର ଦୂରତା ପାଇଁ କାର୍ ଯୋଗେ ସର୍ବନିମ୍ନ ଗୋଟିଏ ଘଣ୍ଟା ସମୟ ଲାଗେ।
ଏସବୁ ମଧ୍ୟରେ ଟ୍ରାଫିକରେ ଅଟକି ରହିବା ବେଳେ କିପରି ସମୟର ସଦୁପଯୋଗ କରିପାରିବେ ସେ ଶିକ୍ଷା ଦେଇଛନ୍ତି ଜଣେ ମହିଳା। ଟ୍ରାଫିକ୍ ଜାମ୍ ସମୟରେ ତାଙ୍କ ଗାଡ଼ି ଅଟକି ରହିଥିଲା। ଏହି ସମୟରେ ସେ ପରିବା ବ୍ୟାଗରୁ ଗ୍ରୀନ ମଟର୍ ବାହାର କରି ଚୋପା ଛଡ଼ାଇଥିବା ଦେଖିବାକୁ ମିଳିଛି। ଏନେଇ ସୋଶାଲ୍ ମିଡିଆର ଏକ ପୋଷ୍ଟ୍ ଶେଆର୍ କରି ସେ ଲେଖିଛନ୍ତି, "Being productive during peak traffic hours." ଅର୍ଥାତ୍ "ଟ୍ରାଫିକ ଜାମ୍ ସମୟରେ ଉପଯୋଗୀ ହୁଅନ୍ତୁ।"
ଏପରି ଏକ ପୋଷ୍ଟରେ ସୋଶାଲ୍ ମିଡିଆ ୟୁଜର୍ ମଜାଳିଆ କମେଣ୍ଟ କରିଛନ୍ତି। ଜଣେ ୟୁଜର୍ ମହିଳାଙ୍କୁ "ମାଇ ବସ୍" ବୋଲି ସମ୍ବୋଧିତ କରିଛନ୍ତି। ସେହିପରି ଅନ୍ୟ ଜଣେ ୟୁଜର୍ ସେ ଉପଯୋଗର ଏକ ନୂତନ ମାନଦଣ୍ଡ ସୃଷ୍ଟି କରିଥିବା କହିଛନ୍ତି। ଏହିପରି ଅନେକ ୟୁଜର୍ ତାଙ୍କ ପୋଷ୍ଟରେ କମେଣ୍ଟ କରିଛନ୍ତି।
ତେବେ କହି ରଖୁଛୁ ଯେ, ଟ୍ରାଫିକ ସମସ୍ୟା କାରଣରୁ ବେଙ୍ଗାଲୁରରେ ଲୋକଙ୍କର ସମୟ ନଷ୍ଟ ସହ ଇନ୍ଧନ ଅପଚୟ କାରଣରୁ ବର୍ଷକୁ ୧୯,୭୨୫ କୋଟି ଟଙ୍କା ବ୍ୟୟ ହେଉଥିବା ଏକ ରିପୋର୍ଟରୁ ଜଣାପଡିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us