Advertisment

India-US Trade Deal: ଭାରତ-ଆମେରିକା ଟ୍ରେଡ୍‌ ଡିଲକୁ ନେଇ କ’ଣ କହିଲେ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋଏଲ?

ଭାରତ-ଆମେରିକା ବାଣିଜ୍ୟ ବୁଝାମଣା ସମ୍ପର୍କରେ ଗୋଏଲ କହିଛନ୍ତି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଥିବା ଘନିଷ୍ଠ ତଥା ବ୍ୟକ୍ତିଗତ ସମ୍ପର୍କ ଯୋଗୁ ଏହି ଡିଲ ସମ୍ଭବ ହୋଇପାରିଛି।

author-image
Hemant Lenka
US

କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ

ଭାରତ-ଆମେରିକା ମଧ୍ୟରେ ହେବାକୁ ଯାଉଥିବା ବାଣିଜ୍ୟ ଡିଲକୁ ନେଇ ବଡ଼ କଥା କହିଛନ୍ତି ଦେଶର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସର୍ବୋତ୍ତମ ସମ୍ଭବ ବାଣିଜ୍ୟ ଡିଲ ଆମେରିକା ସହ କରିପାରିଛି ବୋଲି ବୋଲି ଶ୍ରୀ ଗୋଏଲ କହିଛନ୍ତି।

Advertisment

ଏଥିସହ ସେ ଲୋକସଭା ବିତର୍କ ବେଳେ ବିରୋଧୀ ବିଶେଷ କରି ରାହୁଲ ଗାନ୍ଧି ବିଶୃଙ୍ଖଳା ସୃଷ୍ଟି କରୁଥିବା ଅଭିଯୋଗ କରି ତୀବ୍ର ସମାଲୋଚନା କରିଛନ୍ତି। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ବାଣିଜ୍ୟ ଡିଲ ସମ୍ପର୍କରେ ସରକାର ଗୃହକୁ ଅବଗତ କରାଇ ପାରି ନଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। 

ଭାରତ-ଆମେରିକା ବାଣିଜ୍ୟ ବୁଝାମଣା ସମ୍ପର୍କରେ ଗୋଏଲ କହିଛନ୍ତି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଥିବା ଘନିଷ୍ଠ ତଥା ବ୍ୟକ୍ତିଗତ ସମ୍ପର୍କ ଯୋଗୁ ଏହି ଡିଲ ସମ୍ଭବ ହୋଇପାରିଛି। ଏହି ଡିଲ ଦ୍ୱାରା ଚାଷୀ, ଏମଏସ୍‌ଏମଇ ଓ ଶିଳ୍ପ ଠାରୁ ଆରମ୍ଭ କରି ସବୁ କ୍ଷେତ୍ର ଫାଇଦା ପାଇବେ ବୋଲି ସେ ଦମ୍ଭୋକ୍ତି କରିଛନ୍ତି। 

Advertisment

ଶ୍ରୀ ଗୋଏଲ କହିଛନ୍ତି, “ଆମେ ସମସ୍ତେ ଜାଣିଛି ଯେ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବନ୍ଧୁତାପୂର୍ଣ୍ଣ ଓ ଘନିଷ୍ଠ ସମ୍ପର୍କ ରହିଛି। ଏହାର ଲାଭ ଉଠାଇ ପ୍ରଧାନମନ୍ତ୍ରୀ ମୋଦି ଆମେରିକା ସହ ଭାରତ ପାଇଁ ସର୍ବଶ୍ରେଷ୍ଠ ଚୁକ୍ତି ହାସଲ କରିଛନ୍ତି। ଏହା ଏମିତି ଏକ ବାଣିଜ୍ୟ ଡିଲ ଯାହା ସମସ୍ତ ପଡ଼ୋଶୀ, ଆଖପାଖରେ ଥିବା ଦେଶ ଓ ପ୍ରତିଯୋଗିତା ମୂଳକ ଅର୍ଥବ୍ୟବସ୍ଥା ତୁଳନାରେ ସର୍ବଶ୍ରେଷ୍ଠ। ଏହା ଆମ ସମସ୍ତଙ୍କ ପାଇଁ ଗୋଟିଏ ଚମତ୍କାର ଡିଲ।” 

ଦୀର୍ଘ ମାସ ଧରି ଭାରତୀୟ ଓ ଆମେରିକୀୟ ଟିମ ମଧ୍ୟରେ ଚାଲିଥିବା ଆଲୋଚନା ଓ ବୁଝାମଣାର ଫଳ ହେଉଛି ଏହି ଚୁକ୍ତି। ଗୋଟିଏ ଶକ୍ତିଶାଳୀ ଦେଶ ଭାବେ ଭାରତର ସ୍ଥାନକୁ ଏହା ଆହୁରି ମଜବୁତ କରିଥିବା ଗୋଏଲ ଦାବି କରିଛନ୍ତି।

ସେ କହିଛନ୍ତି, “ଆଜି ପ୍ରତିଟି ଭାରତୀୟ ମୋଦିଜୀଙ୍କୁ ଶୁଭେଚ୍ଛା ଜଣାଉଛି। ସେ ଗୋଟିଏ ବଳିଷ୍ଠ ବାଣିଜ୍ୟ ଡିଲ ଶେଷ କରି ପୂର୍ବରୁ ଶକ୍ତିଶାଳୀ ଥିବା ଗୋଟିଏ ଦେଶକୁ ଆହୁରି ମଜବୁତ କରିପାରିଛନ୍ତି।”

ଗୋଏଲ(Piyush Goyal ) ସ୍ପଷ୍ଟ ଭାବେ କହିଛନ୍ତି ଯେ କୃଷି ଓ ଦୁଗ୍ଧ ଭଳି ସମ୍ବେଦନଶୀଳ କ୍ଷେତ୍ରକୁ ବୁଝାମଣାରେ ସୁରକ୍ଷିତ ରଖାଯାଇଛି। ଡିଲ ଦ୍ୱାରା ଚାଷୀଙ୍କ ସ୍ୱାର୍ଥରେ ବୁଝାମଣା କରାଯାଇଛି ଓ ଭାରତୀୟ ମାର୍କେଟକୁ ଆମେରିକୀୟ କୃଷି ଦ୍ରବ୍ୟକୁ ଆଣିବା ପାଇଁ ବ୍ୟବସ୍ଥା କରାଯାଇଥିବା ବିରୋଧୀ ଅଭିଯୋଗ କରୁଥିବାରୁ ଗୋଏଲ ଆଜି ଏପରି କଥା କହିଛନ୍ତି। 

ସେ କହିଛନ୍ତି, “ପ୍ରଧାନମନ୍ତ୍ରୀ ଉଭୟ କୃଷି ଓ ଦୁଗ୍ଧ କ୍ଷେତ୍ରକୁ ସୁରକ୍ଷିତ କରିଛନ୍ତି। ସେ ଯେଉଁ ଭଳି ଭାରତକୁ ଆରସିଇପି(ରିଜନାଲ କମ୍ପ୍ରେହେନସିଭ ଇକୋନୋମିକ ପାର୍ଟନରଶିପ)ରୁ ରକ୍ଷା କରିଥିଲେ, ଠିକ ସେହିଭଳି ସେ କୃଷି ଓ ଦୁଗ୍ଧକୁ ମଧ୍ୟ ଆମେରିକା ବାଣିଜ୍ୟ ଡିଲରୁ ସୁରକ୍ଷା ଦେଇଛନ୍ତି। କଂଗ୍ରେସ ଭାରତକୁ ଆରସିଇପି ଭିତରକୁ ଠେଲି ଦେବାକୁ ଚେଷ୍ଟା କରୁଥିବା ବେଳେ ମଧ୍ୟ ଦେଶକୁ ରକ୍ଷା କରିଥିଲେ।” 

ତାଙ୍କ କହିବା କଥା ଯେ ବାଣିଜ୍ୟ ଡିଲ ମହିଳା, ଚାଷୀ ଓ ଛୋଟ ବ୍ୟବସାୟୀଙ୍କୁ ଅହେତୁକ ଲାଭ ଦେବ। ଏହାବାଦ ଆଇଟି, ବୟନଶିଳ୍ପ ଓ ଚମଡ଼ା କ୍ଷେତ୍ର ସହ ଜଡ଼ିତ ଲୋକମାନେ ମଧ୍ୟ ଲାଭବାନ ହେବେ ବୋଲି ସେ କହିଛନ୍ତି। 

Piyush Goyal