Advertisment

ସମସ୍ତଙ୍କ ପାଇଁ ଗୁରୁବାଣୀ, ଭଗୱନ୍ତ ମାନଙ୍କ ବିଲ୍‌ ପାସ୍‌

ଆଜି ବାଦବିବାଦ ମଧ୍ୟରେ ପଞ୍ଜାବ ବିଧାନସଭାରେ ଶିଖ ଗୁରୁଦ୍ୱାରସ(ସଂଶୋଧିତ) ବିଲ୍‌ ୨୦୨୩ ଗୃହୀତ ହୋଇଛି। ରାଜ୍ୟପାଳ ପାରିତ ବିଲ୍‌ ଉପରେ ମୋହର ମାରିବା କ୍ଷଣି ଏହା ଆଇନରେ ପରିଣତ ହେବ।

Bhagwant Mann

Bhagwant Mann

Advertisment

ଗୁରୁବାଣୀ ସମସ୍ତଙ୍କ ପାଇଁ ଓ ସମସ୍ତେ ଏହାକୁ ମାଗଣାରେ ଶୁଣି ପାରିବେ ଏବଂ ଦେଖିପାରିବେ। ଲୋକମାନେ ନିଜ ପସନ୍ଦର ଚ୍ୟାନେଲରେ ଗୁରୁବାଣୀର ସିଧାପ୍ରସାରଣର ଦୃଶ୍ୟ ଦେଖିବାକୁ ସକ୍ଷମ ହେବେ ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ କହିଛନ୍ତି।

Advertisment

ଆଜି ବାଦବିବାଦ ମଧ୍ୟରେ ପଞ୍ଜାବ ବିଧାନସଭାରେ ଶିଖ ଗୁରୁଦ୍ୱାରସ(ସଂଶୋଧିତ) ବିଲ୍‌ ୨୦୨୩ ଗୃହୀତ ହୋଇଛି। ରାଜ୍ୟପାଳ ପାରିତ ବିଲ୍‌ ଉପରେ ମୋହର ମାରିବା କ୍ଷଣି ଏହା ଆଇନରେ ପରିଣତ ହେବ।

ଶିଖ ଗୁରୁଦ୍ୱାରସ ଆକ୍ଟ ୧୯୨୫ରେ ସଂଶୋଧନ କରାଯାଇ ଗୋଟିଏ ସେକସନ ଯୋଡ଼ା ଯାଇଛି। ଏଥିରେ ଗୁରୁବାଣୀ ସମସ୍ତଙ୍କ ପାଇଁ ଓ ମାଗଣା ବୋଲି କୁହାଯାଇଛି। ୨୦୦୭ରୁ ବାଦଲ ପରିବାରର ମାଲିକାନାରେ ଥିବା ପିଟିସି ନେଟୱର୍କ ହିଁ ଗୁରୁବାଣୀ ପ୍ରସାରଣ କରିବାର ଅଧିକାର ନିଜ ପାଖରେ ରଖିଥିଲା। ଏଥିପାଇଁ ନେଟୱର୍କ ପକ୍ଷରୁ ଶିରମଣୀ ଗୁରୁଦ୍ୱାର ପ୍ରବନ୍ଧକ କମିଟି(ଏସ୍‌ଜିପିସି)କୁ ବର୍ଷକୁ ୨ କୋଟି ଟଙ୍କା ଦିଆଯାଉଥିଲା। ହରମନ୍ଦିର ସାହିବର ଦାୟିତ୍ୱ ଏସଜିପିସି ହାତରେ ରହିଛି।

Advertisment

ଆଜି ଗୁରୁବାଣୀକୁ ମାଗଣା କରିବା ପାଇଁ ଆଗତ ବିଲ୍‌ ଉପରେ ମାନ ପକ୍ଷ ରଖିବା ବେଳେ ବାଦଲ ପରିବାରକୁ ଟାର୍ଗେଟ କରିଥିଲେ। ସେ କହିଛନ୍ତି, “ମୋର କୌଣସି ନିଜସ୍ୱ ଚ୍ୟାନେଲ ନାହିଁ। ମୁଁ ମୋର ଚ୍ୟାନେଲକୁ ପ୍ରସାରଣ ଅଧିକାର ଦେବା ପାଇଁ କହୁନାହିଁ। ପିଟିସି ମଧ୍ୟ ଏହାକୁ ପ୍ରସାରଣ କରିପାରିବ। ଏଥିରେ କୌଣସି ପ୍ରକାରର ଅସୁବିଧା ନାହିଁ। ପିଟିସି ଭଳି ଅନ୍ୟ ଚ୍ୟାନେଲଗୁଡ଼ିକ ମଧ୍ୟ ଗୁରୁବାଣୀର ପ୍ରସାରଣ କରିପାରିବେ। ଏହା ସମସ୍ତଙ୍କ ପାଇଁ ମାଗଣା ହେବ। ଏହା ସତ୍ତ୍ୱେ ବାଦଲ ପରିବାର ସମସ୍ୟା କ’ଣ?

୧୧ ବର୍ଷ ହେଲାଣି ପିଟିସି ସିମରନ ଗୁରୁବାଣୀକୁ ପ୍ରସାରଣ କରୁଛି। ଏସଜିପିସି ଓ ପିଟିସି ମଧ୍ୟରେ ଏନେଇ ଚୁକ୍ତି ହୋଇଥିଲା। ଏହା ଜୁଲାଇ ୨୦୨୩ରେ ଶେଷ ହେବ। ଏହାପରେ ସବୁ ଚ୍ୟାନେଲ ଗୁରୁବାଣୀର ପ୍ରସାରଣ କରିପାରିବେ। ମାନ କହିଛନ୍ତି, “ଏହାକୁ କେହି ବି ବିରୋଧ କରିବା କଥା ନୁହେଁ। କାରଣ ପିଟିସି ଭଳି ଅନ୍ୟମାନେ ମଧ୍ୟ ପ୍ରସାରଣ କରିବାର ଅଧିକାର ପାଇବେ।”

ତେବେ ମାନଙ୍କ ଏପରି ବିଲ୍‌କୁ ବିରୋଧୀ ଓ ଏସ୍‌ଜିପିସି ବିରୋଧ କରିଛନ୍ତି। ଧାର୍ମିକ ପ୍ରସଙ୍ଗରେ ସରକାର ଅଯଥା ହସ୍ତକ୍ଷେପ କରୁଥିବା ଏସଜିପିସି କହିଥିବା ବେଳେ ଶିଖ ଗୁରୁଦ୍ୱାରସ ଆକ୍ଟ ୧୯୨୫ କେନ୍ଦ୍ର ସରକାରଙ୍କ ଆଇନ ଏବଂ ଏହାକୁ ରାଜ୍ୟ ସରକାର ସଂଶୋଧନ କରିପାରିବେ ନାହିଁ ବୋଲି ବିରୋଧୀ କହିଛନ୍ତି।

Bhagwant Mann Punjab
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe