Advertisment

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ୟୁସିସି ବୟାନ ପରେ ଆପ୍‌ର ଆଭିମୁଖ୍ୟକୁ ନେଇ ଉଠିଲା ପ୍ରଶ୍ନ

ଆପ୍‌ ଗୋଟିଏ ଧର୍ମନିରପେକ୍ଷ ଦଳ। କୌଣସି ସଂପ୍ରଦାୟର ସାମାଜିକ ନୀତି ଓ ପରମ୍ପରା ସହ ବୁଝାମଣା କରିବାକୁ ଦଳ ଉଦ୍ଦେଶ୍ୟ ରଖିନାହିଁ ବୋଲି ମାନ କହିଛନ୍ତି। ତାଙ୍କର ଏପରି ବୟାନ ପରେ ଆପ୍‌ ୟୁସିସି ସପକ୍ଷରେ ନା ବିପକ୍ଷରେ, ତା’କୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି।

Punjab

Punjab

Advertisment

ୟୁନିଫର୍ମ ସିଭିଲ କୋର୍ଡ(ୟୁସିସି) ପ୍ରସଙ୍ଗରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ବୟାନ ଦେବା ପରେ ନୂଆ ଟ୍ୱିଷ୍ଟ ଆସିଛି। ଦିଲ୍ଲୀ ଓ ପଞ୍ଜାବରେ କ୍ଷମତାସୀନ ଆପ୍‌ର ଆଭିମୁଖ୍ୟ ୟୁସିସିକୁ ନେଇ କ’ଣ, ତା’ ଉପରେ ପ୍ରଶ୍ନ ବି ଉଠିବାକ ଆରମ୍ଭ ହୋଇଛି। 

Advertisment

ଆପ୍‌ ଗୋଟିଏ ଧର୍ମନିରପେକ୍ଷ ଦଳ। କୌଣସି ସଂପ୍ରଦାୟର ସାମାଜିକ ନୀତି ଓ ପରମ୍ପରା ସହ ବୁଝାମଣା କରିବାକୁ ଦଳ ଉଦ୍ଦେଶ୍ୟ ରଖିନାହିଁ ବୋଲି ମାନ କହିଛନ୍ତି। ତାଙ୍କର ଏପରି ବୟାନ ପରେ ଆପ୍‌ ୟୁସିସି ସପକ୍ଷରେ ନା ବିପକ୍ଷରେ, ତା’କୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି।

ମାନଙ୍କ ପୂର୍ବରୁ ଆପ୍‌ର ବରିଷ୍ଠ ନେତା ସନ୍ଦୀପ ପାଠକ ନୀତିଗତ ଭାବେ ୟୁସିସିକୁ ଆପ୍‌ ସମର୍ଥନ କରୁଛି ବୋଲି ସେ କହିଥିଲେ। ଗତ ସପ୍ତାହରେ ପାଠକ କହିଥିଲେ ଯେ “ନୀତିଗତ ଭାବେ ଆମେ ୟୁନିଫର୍ମ ସିଭିଲ କୋର୍ଡକୁ ସମର୍ଥନ କରୁଛୁ। ସମ୍ବିଧାନର ଧାରା ୪୪ରେ ମଧ୍ୟ ଏହାର ବ୍ୟବସ୍ଥା ରହିଛି। କିନ୍ତୁ ଏହି ପ୍ରସଙ୍ଗ ସବୁ ସଂପ୍ରଦାୟର ସହ ଜଡ଼ିତ ରହିଥିବାରୁ ଏହାକୁ ନେଇ ବିସ୍ତୃତ ଭାବେ ସବୁ ପକ୍ଷଙ୍କ ସହ କଥା ହେବାର ଆବଶ୍ୟକ ରହିଛି। ସହମତି ଭିତ୍ତିରେ ଏହାକୁ କାର୍ଯ୍ୟକାରୀ କରିବା ଦରକାର।”

Advertisment

ଆଜି ପଞ୍ଜାବ ମୁଖ୍ୟମନ୍ତ୍ରୀ ମାନଙ୍କୁ ୟୁନିଫର୍ମ ସିଭିଲ କୋଡ ସମ୍ପର୍କରେ ପଚରା ଯାଇଥିଲା। ଏହାର ଉତ୍ତରରେ ସେ କହିଛନ୍ତି ଯେ “ଦେଶର ବିଭିନ୍ନ ସଂପ୍ରଦାୟର ଲୋକ ଭିନ୍ନଭିନ୍ନ ରୀତିନୀତିକୁ ଅନୁସରଣ କରନ୍ତି। ଭାରତ ଗୋଟିଏ ଫୁଲତଡ଼ା ଭଳି।

କ’ଣ ଫୁଲତୋଡ଼ାରେ ଗୋଟିଏ ରଙ୍ଗ ରହିବ? ପ୍ରତି ଧର୍ମର ନିଜସ୍ୱ ସଂସ୍କୃତି ଓ ପରମ୍ପରା ରହିଛି। ତେଣୁ ସବୁଥିରେ ସହମତି ଆବଶ୍ୟକ। ମୁଁ ବୁଝିପାରୁନି ସେମାନେ ଏପରି ରୀତିନୀତିକୁ କାହିଁକି ବଦଳାଇବାକୁ ଚାହୁଁଛନ୍ତି? ସଂପ୍ରଦାୟଗୁଡ଼ିକୁ ଜନଜାତି ଭଳି ଭାଗଭାଗ କରନ୍ତୁ ନାହିଁ।”

ତେବେ ୟୁସିସିକୁ ନେଇ ଆପ୍‌ର ଭିନ୍ନଭିନ୍ନ ମତ ଉପରେ ଶିରମଣୀ ଅକାଳୀ ଦଳ ପ୍ରଶ୍ନ ଉଠାଇଛନ୍ତି। ପୂର୍ବରୁ ୟୁସିସିକୁ ସମର୍ଥନ କରିଥିବାରୁ ଆପ୍‌କୁ ଅକାଳୀ ଦଳ ତୀବ୍ର ସମାଲୋଚନା କରିଥିଲା। ଏବେ ଦଳ ବିରୋଧ ପାଇଁ ମଧ୍ୟ ଆପର ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛି।

ଅକାଳୀ ଦଳର ନେତା ଦଲଜିତ ଏସ୍‌ ଚୀମା କହିଛନ୍ତି, “ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଏବେ ଆପ୍‌ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କୁ ଦଳ ଆଭିମୁଖ୍ୟ ୟୁସିସିକୁ ନେଇ କ’ଣ, ସେକଥା ସ୍ପଷ୍ଟ କରିବାକୁ କୁହନ୍ତୁ। ଏଥିସହ ଏପରି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ଆପ୍‌ର ଦୋମୁହାଁ ନୀତି ବନ୍ଦ ହେଉ।

ରାଜ୍ୟସଭାରେ ଆପ୍‌ ୟୁସିସି ସପକ୍ଷରେ ଭୋଟ ଦେବାକୁ ଚାହୁଁଥିବା ବେଳେ ପଞ୍ଜାବରେ ଦଳ ଏହା ବିରୋଧରେ ଥିବା ଦେଖାଇ ହେବା ପାଇଁ ମାନ୍‌ ପଞ୍ଜାବୀମାନଙ୍କୁ ବୋକା ବନାଉଛନ୍ତି।”

AAP Uniform Civil Code
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe