Advertisment

ଟାଇଫଏଡ୍‌ ଟିକା ବଜାରରୁ ଫେରାଇ ନେଲା ଭାରତ ବାୟୋଟେକ

ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ(ସିଡିଏସ୍‌ସିଓ) ଟିକାର ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠାଇଥିଲା। ଏହାପରେ କମ୍ପାନୀ ପକ୍ଷରୁ ଟାଇ‍ଫଏଡ୍‌ ଟିକାକୁ ଫେରାଇ ନିଆଯାଉଛି।

Bharat Biotech

Bharat Biotech

Advertisment

ହାଇଦ୍ରାବାଦ ଭିତ୍ତିକ ଫାର୍ମା କମ୍ପାନୀ ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା ଟାଇଫଏଡ ଟିକାର ଗୋଟିଏ ବ୍ୟାଚ୍‌କୁ ବଜାରରୁ ଫେରାଇ ନେବା ପ୍ରକ୍ରିୟା ଆରମ୍ଭ ହୋଇଛି। ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ(ସିଡିଏସ୍‌ସିଓ) ଟିକାର ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠାଇଥିଲା। ଏହାପରେ କମ୍ପାନୀ ପକ୍ଷରୁ ଟାଇ‍ଫଏଡ୍‌ ଟିକାକୁ ଫେରାଇ ନିଆଯାଉଛି।

Advertisment

ଭାରତ ବାୟୋଟେକର ଜଣେ ପ୍ରତିନିଧି କହଛନ୍ତି, “କମ୍ପାନୀ TYPBAR batch # 54A22001A ଟାଇଫଏଡା ଟିକାକୁ ଫେରାଇ ଆଣିବାର ପ୍ରକ୍ରିୟା ଆରମ୍ଭ କରିଛି। ଏ ସମ୍ପର୍କରେ ବିତରଣ ସଂସ୍ଥାଗୁଡ଼ିକୁ ମଧ୍ୟ ଜଣାଇ ଦିଆଯାଇଛି।”

ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା ଗୋଟିଏ ବ୍ୟାଚ୍‌ ଟାଇଫଏଡ ଟିକାରେ O-acetyl ସ୍ତର ଆଦୌ ସନ୍ତୋଷଜନକ ନଥିଲା। ଏହାକୁ ନେଇ ସିଡିଏସ୍‌ସିଓ ସତର୍କ ସୂଚନା ଜାରି କରିଥିଲା। ଏହାର ଗୁଣବତ୍ତା ଉପରେ ମଧ୍ୟ ପ୍ରଶ୍ନ ଉଠିଥିଲା। ସିଡିଏସ୍‌ସିଓର ଏପରି ଆଭିମୁଖ୍ୟ ପରେ କମ୍ପାନୀ ଉକ୍ତ ବ୍ୟାଚ୍‌ ଟିକାକୁ ଫେରାଇ ନେଇଛି।

Advertisment

ତେବେ ଏହି ବ୍ୟାଚ୍‌ ଟିକା ଯୋଗୁ ଦେଶର କୌଣସି ବି ସ୍ଥାନରେ ପାର୍ଶ୍ୱପ୍ରତିକ୍ରିୟା କିମ୍ବା ସୁରକ୍ଷା ଜନିତ ପ୍ରସଙ୍ଗ ସାମ୍ନାକୁ ଆସିନାହିଁ।

Bharat Biotech Vaccine
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe