Advertisment

ଭାରତ ବାୟୋଟେକ୍‌ ପକ୍ଷରୁ କୋଭିଡ୍‌ ନାଜାଲ ଟିକା ଲଞ୍ଚ

ଏଥିପାଇଁ ଭାରତ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ପରୀକ୍ଷା ନୀରିକ୍ଷା ପରେ ଅନୁମତି ପ୍ରଦାନ କରାଯାଇଛି।

Covid vaccine iNCOVACC

Covid vaccine iNCOVACC

Advertisment

ନୂଆ ନୂଆ ଭ୍ୟାରିଆଣ୍ଟର ରୂପ ନେଇ ଆତଙ୍କ ସୃଷ୍ଟି କରୁଥିବା କୋଭିଡ୍‌ ମହାମାରୀର ମୁକାବିଲା ପାଇଁ ବଜାରକୁ ଆସିଛି ଆଉ ଏକ ଅସ୍ତ୍ର। ନୂଆ ଭ୍ୟାରିଆଣ୍ଟ SARS-CoV-2କୁ ମାତ୍‌ ଦେବ ନାଜାଲ ଭ୍ୟାକ୍ସିନ୍‌। ଏହିପରିପ୍ରେକ୍ଷୀରେ  ଭାରତ ବାୟୋଟେକ୍‌ ପକ୍ଷରୁ  କୋଭିଡ ନାଜାଲ ଟିକା iNCOVACC ଲଞ୍ଚ କରାଯାଇଛି। ସୋମବାର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ଏବଂ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂହ ଏହି ନାଜାଲା ଭ୍ୟାକ୍ସିନ୍‌କୁ ଲଞ୍ଚ କରିଛନ୍ତି ।  ନୂଆ ଭ୍ୟାରିଆଣ୍ଟ SARS-CoV-2 ବିରୋଧରେ ଏହା ଦେଶର ପ୍ରଥମ ନାଜାଲ ଟିକା। ସ୍ୱେଦେଶୀ ନିର୍ମିତ ଏହି ଭ୍ୟାକ୍ସିନକୁ ସରକାରୀ ଡାକ୍ତରଖେନାରେ  ଟିକା ପିଛା ୩୨୫ ଟଙ୍କା ଏବଂ ଘରୋଇ ଭାବେ ୮୦୦ ଟଙ୍କାରେ ବିକ୍ରି ନେଇ ଡିସେମ୍ବରରେ ଭାରତ ବାୟୋଟେକ୍ ପକ୍ଷରୁ ଘୋଷଣା କରାଯାଇଥିଲା। ଏହି ଟିକାକୁ ସହଜରେ ଦିଆଯାଇପାରିବ।

Advertisment

ଏଥିପାଇଁ ଭାରତ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ପରୀକ୍ଷା ନୀରିକ୍ଷା ପରେ ଅନୁମତି ପ୍ରଦାନ କରାଯାଇଛି। ଉଭୟ କୋଭାକ୍ସିନ ବା କୋଭିସିଲ୍ଡର ଦୁଇଟି ଡୋଜ ନେଇ ସାରିଥିବା ବ୍ୟକ୍ତି ତୃତୀୟ ଡୋଜ ଭାବେ ଇନକୋଭାକକୁ ନେଇ ପାରିବେ। କୋଭିଡ଼ ସଂକ୍ରମିତ ରୋଗୀଙ୍କ କ୍ଷେତ୍ରରେ ଏଣିକି ଇନକୋଭାକକୁ ଜରୁରୀକାଳୀନ ଭାବେ ବ୍ୟବହାର କରାଯାଇପାରିବ। ରୋଗୀ କୌଣସି ଯନ୍ତ୍ରଣା ନପାଇ ସହଜରେ ଏହି ନାଜାଲ ଭାକ୍ସିନକୁ ନେଇ ପାରିବେ। ଏହା ଏବେ କୋ-ୱିନ ଆପରେ ଉପଲବ୍ଧ ରହିଛି। ଯାହାର ମୂଲ୍ୟ ୮୦୦ଟଙ୍କା ସ୍ଥିର କରାଯାଇଛି। ସେହିପରି ସରକାରୀ ହସ୍ପିଟାଲରୁ ଲୋକେ ଏହି ଭାକ୍ସିନକୁ ମାତ୍ର ୩୨୫ଟଙ୍କାରେ ସହଜରେ କିଣି ପାରିବେ। ଏହାକୁ ୧୮ବର୍ଷରୁ ଊର୍ଧ୍ବ ଲୋକ ନେଇପାରିବେ। ନାକରେ ଦିଆଯାଉଥିବା ଏହି ଭାକ୍ସିନ ବୁଷ୍ଟର ଡୋଜ ଭାବେ କାମ କରିବ।

ଏହା ଦେଶରେ କୋଭିଡ ଟିକାକରଣ ଅଭିଯାନକୁ ଆଗେଇ ନେବାରେ ସହାୟକ ହେବ। ଇନଜେକସନରେ ଦିଆଯାଉଥିବା ଭାକ୍ସିନ ତୁଳନାରେ ନାଜାଲ ଭାକ୍ସିନ ଭଲ ବୋଲି ବିବେଚନା କରାଯାଉଛି। ନାକ ରନ୍ଧ୍ର ଦେଇ ପ୍ରବେଶ କରୁଥିବା କୋଭିଡ ଭୁତାଣୁକୁ ଏହି ଟିକା ଦ୍ୱାରା ରୋକା ଯାଇପାରିବ। ତେବେ ଯେଉଁ ବ୍ୟକ୍ତିମାନେ କୋଭିନ ଭାକ୍ସିନର ଦ୍ୱିତୀୟ ଡୋଜ ନେଇଛନ୍ତି, ସେମାନେ ୬ମାସ ପରେ ଇନକୋଭାକକୁ ନେଇ ପାରିବେ ବୋଲି କୁହାଯାଇଛି। 

Advertisment
COVID-19
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe