Advertisment

ସୁରକ୍ଷା ତ୍ରୁଟି ପାଇଁ ୨୦ ମିନିଟ୍‌ ବନ୍ଦ ରହିଲା ଭାରତ ଯୋଡ଼ୋ ଯାତ୍ରା

ଯାତ୍ରାକୁ ୨୦ ମିନିଟ ବନ୍ଦ କରାଯାଇଥିଲା ଓ ରାହୁଲ ଗାନ୍ଧି ଗୋଟିଏ କାର୍‌ ଯୋଗେ ଘଟଣାସ୍ଥଳରୁ ମଧ୍ୟ ଚାଲି ଯାଇଥିଲେ।

author-image
Hemant Lenka
Rahul Gandhi

Rahul Gandhi

ଜମ୍ମୁ-କଶ୍ମୀରରେ ଚାଲିଥିବା ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରା ବେଳେ ହାଇଡ୍ରାମା ଦେଖିବାକୁ ମିଳିଛି। କଶ୍ମୀରର ବାନିହାଲ ଅନ୍ତର୍ଗତ କ୍ୱାଜିଗୁଣ୍ଡ ନିକଟରେ ରାହୁଲ ଗାନ୍ଧିଙ୍କ ସୁରକ୍ଷାରେ ତ୍ରୁଟି ହୋଇଥିବା ଅଭିଯୋଗ କରିଛନ୍ତି ବରିଷ୍ଠ ନେତା କେସି ଭେନୁଗୋପାଲ। ତାଙ୍କ ଅଭିଯୋଗ ପରେ ଯାତ୍ରାକୁ ୨୦ ମିନିଟ ବନ୍ଦ କରାଯାଇଥିଲା ଓ ରାହୁଲ ଗାନ୍ଧି ଗୋଟିଏ କାର୍‌ ଯୋଗେ ଘଟଣାସ୍ଥଳରୁ ମଧ୍ୟ ଚାଲି ଯାଇଥିଲେ। ତେବେ ସବୁ କିଛି ଠିକଠାକ ହେବା ପରେ ପୁଣିଥରେ ରାହୁଲ ଗାନ୍ଧି ଆଣ୍ଡ କୋ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ କରିଛନ୍ତି।

Advertisment

କଂଗ୍ରେସ କହିଛି ଯେ “ପ୍ରଶାସନ ପକ୍ଷରୁ ଉପଯୁକ୍ତ ସୁରକ୍ଷା ଯୋଗାଇ ଦିଆଯାଇ ନଥିଲା। ଏଥିପାଇଁ ପଦଯାତ୍ରାକୁ କିଛି ସମୟ ବନ୍ଦ ରଖାଯାଇଥିଲେ। କୌଣସି ସୁରକ୍ଷା ବ୍ୟବସ୍ଥା ନଥିବାରୁ ରାହୁଲ ଗାନ୍ଧିଙ୍କୁ ଆମେ ଆଗକୁ ଛାଡ଼ି ନଥିଲୁ। ସେ ଯିବାକୁ ଚାହିଁଥିଲେ ବି ଆମେ ମନା କରିଥିଲୁ। ଶେଷରେ ବରିଷ୍ଠ ସୁରକ୍ଷା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିବା ପରେ ପୁଣି ଯାତ୍ରା ଆରମ୍ଭ କରାଯାଇଛି।”

ଆଜି କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରାରେ ଏନସି ନେତା ଓମାର ଅବଦୁଲ୍ଲା ସାମିଲ ହୋଇଥିଲେ। ସେ ରାମବନ ଜିଲ୍ଲାରେ ଥିବା ବାନିହାଲରୁ ରାହୁଲଙ୍କ ସହ ପାଦରେ ପାଦ ମିଶାଇ ଚାଲିଥିଲେ। ସେ ପ୍ରାୟ ୨ କିମି ବାଟ ଚାଲି ଚାଲି ଯାଇଥିଲେ। ଅବଦୁଲ୍ଲାଙ୍କ ବ୍ୟତୀତ ଏନସିର ପ୍ରଦେଶ ସଭାପତି ନାସିର ଅସଲମ ୱାନି ଓ ବରିଷ୍ଠ ନେତା ସକୀନାଙ୍କୁ ମଧ୍ୟ ଭାରତ ଯୋଡ଼ୋ ଯାତ୍ରାରେ ଦେଖିବାକୁ ମିଳିଛି।

Advertisment

ଭାରତ ଯୋଡ଼ୋ ଯାତ୍ରା ଆଜି ସକାଳୁ କ୍ୱାଜିଗୁଣ୍ଡ ନିକଟରେ ଥିବା ପୁରୁଣା ରାଜପଥରୁ ଆରମ୍ଭ ହୋଇଥିଲା। ବାନିହାଲ ଓ କ୍ୱାଜିଗୁଣ୍ଡ ଦେଇ ଯାତ୍ରା ଆଜି କଶ୍ମୀରର ଅନ୍ତନାଗ ଅନ୍ତର୍ଗତ ଖାନାବାଲ ଅଞ୍ଚଳରେ ପହଞ୍ଚିବ।

Congress Rahul Gandhi Bharat Jodo Yatra