Advertisment

ମରଣୋତ୍ତର ଭାବେ ୪ ଜଣଙ୍କୁ ଭାରତ ରତ୍ନ ପ୍ରଦାନ

ଚଳିତ ବର୍ଷ ଭାରତ ରତ୍ନ ସମ୍ମାନ ପାଇଁ ପାଞ୍ଚ ଜଣଙ୍କ ନାମ ଘୋଷଣା ହୋଇଛି...

Bharat Ratna conferred

Bharat Ratna conferred

Advertisment

ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯାଇଛି। ଚଳିତ ବର୍ଷ ପାଇଁ ମନୋନୀତ ବିଶିଷ୍ଟ ବ୍ୟକ୍ତିଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତ ରତ୍ନ ସମ୍ମାନ ପ୍ରଦାନ କରିଛନ୍ତି।

Advertisment

ଚଳିତ ବର୍ଷ ଭାରତ ରତ୍ନ ସମ୍ମାନ ପାଇଁ ପାଞ୍ଚ ଜଣଙ୍କ ନାମ ଘୋଷଣା ହୋଇଥିବା ବେଳେ ଆଜି ୪ ଜଣଙ୍କୁ ମରଣୋତ୍ତର ଭାବେ ଭାରତ ରତ୍ନ ପ୍ରଦାନ କରାଯାଇଛି। ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ପରବର୍ତ୍ତୀ ସମୟରେ ଭାରତ ରତ୍ନ ପ୍ରଦାନ କରାଯିବ।

ମରଣୋତ୍ତର ଭାବେ ସମ୍ମାନ ପାଇଥିବା ଚାରି ବିଶିଷ୍ଟ ବ୍ୟକ୍ତି ହେଉଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣସିଂହ ଓ ପିଭି ନରସିଂହା ରାଓ, କୃଷି ବୈଜ୍ଞାନିକ ତଥା ଶବୁଜ ବିପ୍ଳବ ଜନକ ଏମ୍‌ ଏସ୍‌ ସ୍ୱାମୀନାଥନ ଏବଂ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସ୍ୱାଧୀନତା ସଂଗ୍ରାମୀ କର୍ପୁରୀ ଠାକୁର।

Advertisment
Bharat Ratna Droupadi Murmu President Chaudhary Charan Singh Karpoori Thakur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe