ନୂଆ ଆଇନ, ଦୋଷ ମାନିଲେ କମ ଦଣ୍ଡ !

କୌଣସି ବ୍ୟକ୍ତି ୩୦ ଦିନ ମଧ୍ୟରେ ନିଜର ଅପରାଧକୁ ସ୍ୱୀକାର କରୁଛନ୍ତି, ତା’ହେଲେ ସେମାନଙ୍କୁ ଅପେକ୍ଷାକୃତ କମ ଦଣ୍ଡ ଦିଆଯିବ।

Manoj Swain
  • Published: Thursday, 21 December 2023
  • Updated: 21 December 2023, 11:26 AM IST

Sports

Latest News

ଦେଶରେ ପ୍ରଚଳିତ ଅପରାଧିକ ଆଇନରେ ହୋଇଛି ପରିବର୍ତ୍ତନ। ଏଣିକି ଦେଶରେ ଆଇପିସି, ସିଆରପିସି ଓ ଆଇଇଏ ବଦଳରେ ୩ ନୂଆ ଆଇନ ଲାଗୁ ହେବ। ୧୮୬୦ ମସିହାରୁ ପ୍ରଚଳିତ ଆଇପିସି ବଦଳରେ ଏବେ ଭାରତୀୟ ନ୍ୟାୟ ସଂହିତା, ସିଆରପିସି ବଦଳରେ ଭାରତୀୟ ନାଗରିକ ସୁରକ୍ଷା ଓ ଭାରତୀୟ ପ୍ରମାଣ ଆଇନ ୧୮୭୨ (ଆଇଇଏ) ବଦଳରେ ଭାରତୀୟ ସାକ୍ଷ୍ୟ ଆଇନ ଲାଗୁ କରାଯିବ। ଏ ସମ୍ପର୍କିତ ୩ଟି ଯାକ ବିଲ୍‌ ରାଜ୍ୟସଭା ପରେ ଲୋକସଭାରେ ପାରିତ ହୋଇଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos