ଦେଶରେ ପ୍ରଚଳିତ ଅପରାଧିକ ଆଇନରେ ହୋଇଛି ପରିବର୍ତ୍ତନ। ଏଣିକି ଦେଶରେ ଆଇପିସି, ସିଆରପିସି ଓ ଆଇଇଏ ବଦଳରେ ୩ ନୂଆ ଆଇନ ଲାଗୁ ହେବ। ୧୮୬୦ ମସିହାରୁ ପ୍ରଚଳିତ ଆଇପିସି ବଦଳରେ ଏବେ ଭାରତୀୟ ନ୍ୟାୟ ସଂହିତା, ସିଆରପିସି ବଦଳରେ ଭାରତୀୟ ନାଗରିକ ସୁରକ୍ଷା ଓ ଭାରତୀୟ ପ୍ରମାଣ ଆଇନ ୧୮୭୨ (ଆଇଇଏ) ବଦଳରେ ଭାରତୀୟ ସାକ୍ଷ୍ୟ ଆଇନ ଲାଗୁ କରାଯିବ। ଏ ସମ୍ପର୍କିତ ୩ଟି ଯାକ ବିଲ୍ ରାଜ୍ୟସଭା ପରେ ଲୋକସଭାରେ ପାରିତ ହୋଇଛି।