Advertisment

ପଳାତକଙ୍କ ଉପରେ ଲାଗିବ ଲଗାମ! ଆସିଲା ଭାରତପୋଲ୍‌

ଏହି ପୋର୍ଟାଲ ଜରିଆରେ ଏବେ ଦେଶ ଛାଡି ବିଦେଶକୁ ପଳାୟନ କରୁଥିବା ଅପରାଧୀଙ୍କୁ ଫେରାଇ ଆଣିବା ସହଜ ହେବ।

Bharatpol

Bharatpol

Advertisment

ମୋଷ୍ଟ ଓ୍ୱାଣ୍ଟେଡ୍‌ ଓ ପଳାତକଙ୍କ ଉପରେ ଏବେ ଲାଗିବ ଲଗାମ। ଦେଶ ଛାଡି ବିଦେଶକୁ ପଳାୟନ କରୁଥିବା ଅପରାଧୀଙ୍କୁ ଆଉ ମିଳିବନି ତ୍ରାହି। ଏହି ଅପରାଧୀଙ୍କୁ ଧରିବା ହେବ ସହଜ। ଏଥିପାଇଁ ଏକ ପୋର୍ଟାଲ ଲଞ୍ଚ ହୋଇଛି। ଏହାର ନାଁ ରହିଛି ଭାରତପୋଲ। ଏହାକୁ ଗୃହମନ୍ତ୍ରୀ ଅମିତ ଶାହ ଲଞ୍ଚ କରିଛନ୍ତି।

Advertisment

ଦେଶ ଛାଡି ବିଦେଶକୁ ପଳାୟନ କରୁଥିବା ଅପରାଧୀଙ୍କୁ ଫେରାଇ ଆଣିବା ସହଜ ନୁହେଁ। ସେମାନଙ୍କୁ ଫେରାଇ ଆଣିବାକୁ, ଅନେକ ପାମ୍ପଡ ବେଲିବାକୁ ପଡେ। ଏହା ଏକ ବଡ଼ ଆହ୍ୱାନ। ଏଜେନ୍ସିଗୁଡିକ ଏଥିପାଇଁ ଇଣ୍ଟରପୋଲର ସାହାଯ୍ୟ ନେବାକୁ ପଡିଥାଏ। କିନ୍ତୁ ବର୍ତ୍ତମାନ ଭରତପୋଲ ପୋର୍ଟାଲ ଏହି କାମକୁ ଅତି ସହଜ କରିବ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଭାରତ ମଣ୍ଡପମରେ ଭରତପୋଲ ପୋର୍ଟାଲର ଉଦଘାଟନ କରିଛନ୍ତି।

ଭାରତପୋଲ ହେଉଛି ଏକ ସାଧାରଣ ପୋର୍ଟାଲ। ଏହି ପୋର୍ଟାଲ ମାଧ୍ୟମରେ ଯେକୌଣସି ପ୍ରକାର ଆତଙ୍କବାଦୀ ଘଟଣା, ଗୁରୁତର ଅପରାଧ, ନାର୍କୋ ଓ ସାଇବର ଅପରାଧରେ ଓ୍ୱାଣ୍ଟେଡ ଅପରାଧୀଙ୍କ ନିକଟରେ ପହଞ୍ଚିବା ସହଜ ହେବ। ଏହି ପୋର୍ଟାଲରେ ସିବିଆଇ, ଇଡି, ଏନଆଇଏ ଏବଂ ସମସ୍ତ ରାଜ୍ୟର ପୁଲିସ ଭଳି ସମସ୍ତ ଅନୁସନ୍ଧାନକାରୀ ସଂସ୍ଥା ସାମିଲ ହେବେ। ଏମାନେ ପରସ୍ପର ସହ କନେକ୍ଟେଡ୍‌ ରହିବେ।

Advertisment

ଏହି ପୋର୍ଟାଲ ଆରମ୍ଭ କରିବାର ଉଦ୍ଦେଶ୍ୟ ହେଉଛି ଇଣ୍ଟରପୋଲ ସହିତ ଭାରତୀୟ ସୁରକ୍ଷା ଏଜେନ୍ସିର ସମନ୍ୱୟକୁ ସହଜ କରିବା। ବର୍ତ୍ତମାନ ରାଜ୍ୟଗୁଡିକର ପୁଲିସ ମଧ୍ୟ ଏହାର ଲାଭ ଉଠାଇ ପାରିବେ। ଏହି ପୋର୍ଟାଲ ମାଧ୍ୟମରେ ସେମାନେ କୌଣସି ଅପରାଧୀଙ୍କ ବିଷୟରେ ସୂଚନା ପାଇଁ ସିଧାସଳଖ ଇଣ୍ଟରପୋଲକୁ ଅନୁରୋଧ କରିପାରିବେ। ପୂର୍ବରୁ ରାଜ୍ୟମାନଙ୍କୁ ଏଥିପାଇଁ ପ୍ରଥମେ ସିବିଆଇକୁ ଆବେଦନ କରିବାକୁ ପଡୁଥିଲା। ସିବିଆଇ ଏହାକୁ ଇଣ୍ଟରପୋଲକୁ ପଠାଉଥିଲା। କିନ୍ତୁ ବର୍ତ୍ତମାନ ଏହି କାର୍ଯ୍ୟକୁ ସିଧାସଳଖ କରାଯିବ।

ସାଧାରଣତଃ ରୂପେ ଓ୍ୱାଣ୍ଟେଡ୍‌ ଅପରାଧୀମାନେ ଆତଙ୍କବାଦୀ କାର୍ଯ୍ୟକଳାପ, ସାଇବର ଅପରାଧ, ବ୍ୟାଙ୍କ ଠକେଇ ଇତ୍ୟାଦି ଯେକୌଣସି ପ୍ରକାର ଅପରାଧ କରି ଦେଶ ଛାଡି ବିଦେଶ ପଳାୟନ କରନ୍ତି। ସେଠାରେ ବସି ଭାରତ ବିରୋଧରେ ରଚନ୍ତି ଷଡ଼ଯନ୍ତ୍ର। ଏହାର ସଦ୍ୟତମ ଉଦାହରଣ ହେଉଛି ଗ୍ୟାଙ୍ଗଓ୍ୱାର। ଗୋଲ୍ଡି ବ୍ରାର, ରୋହିତ ଗୋଦାରା ଭଳି ବଡ଼ ବଡ଼ ଗ୍ୟାଙ୍ଗଷ୍ଟରମାନେ କେବେ କାନାଡା ତ ଆଉ କେବେ ଆମେରିକାରୁ ଭାରତରେ ଗ୍ୟାଙ୍ଗଓ୍ୱାର କରାନ୍ତି। ଏବେ ଏମାନଙ୍କ ଉପରେ ଏହି ଭାରତପୋଲ ପୋର୍ଟଲ ଜରିଆରେ ଲଗାମ ଲଗାଇ ହେବ।

CBI Amit Shah Bharatpol Portal Interpol
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe