Advertisment

ହୃଦୟ ବିଦାରକ, ଟ୍ରାକ୍ଟର ଚକା ତଳେ ଯୁବକଙ୍କୁ ୮ଥର ଦଳି ହତ୍ୟା

ଏହି ପୂରା ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

author-image
Madhupriya Mistry
Young man death

Young man death

ମଣିଷରୁ ପାଲଟି ଗଲେ ପଶୁ। ଅତି ନିର୍ମମ ଭାବେ ଯୁବକଙ୍କୁ କଲେ ହତ୍ୟା। ଜଣେ ଯୁବକଙ୍କୁ ଟ୍ରାକ୍ଟର ଚକା ତଳେ ବାରମ୍ବାର ଦଳି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ରାଜସ୍ଥାନ ଭରତପୁରର ବାଇନା ଅଞ୍ଚଳରୁ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି।

Advertisment

ରାଜସ୍ଥାନର ଭରତପୁର ଜିଲ୍ଲାର ବୟନା ଅଞ୍ଚଳରେ ବାହାଦୁର ଓ ଅତର ସିଂହ ଗୁଜର ଗୋଷ୍ଠୀ ମଧ୍ୟରେ ଦୀର୍ଘ ଦିନ ହେବ ବିବାଦ ଲାଗି ରହିଥିଲା। ପ୍ରାୟ ଚାରି ଦିନ ପୂର୍ବେ ସଦର ପୁଲିସ ଷ୍ଟେସନରେ ଉଭୟ ପକ୍ଷ ପରସ୍ପର ବିରୋଧରେ ମାମଲା ଦାୟର କରିଥିଲେ। ହେଲେ ବୁଧବାର ସକାଳେ ଉଭୟ ପକ୍ଷର ଲୋକମାନେ ସମାନ ବିବାଦକୁ ନେଇ ପୁଣି ଥରେ ମୁହାଁମୁହିଁ ହୋଇଥିଲେ। ଏହି ବିବାଦରେ ବାହାଦୁର ପକ୍ଷରୁ ଜଣେ ବ୍ୟକ୍ତି ଟ୍ରାକ୍ଟର ନେଇ ବିବାଦୀୟ ଜମିରେ ପହଞ୍ଚିଥିଲେ। ଅତର ସିଂହଙ୍କ ପରିବାର ଲୋକେ ମଧ୍ୟ ଘଟଣାସ୍ଥଳରେ ଥିଲେ।

ତେବେ ଉଭୟ ପକ୍ଷ ମଧ୍ୟରେ ବିବାଦ ବଢ଼ି ଚାଲିବା ପରେ ଅତର ସିଂହ ଗୁଜରଙ୍କ ପୁଅ ନିରପତ ଟ୍ରାକ୍ଟରକୁ ଅଟକାଇବା ପାଇଁ ଚକା ତଳେ ଶୋଇ ପଡ଼ିଥିଲେ। କିନ୍ତୁ ନିର୍ଦ୍ଦୟ ଟ୍ରାକ୍ଟର ଡ୍ରାଇଭର ନିରପତ ଉପରେ ସର୍ବସମ୍ମୁଖରେ ଟ୍ରାକ୍ଟର ଚଢ଼ାଇ ଦେଇଥିଲେ। ଥରେ ନୁହେଁ ୮ ଥର ନିରପତଙ୍କୁ ଟ୍ରାକ୍ଟର ଚକା ତଳେ ଚାପି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ନିରପତଙ୍କ ଘର ଲୋକେ ତାଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଛନ୍ତି। ଏହି ପୂରା ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଏହି ମାମଲାରେ ସଦର ପୁଲିସ ଷ୍ଟେସନର ଏସ୍‌ଏଚ୍‌ଓ ଜୟପ୍ରକାଶ ପରମାର କହିଛନ୍ତି ଯେ ଦୀର୍ଘ ଦିନ ଧରି ବାହାଦୁର ଗୁଜର୍‌ ଏବଂ ଅତର ସିଂହ ଗୁଜର୍‌ ମଧ୍ୟରେ ଜମିକୁ ନେଇ ବିବାଦ ଲାଗି ରହିଛି। ଏହି ବିବାଦ ସମ୍ପର୍କରେ ବୁଧବାର ସକାଳ ପ୍ରାୟ ୮ଟା ସମୟରେ ଉଭୟ ପକ୍ଷ ପୁନର୍ବାର ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷ ପରସ୍ପର ଉପରେ ଟେକ ଓ ପଥର ଫିଙ୍ଗିଥିଲେ। ଏହି ଝଗଡା ସମୟରେ ୩୫ ବର୍ଷିୟ ନିରପତ ଗୁଜରଙ୍କୁ ହତ୍ୟା କରାଯାଇଛି। ଏହି ମାମଲାରେ କିଛି ଲୋକଙ୍କୁ ଅଟକ ରଖାଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ପୁଲିସ କହିଛି।

Murder Rajasthan