Advertisment

ରାହୁଲ ଗାନ୍ଧୀଙ୍କୁ ସମର୍ଥନ କଲେ ରାକେଶ ଟିକାୟତ

ଏକଦା ତିନି କୃଷି ବିଲକୁ ବିରୋଧ କରି ଦୀର୍ଘ ମାସ ହେବ ଧାରଣା ଦେଇଥିଲେ ରାକେଶ ଟିକାୟତ।

author-image
Madhupriya Mistry
RakeshTikait and Rahul Gandhi

RakeshTikait and Rahul Gandhi

ଭାରତୀୟ କିଷାନ ୟୁନିଅନର ନେତା ରାକେଶ ଟିକାୟତ ରାହୁଲ ଗାନ୍ଧୀଙ୍କୁ ସମର୍ଥନ କରିଛନ୍ତି। ମାନହାନୀ ମାମଲାରେ ନ୍ୟାୟଳୟ ଦ୍ୱାରା ଦଣ୍ଡିତ ହେବା ପରେ ରାହୁଲ ଗାନ୍ଧୀ ସାଂସଦ ପଦ ହରାଇଛନ୍ତି। ଏବେ ଏହାକୁ ଅନ୍ୟାୟ କହି ରାହୁଲଙ୍କୁ ସମର୍ଥନ କରିଛନ୍ତି ଟିକାୟତ। ଯିଏକି ଏକଦା ତିନି କୃଷି ବିଲକୁ ବିରୋଧ କରି ଦୀର୍ଘ ମାସ ହେବ ଧାରଣା ଦେଇଥିଲେ।

Advertisment

ଭାରତୀୟ କିଷାନ ୟୁନିଅନର ଜାତୀୟ ମୁଖପାତ୍ର ରାକେଶ ଟିକାୟତ ମଙ୍ଗଳବାର ହରିଆଣାରେ ଏକ ସାଧାରଣ ସଭାକୁ ସମ୍ବୋଧନ କରିବାବେଳେ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ହେବା ଗଣତନ୍ତ୍ରକୁ ହତ୍ୟା। ଦେଶରେ ଗଣତନ୍ତ୍ର ବିପଦରେ। କେନ୍ଦ୍ରକୁ ଟାର୍ଗେଟ କରି ଟିକାୟତ କହିଛନ୍ତି ଯେ ଯେତେବେଳେ ସରକାର ଭେଦଭାବମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି, ସେତେବେଳେ ସମସ୍ତ ବିରୋଧୀ ଦଳ ଏକଜୁଟ ହେବା ଉଚିତ।

ମୋଦି ସରକାର ସମସ୍ତ ଦଳକୁ ହଟାଇବା ପାଇଁ ଧୀରେ ଧୀରେ ଉଦ୍ୟମ କରୁଛନ୍ତି। ରାହୁଲ ଗାନ୍ଧୀ ମାମଲାରେ ପରୋକ୍ଷରେ ସୂଚନା ଦେଇ ଟିକାୟତ କହିଛନ୍ତି ଯେ ଯେଉଁ ବ୍ୟକ୍ତିଙ୍କ ସହ କିଛି ଭୁଲ୍ ହେବ ଆମେ ତାଙ୍କ ସହ ଛିଡା ହୋଇଛୁ। ଅନ୍ୟପକ୍ଷରେ ଟିକାୟତ କହିଛନ୍ତି ଯେ ଦେଶର ଗଣତନ୍ତ୍ର ବିପଦରେ ଥିବାରୁ ସମସ୍ତ ଦଳ ଏକାଠି ହୋଇ କିସାନ୍ ମୋର୍ଚ୍ଚା ଭଳି ମିଳିତ ରାଜନୈତିକ ସାମ୍ମୁଖ୍ୟ ଗଠନ କରିବା ଉଚିତ୍।

Advertisment

ବିଜେପିର କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦୋଷାରୋପ କରି ଟିକାୟତ କହିଛନ୍ତି ଯେ ସରକାର ଖାପ-ପଞ୍ଚାୟତ ତଥା ବିଭିନ୍ନ ଜାତିର ସଂଗଠନ ଗଠନ କରି ସମାଜ ବିରୋଧରେ ଲଢିବା ପାଇଁ କାମ କରୁଛନ୍ତି। ବର୍ଷା ଓ କୁଆପଥର ମାଡ଼ ଯୋଗୁଁ କ୍ଷତିଗ୍ରସ୍ତ ଫସଲ ପାଇଁ ଯଥାଶୀଘ୍ର ସରକାରଙ୍କଠାରୁ କ୍ଷତିପୂରଣ ଦାବି କରିଛନ୍ତି ରାକେଶ ଟିକାୟତ।

ଉଲ୍ଲେଖଯୋଗ୍ୟ, ରାହୁଲଙ୍କ ପୂର୍ବରୁ ଆଜମ ଖାନ, ଲାଲୁ ପ୍ରସାଦ ଯାଦବ, ଜୟଲଳିତାଙ୍କର ମଧ୍ୟ ବିଧାୟକ ତଥା ସାଂସଦ ପଦ ଯାଇଛି। ଯଦିଓ ସେମାନେ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ପଦ ହରାଇଥିଲେ, କିନ୍ତୁ ରାହୁଲ ଗାନ୍ଧୀ ମାନହାନୀ ମାମଲାରେ ପଦ ହରାଇ ଦୁଇ ବର୍ଷ ଜେଲ ଦଣ୍ଡାଦେଶରେ ଦଣ୍ଡିତ ହେବା ପରେ ଜନପ୍ରତିନିଧି ନିୟମ ୨୦୧୩ ଆଇନ ଅନୁଯାୟୀ ସାଂସଦ ପଦ ହରାଇଛନ୍ତି। ଯାହାକି ପ୍ରଥମ।

Congress Rahul Gandhi Rakesh Tikait