Advertisment

ଚୌକିରେ ମୁଖ୍ୟମନ୍ତ୍ରୀ, ତଳେ ବସିଲେ ଉପ-ମୁଖ୍ୟମନ୍ତ୍ରୀ, ଘେରିଲେ ବିରୋଧୀ

ଏହି ଭିଡିଓକୁ ନେଇ ଏବେ କଂଗ୍ରେସକୁ କଡା ଟାର୍ଗେଟ୍‌ କରିଛି ବିଆର୍‌ଏସ୍‌।

author-image
Madhupriya Mistry
Telangan Deputy CM seated-on-floor

Telangan Deputy CM seated-on-floor

ଚୌକି ଉପରେ ବସିଛନ୍ତି ମୁଖ୍ୟମନ୍ତ୍ରୀ। ଅନ୍ୟ ନେତା ମନ୍ତ୍ରୀମାନେ ମଧ୍ୟ ଚୌକିରେ ବସିଛନ୍ତି। ହେଲେ ଉପ-ମୁଖ୍ୟମନ୍ତ୍ରୀଙ୍କୁ କିନ୍ତୁ ଦିଆଯାଇ ନାହିଁ ଚୌକି। ସେ ତଳେ ବସିଛନ୍ତି। ଏଭଳି କିଛି ଭିଡିଓ ଏବେ ସାମ୍ନାକୁ ଆସିଛି ତେଲଙ୍ଗାନାରୁ। ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଭାଇରାଲ ହୋଇଥିବା ଏହି ଭିଡିଓରେ ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀଙ୍କ ସମେତ ଅନ୍ୟ ମନ୍ତ୍ରୀ ଉତ୍ତମ କୁମାର, କୁମାର ରେଡ୍ଡୀ, ଭେଙ୍କଟ ରେଡ୍ଡୀ ଆଦି ଚେୟାରରେ ବସିଥିବା ବେଳେ ଉପ-ମୁଖ୍ୟମନ୍ତ୍ରୀ ଭଟ୍ଟୀ ବିକ୍ରମାର୍କ ତଳେ ବସିଥିବା ନଜର ଆସିଛନ୍ତି। ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ ନିଜ ମନ୍ତ୍ରୀଙ୍କ ସହ ନାଲଗୋଣ୍ଡା ମନ୍ଦିରକୁ ପୂଜା ପାଇଁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା।

ଏହି ଭିଡିଓକୁ ନେଇ ଏବେ କଂଗ୍ରେସକୁ ଟାର୍ଗେଟ୍‌ କରିଛି ଭାରତ ରାଷ୍ଟ୍ର ସମିତି ତଥା ବିଆର୍‌ଏସ୍‌। ଏହି ଭିଡିଓକୁ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ ଓ ଅନ୍ୟ ମନ୍ତ୍ରୀମାନେ ମନ୍ଦିରରେ ପୂଜାର୍ଚ୍ଚନା ବେଳେ ଉପ-ମୁଖ୍ୟମନ୍ତ୍ରୀ ଭଟ୍ଟୀ ବିକ୍ରମାର୍କଙ୍କୁ ଅମାନ କରିଥିବା ବିଆର୍‌ଏସ୍‌ ଅଭିଯୋଗ ଆଣିଛି।

Advertisment

ଗତ ବର୍ଷ ତେଲଙ୍ଗାନାର ଡେପୁଟି ସିଏମ୍ ଭାବେ କଂଗ୍ରେସ ବିଧାୟକ ମଲୁ ଭଟ୍ଟୀ ବିକ୍ରମାର୍କା ଶପଥ ଗ୍ରହଣ କରିଥିଲେ। ମଧିରା ନିର୍ବାଚନ ମଣ୍ଡଳୀରୁ ଚାରିଥର ବିଧାୟକ ମଲୁ ଭଟ୍ଟୀ ବିକ୍ରମାର୍କ ନିଜର କାର୍ଯ୍ୟଶୈଳୀ ଯୋଗୁଁ ଲୋକଙ୍କ ମଧ୍ୟରେ ଏକ ଭିନ୍ନ ଛାପ ଛାଡିଛନ୍ତି। ଗତ ବର୍ଷ ମଖ୍ୟମନ୍ତ୍ରୀ ରେସ୍‌ରେ ତାଙ୍କ ନାଁ ଥିଲା।

Viral Video Revanth Reddy Telangana CM Bhatti Vikramarka