Advertisment

ଶୁଟିଂ ସାରି ହୋଟେଲ ଫେରିଲେ ନିର୍ଦ୍ଦେଶକ, ଆଉ ଖୋଲିଲେନି କବାଟ

ବୁଧବାର ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ କବାଟ ଖୋଲି ନ ଥିଲେ। ଫଳରେ ଟିମ୍‌ ସଦସ୍ୟ ଓ ହୋଟେଲ କର୍ମଚାରୀ ବହୁ ସମୟ କବାଟ ବାଡ଼େଇବା ପରେ ପୁଲିସ୍‌କୁ ଖବର ଦେଇଥିଲେ।

 Subhash Chandra Tiwari

Subhash Chandra Tiwari

Advertisment

ଜଣେ ଭୋଜପୁରୀ ନିର୍ଦ୍ଦେଶକଙ୍କ ମୃତଦେହ ଉତ୍ତରପ୍ରଦେଶର ଏକ ହୋଟେଲରୁ ଉଦ୍ଧାର ହୋଇଛି। ମୃତ ନିର୍ଦ୍ଦେଶକଜଣକ ହେଲେ ସୁବାସ ଚନ୍ଦ୍ର ତିୱାରୀ। ସେ ଏକ ଫିଲ୍ମର ଶୁଟିଂ ପାଇଁ ଯାଇଥିବା ବେଳେ ତାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିବା ଜଣାଯାଇଛି। 

Advertisment

ନିଜ ଫିଲ୍ମ ‘ଦୋ ଦିଲ୍‌ ବନ୍ଧେ ଏକ ଡୋରି ସେ’ର ଶୁଟିଂ ପାଇଁ ୪୦ ସଦସ୍ୟ ଟିମ୍‌ ସହ ଗତ ୧୧ ତାରିଖରୁ ସୁବାସ ଚନ୍ଦ୍ର ସୋନଭଦ୍ରାର ‘ତିରୁପତି’ ନାମକ ଏକ ହୋଟେଲରେ ରହିଥିଲେ। ମଙ୍ଗଳବାର ହିଁ ଫିଲ୍ମ ଶୁଟିଂର ଶେଷ ଦିନ ଥିଲା।

ଉକ୍ତ ହୋଟେଲରେ ରହିବା ମଧ୍ୟରେ ଥରେ ସୁବାସ ଚନ୍ଦ୍ର ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ସେ ସୁସ୍ଥ ହୋଇ ଫେରିଥିଲେ।

Advertisment

ମଙ୍ଗଳବାର ଶୁଟିଂରୁ ଫେରି ସେ ନିଜ ରୁମ୍‌କୁ ଯାଇଥିଲେ। ମାତ୍ର ବୁଧବାର ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ କବାଟ ଖୋଲି ନ ଥିଲେ। ଫଳରେ ଟିମ୍‌ ସଦସ୍ୟ ଓ ହୋଟେଲ କର୍ମଚାରୀ ବହୁ ସମୟ କବାଟ ବାଡ଼େଇବା ପରେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଉପସ୍ଥିତିରେ ଚାବି ଫିଟା ଯାଇ ସୁବାସଙ୍କ ମୃତଦେହ ବେଡରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ପୁଲିସ୍‌ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ହୃଦଘାତରେ ସୁବାସ ଚନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।

ସୁବାସ ଚନ୍ଦ୍ରଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ନ ଥିବାରୁ ଏହା ହତ୍ୟାକାଣ୍ଡ ପରି ଲାଗୁ ନ ଥିବା ବରିଷ୍ଠ ପୁଲିସ୍‌ ଅଧିକାରୀ କହିଛନ୍ତି। ଏଥିସହ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି। ତେବେ ଏହି ଘଟଣା ଭୋଜପୁରୀ ଇଣ୍ଡଷ୍ଟ୍ରିକୁ ଶକ୍ତ ଝଟକା ଦେଇଛି।

Uttar Pradesh Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe