Advertisment

ଭୋଜପୁରୀ ଷ୍ଟାର୍‌ଙ୍କ ମ୍ୟାଜିକ୍‌, ୫୦-୫୦ରେ ଚାଲିଛି ଫାଇଟ୍‌

ନୀରହୁଆ ଓ ପବନ ସିଂହ ପଛୁଆ ଥିବା ବେଳେ ରବି କିଶନ ଓ ମନୋଜ ତିଓ୍ୱାରୀ ଢ଼େର ଆଗରେ ଅଛନ୍ତି।

Bhojpuri Star

Bhojpuri Star

Advertisment

କିଏ ଜିତିବ, କିଏ ହାରିବ। ତାହାର ଫୈସଲା ଆଜି ହୋଇଯିବ। ଲୋକସଭା ନିର୍ବାଚନର ଜାରି ରହିଛି ଭୋଟ୍‌ ଗଣତି। ଏହାରି ଭିତରେ ଭୋଜପୁରୀ ସିନେ ଷ୍ଟାର୍‌ଙ୍କ ଉପରେ ରହିଛି ସମସ୍ତଙ୍କ ନଜର। ଏଥର ନିର୍ବାଚନରେ ଭୋଜପୁରୀ ଇଣ୍ଡଷ୍ଟ୍ରିର ୪ ଜଣ ଚର୍ଚ୍ଚିତ ଚେହେରା ମୈଦାନରେ ଅଛନ୍ତି। ମନୋଜ ତିଓ୍ୱାରୀ, ରବି କିଶନ ଓ ଦିନେଶ ଲାଲ ନୀରହୁଆ ବିଜେପି ଟିକେଟ୍‌ରେ ନିର୍ବାଚନ ଲଢ଼ୁଥିବା ବେଳେ ପବନ ସିଂହ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ୁଛନ୍ତି।

Advertisment

ବର୍ତ୍ତମାନ ସୁଦ୍ଧା ଯାହା ଟ୍ରେଣ୍ଡ ଚାଲିଛି ସେ ଅନୁଯାୟୀ ଏହି ୪ ଭୋଜପୁରୀ ଷ୍ଟାରଙ୍କ ୫୦-୫୦ରେ ଚାଲିଛି ଫାଇଟ୍‌। ନୀରହୁଆ ଓ ପବନ ସିଂହଙ୍କୁ ବଡ ଝଟ୍‌କା ଲାଗିପାରେ। ଏହି ଉଭୟ ଷ୍ଟାର୍‌ ନିଜ ନିଜ ଆସନରେ ଢ଼େର୍‌ ପଛରେ ଅଛନ୍ତି। ସେପଟେ ମନୋଜ ତିଓ୍ୱାରୀ ହ୍ୟାଟ୍ରିକ୍‌ ମାରିବା ଅଭିମୁଖେ ଗତି କରୁଛନ୍ତି। ଅନ୍ୟପଟେ ଉତ୍ତରପ୍ରଦେଶର ଗୋରଖପୁର ଆସନରୁ ରବି କିଶନ ମଧ୍ୟ ଢ଼େର ଆଗୁଆ ଅଛନ୍ତି।

ନର୍ଥ ଇଷ୍ଟ ଦିଲ୍ଲୀରୁ ନିର୍ବାଚନ ଲଢ଼ୁଥିବା ମନୋଜ ତିଓ୍ୱାରୀ ଲଗାତର ତୃତୀୟ ଥର ପାଇଁ ବିଜୟ ହେବା ସମ୍ଭାବନା ରହିଛି। ଏଠାରେ ସେ କଂଗ୍ରେସ ପ୍ରାର୍ଥୀ କହ୍ନେୟା କୁମାରଙ୍କୁ ପଛର ପକାଇ ପ୍ରାୟ ୪୦ ହଜାର ଭୋଟ୍‌ରେ ଆଗୁଆ ଅଛନ୍ତି। ସେହିପରି ଆଜମଗଡ ଉପ-ନିର୍ବାଚନ ଜିତି ସାଂସଦ ହୋଇଥିବା ଦିନେଶ ଲାଲ ଯାଦବ ନିରହୁଆ ନିର୍ବାଚନ ହାରୁଥିବା ଦେଖିବାକୁ ମିଳିଛି। ସେ ସମାଜବାଦୀ ପାର୍ଟି ପ୍ରାର୍ଥୀ ଧର୍ମେନ୍ଦ୍ର ଯାଦବଙ୍କ ଠାରୁ ୪୩,୨୯୭ ଭୋଟ୍‌ରେ ପଛୁଆ ଅଛନ୍ତି।

Advertisment

ଅନ୍ୟପଟେ କାରାକାଟ ଲୋକସଭା ଆସନରୁ ପବନ ସିଂହ ମଧ୍ୟ ପ୍ରାରମ୍ଭିକ ଟ୍ରେଣ୍ଡରେ ଲଗାତର ପଛରେ ଅଛନ୍ତି। ସେ ମାଲେ ପ୍ରାର୍ଥୀଙ୍କ ଠାରୁ ୨୪ ହଜାର ଭୋଟ୍‌ରେ ପଛରେ ରହି ତାଲିକା ତୃତୀୟ ସ୍ଥାନରେ ଅଛନ୍ତି। ସେହିପରି ଗୋରଖପୁରରୁ ବିଜେପି ପ୍ରାର୍ଥୀ ରବି କିଶନ ସମାଜବାଦୀ ପାର୍ଟି ପ୍ରାର୍ଥୀ କାଜଲ ନିଶାଦଙ୍କୁ ପଛରେ ପକାଇ ୩୮ ହଜାରରୁ ଅଧିକ ଭୋଟ୍‌ରେ ଆଗୁଆ ଅଛନ୍ତି।

LokSabha Election Results 2024 Bhojpuri Star
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe