Advertisment

ସାମ୍ବାଦିକଙ୍କୁ ମାଡ଼ ମାରିଲେ ମନ୍ତ୍ରୀଙ୍କ ପୁଅ

ମନ୍ତ୍ରୀଙ୍କ ପୁଅକୁ ପୁଲିସ ପଚରାଉଚରା ପାଇଁ ଥାନାକୁ ଆଣିଥିବା ବେଳେ ମନ୍ତ୍ରୀ ନରେନ୍ଦ୍ର ଶିବାଜୀ ପଟେଲ ସେଠାରେ ପହଞ୍ଚି ହଙ୍ଗାମା କରିଛନ୍ତି। ଓଲଟି ସେ ପୁଲିସକୁ ଦେଖାଇଛନ୍ତି ନାଲି ଆଖି।

ministers son accused of alleged assault

ministers son accused of alleged assault

Advertisment

ମନ୍ତ୍ରୀ ପୁଅଙ୍କ ଦାଦାଗିରି। ସର୍ବସମ୍ମୁଖରେ ସାମ୍ବାଦିକଙ୍କୁ ମାରିଲେ ମାଡ। କେବଳ ସେତିକି ନୁହେଁ ସାମ୍ବାଦିକଙ୍କ ସମେତ ୪ ଜଣଙ୍କୁ ସେ ମାଡ ମାରିଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ପୁଲିସ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ନାଲି ଆଖି ଦେଖାଇଛନ୍ତି ମନ୍ତ୍ରୀ। ପୁଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଥାନରେ ପହଞ୍ଚିଯାଇଛନ୍ତି।

Advertisment

ମଧ୍ୟପ୍ରଦେଶର ମନ୍ତ୍ରୀ ନରେନ୍ଦ୍ର ଶିବାଜୀ ପଟେଲଙ୍କ ପୁଅ ଅଭିଜ୍ଞାନ ପଟେଲଙ୍କ ବିରୋଧରେ ମାରପିଟ୍‌ ଅଭିଯୋଗ ହୋଇଛି। ସେ ପ୍ରଥମେ ନିଜ କାର୍‌ ଯୋଗେ ଜଣେ ସାମ୍ବାଦିକଙ୍କ ବାଇକ୍‌କୁ ଧକ୍କା ଦେଲେ ଓ ପରେ ସାଙ୍ଗମାନଙ୍କ ସହ ମିଶି ତାଙ୍କୁ ମାର୍‌ପିଟ୍‌ କରିଥିଲେ। ଏହି ସମୟରେ ଜଣେ ରେଷ୍ଟୁରାଣ୍ଟ ମାଲିକ ମିଡିଆକର୍ମୀଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିବା ବେଳେ ତାଙ୍କୁ ମଧ୍ୟ ଅଭିଜ୍ଞାନ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତମାନେ ରେଷ୍ଟୁରାଣ୍ଟର ମାଲିକ, ତାଙ୍କ ପତ୍ନୀ ଏବଂ ଚାକରଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଏହି ମାରପିଟ୍‌ ବେଳର ଦୃଶ୍ୟ ସିସିଟିଭିରେ ମଧ୍ୟ କଏଦ ହୋଇଛି।

ମଧ୍ୟପ୍ରଦେଶର ଶାହାପୁର ପୁଲିସ ଥାନା ଅଞ୍ଚଳ ସଥିତ ତ୍ରିଲଙ୍ଗା କଲୋନୀରେ ଏହି ଘଟଣା ଘଟିଛି। ପୁଲିସ ଏନେଇ ମନ୍ତ୍ରୀଙ୍କ ପୁଅ ଓ ତାଙ୍କ ସାଙ୍ଗସାଥୀଙ୍କ ବିରୋଧରେ ମାରପିଟ୍ ଓ ଅପଶବ୍ଦ ବ୍ୟବହାର କରିବା ଆଧାରରେ ମାମଲା ରୁଜୁ କରିଛି। ଏଥିସହ ମନ୍ତ୍ରୀଙ୍କ ପୁଅକୁ ପୁଲିସ ପଚରାଉଚରା ପାଇଁ ଥାନାକୁ ଆଣିଥିବା ବେଳେ ମନ୍ତ୍ରୀ ନରେନ୍ଦ୍ର ଶିବାଜୀ ପଟେଲ ସେଠାରେ ପହଞ୍ଚି ହଙ୍ଗାମା କରିଛନ୍ତି। ସେ ପୁଲିସକୁ ନାଲିଆଖି ଦେଖାଇଛନ୍ତି।

Advertisment

ପୁଅକୁ ପଚରାଉଚରା କରିବା ବାହାନାରେ ପୁଲିସ ଷ୍ଟେସନରେ ମାଡ ମରାଯାଇଥିବା ଓଲଟି ସେ ଅଭିଯୋଗ ଆଣିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ ଚାରି ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି। ସେପଟେ ମନ୍ତ୍ରୀ ପୁଅ ଅଭିଜ୍ଞାନ ପଟେଲଙ୍କ ବନ୍ଧୁ ପ୍ରଶାନ୍ତଙ୍କ ଅଭିଯୋଗ ଆଧାରରେ ରେଷ୍ଟୁରାଣ୍ଟ ଅପରେଟର ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ମଧ୍ୟ ଏକ ମାମଲା ରୁଜୁ ହୋଇଛି।

Madhya Pradesh Narendra Shivaji Patel Bhopal News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe