Advertisment

ମଧ୍ୟପ୍ରଦେଶ ସଚିବାଳୟରେ ଭୟଙ୍କର ଅଗ୍ନିକାଣ୍ଡ

ମନ୍ତ୍ରାଳୟ ଭବନର ଚତୁର୍ଥ ମହଲାରେ ଏହି ନିଆଁ ଲାଗିଛି। ଏହି ବିଲ୍ଡିଂ ବଲ୍ଲଭ ଭବନ ନାମରେ ନାମିତ। ଏହି ବିଲ୍ଡିଂରେ ମଧ୍ୟପ୍ରଦେଶର ସଚିବାଳୟ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବି ଅବସ୍ଥିତ ।

author-image
Niharika Rout
ଅଦ୍ୟତନ ହୋଇଛି
Fire

Fire

ମଧ୍ୟପ୍ରଦେଶର ରାଜଧାନୀ ଭୋପାଳସ୍ଥିତ ସଚିବାଳୟରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଲାଗିଛି। ତେବେ ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି।

Advertisment

ସଚିବାଳୟର ଚତୁର୍ଥ ମହଲାରେ ଏହି ନିଆଁ ଲାଗିଛି। ଏହି ବିଲ୍ଡିଂ ବଲ୍ଲଭ ଭବନ ନାମରେ ନାମିତ। ଏହି ବିଲ୍ଡିଂରେ ମଧ୍ୟପ୍ରଦେଶର ସଚିବାଳୟ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବି ଅବସ୍ଥିତ ।

ଆଜି ସକାଳେ ହଠାତ୍‌ ବିଲ୍ଡିଂରେ ନିଆଁ ଲାଗି ଯାଇଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ବିଲ୍ଡିଂର ଚତୁର୍ଥ ମହଲାରୁ ପ୍ରବଳ ଧୂଆଁ ବାହାରୁଥିଲା। ଏହି ଖବର ପ୍ରଚାରିତ ହେବା ପରେ ବିଲ୍ଡିଂରେ ଥିବା ସମସ୍ତ ଲୋକ ଦୌଡ଼ାଦୌଡ଼ି କରି ପ୍ରାଣ ବିକଳରେ ବାହାରକୁ ଚାଲି ଆସିଥିଲେ।

Advertisment

ନିଆଁର ପ୍ରକୋପ ଏତେ ପ୍ରଖର ଥିଲା ଯେ, ଆକାଶ ପୂରା ଧୂଆଁମୟ ହୋଇ ଯାଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇ ବହୁ ସଂଖ୍ୟାରେ ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା। ଘଣ୍ଟାଏରୁ ଊର୍ଦ୍ଧ୍ୱ ସମୟ ଧରି ଅଗ୍ନିଶମ କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମ ପରେ ବି ନିଆଁ ଆୟତ୍ତକୁ ଆସି ନ ଥିବା ଜଣାଯାଇଛି।

ଏଥିରେ କେହି ମୃତାହତ ହୋଇଥିବା ନେଇ ସୂଚନା ମିଳି ନ ଥିବା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ଜଳି ପାଉଁଶ ହୋଇ ଯାଇଥିବା ଜଣାଯାଇଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନି।

Fire Accident MadhyaPradesh