Advertisment

Assam Election: ନିର୍ବାଚନ ପୂର୍ବରୁ ଆସାମ କଂଗ୍ରେସକୁ ଝଟକା: ଦଳ ଛାଡ଼ିଲେ ଭୂପେନ ବୋରା

ଦଳର ପୂର୍ବତନ ରାଜ୍ୟ ମୁଖ୍ୟ ଭୂପେନ କୁମାର ବୋରା ଆଜି କଂଗ୍ରେସରୁ ହଠାତ ଇସ୍ତଫା ଦେଇଛନ୍ତି। ଶ୍ରୀ ବୋରା ନିଜର ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ପଠାଇ ଦେଇଥିବା ଜଣାପଡ଼ିଛି।

Congress

ଭୂପେନ ବୋରା

Advertisment

ଆଉ କିଛି ମାସ ପରେ ଅନୁଷ୍ଠିତ ହେବ ଆସାମ(Assam) ବିଧାନସଭା ନିର୍ବାଚନ। ରାଜ୍ୟରେ କ୍ଷମତା ଦଖଲ ପାଇଁ କଂଗ୍ରେସ ଚେଷ୍ଟା କରୁଥିବା ବେଳେ ଦଳକୁ ଲାଗିଛି ଶକ୍ତ ଝଟକା। ଦଳର ପୂର୍ବତନ ରାଜ୍ୟ ମୁଖ୍ୟ ଭୂପେନ କୁମାର ବୋରା ଆଜି କଂଗ୍ରେସରୁ ହଠାତ ଇସ୍ତଫା ଦେଇଛନ୍ତି। ଶ୍ରୀ ବୋରା ନିଜର ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ପଠାଇ ଦେଇଥିବା ଜଣାପଡ଼ିଛି।

Advertisment

ଏଥିରେ ସେ ଅଭିଯୋଗ କରିଛନ୍ତି ଯେ ଦଳୀୟ ନେତୃବୃନ୍ଦ ତାଙ୍କୁ ଅଣଦେଖା କରିଚାଲିଛନ୍ତି ଓ ରାଜ୍ୟ ଶାଖାରେ ତାଙ୍କୁ ମିଳିବାକୁ ଥିବା ହକ ମଧ୍ୟ ଦିଆଯାଉ ନାହିଁ। ଏହି କାରଣ ପାଇଁ ସେ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି।

ବୋରା ଆସାମ କଂଗ୍ରେସ ମୁଖିଆ ଭାବେ ୨୦୨୧ରୁ ୨୦୨୫ ଯାଏ କାର୍ଯ୍ୟ କରିଥିଲେ। ଏହାପରେ ସାଂସଦ ଗୌରବ ଗୋଗୋଇଙ୍କୁ କଂଗ୍ରେସ ଆସାମ କମାଣ ଧରାଇଥିଲା। ସେବେଠାରୁ ବୋରା କଂଗ୍ରେସରେ ଅଣଦେଖା ହୋଇ ଚାଲିଥିଲେ। ଦୁଇ ଥରର ବିଧାୟକ ବୋରା ଗୁହାଟୀରେ କହିଛନ୍ତି ଯେ ସକାଳ ୮ଟାରେ ସେ ଦଳର ହାଇକମାଣ୍ଡକୁ ନିଜର ଇସ୍ତଫାପତ୍ର ପଠାଇବା ସହ ଏହାର କାରଣ ସେଥିରେ ଉଲ୍ଲେଖ କରିଛନ୍ତି। 

Advertisment

ସେ କହିଛନ୍ତି, “ମୁଁ ଏହି ପ୍ରସଙ୍ଗରେ ଅଧିକ କିଛି କହିବାକୁ ଚାହୁଁନାହିଁ। ମୁଁ ମିଡିଆ ସହଯୋଗୀଙ୍କୁ ଠିକ ସମୟରେ ଡାକିବି ଓ ସବୁ କଥା କହିବି। ମୁଁ କିଛି ଲୁଚାଇବି ନାହିଁ। କୌଣସି ପଦକ୍ଷେପ ଗୁପ୍ତ ଭାବେ ନେବି ନାହିଁ।” 

ଭୂପେନଙ୍କ ଇସ୍ତଫା ଖବର ସାମ୍ନାକୁ ଆସିବା ପରେ ଏକାଧିକ ବରିଷ୍ଠ କଂଗ୍ରେସ ନେତା ତାଙ୍କ ବାସଭବନରେ ପହଞ୍ଚିଛନ୍ତି। ଆସାମ କଂଗ୍ରେସ ମୁଖ୍ୟ ଗୋଗୋଇ, ବରିଷ୍ଠ ନେତା ବନୱର ଜିତେନ୍ଦର ସିଂହ ଓ ପ୍ରଦ୍ୟୁତ ବୋରଡୋଲୋ ପ୍ରମୁଖ ଭୂପେନଙ୍କ ଘରେ ପହଞ୍ଚି ତାଙ୍କ ବୁଝାସୁଝା କରିଛନ୍ତି। ତାଙ୍କୁ ଦଳରେ ରହିବାକୁ ସେମାନେ ପରାମର୍ଶ ଦେଇଛନ୍ତି। 

ଏସବୁ ଭିତରେ ଆସାମ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ହିମନ୍ତ ବିଶ୍ୱ ଶର୍ମା କଟାକ୍ଷ କରି କହିଛନ୍ତି ଯେ ଦରକାର ପଡ଼ିଲେ ସେ କଂଗ୍ରେସ ନେତା(ବୋରା)ଙ୍କ ବାସଭବନକୁ ଯାଇ ପାରନ୍ତି। 

Assam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe