କେଜ୍ରିୱାଲଙ୍କ ପିଏ ବୈଭବ କୁମାର ନିରାଶ, ମିଳିଲାନି ଜାମିନ

ଆଜି ଶୁଣାଣି ବେଳେ ମାଲିୱାଲ କୋର୍ଟରେ ହାଜର ହୋଇଥିଲେ। ସେ କୋର୍ଟରେ କାନ୍ଦିବା ସହ ବୈଭବ କୁମାରଙ୍କୁ ଜାମିନ ଦେଲେ ତାଙ୍କ ଜୀବନ ପ୍ରତି ବିପଦ ବଢ଼ିବ ବୋଲି ଯୁକ୍ତି ରଖିଥିଲେ।

AAP

ବୈଭବ କୁମାର (ଫାଇଲ ଫଟୋ)

Hemant Lenka
  • Published: Monday, 27 May 2024
  • Updated: 27 May 2024, 08:34 PM IST

Sports

Latest News

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପିଏ ବୈଭବ କୁମାର ନିରାଶ। ଆପ୍‌ ସାଂସଦ ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାରିବା ଘଟଣାରେ ତାଙ୍କୁ ମିଳିନି ଜାମିନ। ଆଜି ଦିଲ୍ଲୀର ତିସ ହଜାରି କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛି। ଏବେ ସେ ଏହା ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିବେ।

ମେ’ ୧୩ରେ କେଜ୍ରିୱାଲଙ୍କ ବାସଭବନରେ ମାଲିୱାଲଙ୍କୁ ବୈଭବ କୁମାର ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏହାର ୫ ଦିନ ପରେ ଗିରଫ ହୋଇ ସେ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ଏହି ଅବଧି ଆସନ୍ତାକାଲି ଶେଷ ହେବ।

Also Read

ଏହାପୂର୍ବରୁ ସେ ଜାମିନ ପାଇଁ ଆବେଦନ କରିଥିଲେ। ଆଜି ଶୁଣାଣି ବେଳେ ମାଲିୱାଲ କୋର୍ଟରେ ହାଜର ହୋଇଥିଲେ। ସେ କୋର୍ଟରେ କାନ୍ଦିବା ସହ ବୈଭବ କୁମାରଙ୍କୁ ଜାମିନ ଦେଲେ ତାଙ୍କ ଜୀବନ ପ୍ରତି ବିପଦ ବଢ଼ିବ ବୋଲି ଯୁକ୍ତି ରଖିଥିଲେ।

ସେ କୋର୍ଟଙ୍କୁ କହିଥିଲେ ଯେ ତାଙ୍କୁ ଦଳ(ଆପ୍) ପକ୍ଷରୁ ବିଜେପି ଏଜେଣ୍ଟ କୁହାଯାଉଛି। ଏଥିସହ ୟୁଟ୍ୟୁବର ଧ୍ରୁବ ରାଠୀ ତାଙ୍କ ବିରୋଧରେ ଏକ ପାଖିଆ ଭିଡିଓ ପୋଷ୍ଟ କରି ଚାଲିଛନ୍ତି। ଏହାଦ୍ୱାରା ତାଙ୍କୁ ଦୁଷ୍କର୍ମ ଓ ହତ୍ୟା ଧମକ ମିଳୁଛି। ଯଦି ବୈଭବ କୁମାରଙ୍କୁ ଜାମିନ ମିଳେ ତେବେ ତାଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ମାଲିୱାଲ କହିଥିଲେ।

ତେବେ କୁମାରଙ୍କ ଓକିଲ ସ୍ୱାତୀ ମାଲିୱାଲଙ୍କ ବିରୋଧରେ ଅଭିଯୋଗ ଆଣି କହିଛନ୍ତି ଯେ ଯାହା ସବୁ ଘଟିଛି ତାହା ଉଦ୍ଦେଶ୍ୟମୂଳକ। କେଜ୍ରିୱାଲଙ୍କ ଡ୍ରଇଂ ରୁମରେ ସିସିଟିଭି ନଥିବାରୁ ଜାଣିଶୁଣି ଉକ୍ତ ସ୍ଥାନକୁ ବଛା ଯାଇଥିଲା।

ସ୍ୱାତୀ ମାଲିୱାଲ ଭଲ ଭାବେ ଜାଣିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଡ୍ରଇଂ ରୁମରେ ସିସିଟିଭି ଲାଗିନାହିଁ। ସେଥିପାଇଁ ସେ ଏଠାରେ ଗଣ୍ଡଗୋଳ କରିବା ପରେ ମନଗଢ଼ା ଅଭିଯୋଗ କରୁଛନ୍ତି। ସେ ଅନାଧିକୃତ ଭାବେ କେଜ୍ରିୱାଲଙ୍କ ବାସଭବନରେ ପ୍ରବେଶ କରିଥିଲେ ବୋଲି ବୈଭବ କୁମାରଙ୍କ ଓକିଲ କହିଥିଲେ।

ଦୁଇ ପକ୍ଷଙ୍କୁ ଶୁଣିବା ପରେ ତିସ ହଜାରି କୋର୍ଟ ସନ୍ଧ୍ୟା ସମୟରେ ବୈଭବ କୁମାରଙ୍କ ଜାମିନ ଆବେଦନକୁ ଅଗ୍ରାହ୍ୟ କରି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story