Advertisment

କେଜ୍ରିୱାଲଙ୍କ ପିଏ ବୈଭବ କୁମାର ନିରାଶ, ମିଳିଲାନି ଜାମିନ

ଆଜି ଶୁଣାଣି ବେଳେ ମାଲିୱାଲ କୋର୍ଟରେ ହାଜର ହୋଇଥିଲେ। ସେ କୋର୍ଟରେ କାନ୍ଦିବା ସହ ବୈଭବ କୁମାରଙ୍କୁ ଜାମିନ ଦେଲେ ତାଙ୍କ ଜୀବନ ପ୍ରତି ବିପଦ ବଢ଼ିବ ବୋଲି ଯୁକ୍ତି ରଖିଥିଲେ।

AAP

AAP

Advertisment

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପିଏ ବୈଭବ କୁମାର ନିରାଶ। ଆପ୍‌ ସାଂସଦ ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାରିବା ଘଟଣାରେ ତାଙ୍କୁ ମିଳିନି ଜାମିନ। ଆଜି ଦିଲ୍ଲୀର ତିସ ହଜାରି କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛି। ଏବେ ସେ ଏହା ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିବେ।

Advertisment

ମେ’ ୧୩ରେ କେଜ୍ରିୱାଲଙ୍କ ବାସଭବନରେ ମାଲିୱାଲଙ୍କୁ ବୈଭବ କୁମାର ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏହାର ୫ ଦିନ ପରେ ଗିରଫ ହୋଇ ସେ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ଏହି ଅବଧି ଆସନ୍ତାକାଲି ଶେଷ ହେବ।

ଏହାପୂର୍ବରୁ ସେ ଜାମିନ ପାଇଁ ଆବେଦନ କରିଥିଲେ। ଆଜି ଶୁଣାଣି ବେଳେ ମାଲିୱାଲ କୋର୍ଟରେ ହାଜର ହୋଇଥିଲେ। ସେ କୋର୍ଟରେ କାନ୍ଦିବା ସହ ବୈଭବ କୁମାରଙ୍କୁ ଜାମିନ ଦେଲେ ତାଙ୍କ ଜୀବନ ପ୍ରତି ବିପଦ ବଢ଼ିବ ବୋଲି ଯୁକ୍ତି ରଖିଥିଲେ।

Advertisment

ସେ କୋର୍ଟଙ୍କୁ କହିଥିଲେ ଯେ ତାଙ୍କୁ ଦଳ(ଆପ୍) ପକ୍ଷରୁ ବିଜେପି ଏଜେଣ୍ଟ କୁହାଯାଉଛି। ଏଥିସହ ୟୁଟ୍ୟୁବର ଧ୍ରୁବ ରାଠୀ ତାଙ୍କ ବିରୋଧରେ ଏକ ପାଖିଆ ଭିଡିଓ ପୋଷ୍ଟ କରି ଚାଲିଛନ୍ତି। ଏହାଦ୍ୱାରା ତାଙ୍କୁ ଦୁଷ୍କର୍ମ ଓ ହତ୍ୟା ଧମକ ମିଳୁଛି। ଯଦି ବୈଭବ କୁମାରଙ୍କୁ ଜାମିନ ମିଳେ ତେବେ ତାଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ମାଲିୱାଲ କହିଥିଲେ।

ତେବେ କୁମାରଙ୍କ ଓକିଲ ସ୍ୱାତୀ ମାଲିୱାଲଙ୍କ ବିରୋଧରେ ଅଭିଯୋଗ ଆଣି କହିଛନ୍ତି ଯେ ଯାହା ସବୁ ଘଟିଛି ତାହା ଉଦ୍ଦେଶ୍ୟମୂଳକ। କେଜ୍ରିୱାଲଙ୍କ ଡ୍ରଇଂ ରୁମରେ ସିସିଟିଭି ନଥିବାରୁ ଜାଣିଶୁଣି ଉକ୍ତ ସ୍ଥାନକୁ ବଛା ଯାଇଥିଲା।

ସ୍ୱାତୀ ମାଲିୱାଲ ଭଲ ଭାବେ ଜାଣିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଡ୍ରଇଂ ରୁମରେ ସିସିଟିଭି ଲାଗିନାହିଁ। ସେଥିପାଇଁ ସେ ଏଠାରେ ଗଣ୍ଡଗୋଳ କରିବା ପରେ ମନଗଢ଼ା ଅଭିଯୋଗ କରୁଛନ୍ତି। ସେ ଅନାଧିକୃତ ଭାବେ କେଜ୍ରିୱାଲଙ୍କ ବାସଭବନରେ ପ୍ରବେଶ କରିଥିଲେ ବୋଲି ବୈଭବ କୁମାରଙ୍କ ଓକିଲ କହିଥିଲେ।

ଦୁଇ ପକ୍ଷଙ୍କୁ ଶୁଣିବା ପରେ ତିସ ହଜାରି କୋର୍ଟ ସନ୍ଧ୍ୟା ସମୟରେ ବୈଭବ କୁମାରଙ୍କ ଜାମିନ ଆବେଦନକୁ ଅଗ୍ରାହ୍ୟ କରି ଦେଇଥିଲେ।

Arvind Kejriwal Swati Maliwal AAP Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe