Advertisment

ମାଟି ଖୋଳୁ ଖୋଳୁ ଖସିଲା ଅତଡ଼ା; ୪ ମୃତ, ଫସିଛନ୍ତି ବହୁ ମହିଳା ଓ ଶିଶୁ

ମାଟି ଅତଡ଼ା ଖସି ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ ମହିଳା ଓ ଜଣେ ଯୁବତୀ ଅଛନ୍ତି।

author-image
Niharika Rout
Accident

Accident

ଉତ୍ତରପ୍ରଦେଶରେ ଆଜି ବେଶ୍‌ ଧୁମଧାମରେ ପାଳିତ ହେଉଛି ଦେବଠାନ ପର୍ବ। ମାତ୍ର ଏହା ପୂର୍ବରୁ କାସଗଞ୍ଜରେ ଘଟିଛି ଅଘଟଣ । ମାଟି ଅତଡ଼ା ଖସି ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ ମହିଳା ଓ ଜଣେ ଯୁବତୀ ଅଛନ୍ତି।  ଏବେ ବି ବହୁ ମହିଳା ଓ ଶିଶୁ ମାଟି ତଳେ ଫସି ରହିଥିବା ଅନୁମାନ କରାଯାଉଛି। 

Advertisment

 ଘର ଓ ଚୁଲି ଲିପିବା ନିମନ୍ତେ କାତୌର, ରାମପୁର ଅଞ୍ଚଳର ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ମହିଳା ଓ ଶିଶୁ ମାଟି ଆଣିବାକୁ ମୋହନପୁରା ଗାଁକୁ ଯାଇଥିଲେ। ମାତ୍ର ମାଟି ଖୋଳୁ ଖୋଳୁ ହଠାତ୍‌ ମାଟି ଅତଡ଼ା ମହିଳାମାନଙ୍କ ଉପରେ ପଡ଼ି ଯାଇଥିଲା। ଫଳରେ ସେମାନେ ତା’ ତଳେ ଚାପି ହୋଇ ରହିଥିବା ବେଳେ ଉଦ୍ଧାର ପାଇଁ ଚିତ୍କାର କରିଥିଲେ।

ସେମାନଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପହଞ୍ଚିବା ସହ ପୁଲିସ୍‌ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ତୁରନ୍ତ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚିଥିବା ବେଳେ ଜେସିବି ଦ୍ୱାରା ମାଟି ଖୋଳି ଲୋକଙ୍କୁ ଉଦ୍ଧାର କରାଯିବା ନିମନ୍ତେ ଚେଷ୍ଟା ଚାଲିଛି।

Advertisment

ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ମାଟି ତଳୁ ୪ ମୃତଦେହ ଉଦ୍ଧାର ହୋଇଛି। ସେମାନଙ୍କ ମଧ୍ୟରେ ୩ ମହିଳା ଓ ଜଣେ ଯୁବତୀ ଅଛନ୍ତି। ଏଥିସହ ଗୁରୁତର ଅବସ୍ଥାରେ ୪ ଜଣଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ମାଟି ତଳେ ଆହୁରି ବହୁ ମହିଳା ଓ ଶିଶୁ ଫସିଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବା ନିମନ୍ତେ ରେସକ୍ୟୁ ଅପରେସନକୁ ତ୍ୱରାନ୍ୱିତ କରାଯାଉଛି। ଏଥିସହ ମୃତକଙ୍କ ସଂଖ୍ୟା ବଢ଼ିବା ଆଶଙ୍କା ଦେଖାଦେଇଛି।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏଥିସହ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିବାକୁ ନିର୍ଦ୍ଦେଶ ଦେବା ସହ ଗୁରୁତରଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Accident Uttar Pradesh