Advertisment

ଆକ୍ସନ୍‌ ମୁଡ୍‌ରେ କେନ୍ଦ୍ର ସରକାର, ୧୭ ହଜାର ହ୍ୱାଟସ୍‌ଆପ୍‌ ଆକାଉଣ୍ଟ ବ୍ଲକ୍‌

ଡିଜିଟାଲ ଆରେଷ୍ଟ ଓ ସାଇବର ଠକେଇ ମାମଲାରେ ବଡ଼ ଆକ୍ସନ ନେଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ।

ଅଦ୍ୟତନ ହୋଇଛି
Whatsapp

Whatsapp

Advertisment

ଦିନକୁ ଦିନ ଦେଶରେ ବଢ଼ି ଚାଲିଛି ଡିଜିଟାଲ ଆରେଷ୍ଟ ଓ ସାଇବର ଠକେଇ ମାମଲା। ଲୋକଙ୍କୁ ଫସାଇ ପୁଳା ପୁଳା ଟଙ୍କା ଲୁଟି ନେଉଛନ୍ତି ଦୁର୍ବୃତ୍ତ। ଖାଲି କରିଦେଉନ୍ତି ଆକାଉଣ୍ଟ। ତେବେ ଏହା ଉପରେ ଏବେ ଲାଗିବ ବ୍ରେକ୍‌। ଡିଜିଟାଲ ଆରେଷ୍ଟ ଓ ସାଇବର୍‌ ଠକେଇ ମାମଲାରେ ବଡ଼ ଆକ୍ସନ ନେଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ।

Advertisment

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ୧୭ ହଜାର ହ୍ୱାଟସ୍‌ ଆପ୍ ଆକାଉଣ୍ଟକୁ ବ୍ଲକ୍‌ କରିଦେଇଛି। ଏହି ସନ୍ଦିଗ୍ଧ ଆକାଉଣ୍ଟଗୁଡିକର ଲିଙ୍କ୍ ଡିଜିଟାଲ୍ ଆରେଷ୍ଟ ଏବଂ ସାଇବର ଠକେଇ ମାମଲା ସହିତ ଜଡିତ ଥିଲା ବୋଲି କୁହାଯାଉଛି।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଏହି ପ୍ରସଙ୍ଗରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଏଥିସହ ଗୃହ ମନ୍ତ୍ରଣାଳୟର ଆଭ୍ୟନ୍ତରୀଣ ସୁରକ୍ଷା ସଚିବ ଏହି କମିଟି ଉପରେ ନଜର ରଖିଛନ୍ତି। ଗୃହ ମନ୍ତ୍ରଣାଳୟର ସାଇବର ୱିଙ୍ଗ ୭୦୯ଟି ମୋବାଇଲ୍ ଆପ୍‌କୁ ମଧ୍ୟ ବ୍ଲକ୍‌ କରିଦେଇଛି।

Advertisment

ସୂଚନା ମୁତାବକ ଚଳିତ ବର୍ଷ ୬ ହଜାରରୁ ଅଧିକ ଡିଜିଟାଲ ଆରେଷ୍ଟ ମାମଲା ରୁଜୁ ହୋଇଛି। ସାଇବର ଠକେଇ ଏବଂ ଡିଜିଟାଲ ଆରେଷ୍ଟ ଘଟଣାରେ ୬ ଲକ୍ଷ ମୋବାଇଲ୍ ଫୋନ୍ ଜଡିତ ଥିବା ଜଣାପଡିଛି। ଏପରି ଅପରାଧକୁ ରୋକିବା ପାଇଁ ଗୃହ ମନ୍ତ୍ରଣାଳୟ ଆଗାମୀ ଦିନରେ ଅଧିକ କଠୋର ପଦକ୍ଷେପ ନେଇପାରେ ବୋଲି କୁହାଯାଉଛି।

Digital Arrest Cyber Fraud Ministry Of Home Affairs Whatsapp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe